ନୂଆଦିଲ୍ଲୀ,୨୧।୧୦: ଚଳିତ ଦୀପାବଳିରେ ଚୀନ୍‌ର ବେପାର ମାନ୍ଦା। ଭାରତୀୟ ବଜାରରେ କେବଳ ସ୍ବଦେଶୀ ସାମଗ୍ରୀର ଚାହିଦା ଭାଙ୍ଗିଲା ରେକର୍ଡ।କନଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ଏକ ରିପୋର୍ଟ ପ୍ରକାଶ କରିଛି, ଯାହା ଅନୁଯାୟୀ ଦୀପାବଳିରେ ରେକର୍ଡ ମାତ୍ରାରେ କିଣାବିକା ହୋଇଛି। ଲୋକମାନେ ବହୁ ପରିମାଣରେ ଭାରତୀୟ ସାମଗ୍ରୀ କିଣିଛନ୍ତି। ୫.୪୦ କୋଟି ଲକ୍ଷ କୋଟି ଟଙ୍କାର ସାମଗ୍ରୀ ବିକ୍ରି ହୋଇଛି। ସେଭଳି ସେବାରେ ୬୫ ହଜାର କୋଟି ଟଙ୍କାର ବ୍ୟବସାୟ କରିଛି। ଏହି ବମ୍ପର ଦୀପାବଳି ବିକ୍ରି ଭାରତର ଆର୍ଥିକ ଶକ୍ତି ଏବଂ ସ୍ୱଦେଶୀ ମନୋଭାବକୁ ପ୍ରତିଫଳିତ କରୁଛି।

CAIT ଦୀପାବଳୀରେ ବିକ୍ରି ୨୦୨୫ ଉପରେ ରିସର୍ଚ୍ଚ ରିପୋର୍ଟ ଜାରି କରିଛି। ଏହି ରିପୋର୍ଟ ରାଜ୍ୟର ରାଜଧାନୀ ଓ ଟାୟର ୨ ଏବଂ ଟାୟର ୩ ସହର ସମେତ ୬୦ ପ୍ରମୁଖ ବିତରଣ କେନ୍ଦ୍ର ଉପରେ କରାଯାଇଥିବା ବ୍ୟାପକ ରାଷ୍ଟ୍ରବ୍ୟାପୀ ସର୍ଭେ ଉପରେ ପର୍ଯ୍ୟବେଷିତ ଥିଲା।  ରିପୋର୍ଟ ଅନୁସାରେ, ଚଳିତ ବର୍ଷ ଦୀପାବଳୀରେ ମୋଟ ବିକ୍ରି ୬.୦୫ ଲକ୍ଷ କୋଟି ପହଁଞ୍ଚି ଯାଇଥିଲା। ଏହା ଭାରତର ବାଣିଜ୍ୟ ଇତିହାସରେ ଏପର୍ଯ୍ୟନ୍ତର ସବୁଠାରୁ ଅଧିକ ଫେଷ୍ଟିଭ କାରବାର।

ଦିଲ୍ଲୀ ଚାନ୍ଦିନି ଚୌକରୁ ସାଂସଦ ଓ CAITର ମହାସଚିବ ପ୍ରବୀଣ ଖଣ୍ଡେଲଓ୍ବାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଏସ୍‌ଟିକୁ ଯୁକ୍ତିସଙ୍ଗତ ଓ ସ୍ବଦେଶୀ ଗ୍ରହଣ କରିବା ପାଇଁ ‘ମଜବୁତ ବ୍ରାଣ୍ଡ ଆମ୍ବାସଡର’ ଭାବରେ ଉଭା କରିଛନ୍ତି। ଯାହାଦ୍ବାରା ବ୍ୟାପାରିକ ସମୁଦାୟ ଓ ଗ୍ରାହକ ଦୁହେଁ ପ୍ରେରିତ ହୋଇଛନ୍ତି। ଖଣ୍ଡେଲଓ୍ବାଲ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ‘ଭୋକାଲ ଫର ଲୋକାଲ’ ଓ ‘ସ୍ବଦେଶୀ ଦୀପାବଳି’ ନାରା ଲୋକଙ୍କୁ ଖୁବ୍ ପ୍ରଭାବିତ କରିଛି। ୧୦୦% ରୁ  ୮୭%  ଲୋକ ଭାରତୀୟ ସାମଗ୍ରୀ କିଣିଛନ୍ତି, ଯେଉଁ କାରଣରୁ ଚୀନ୍ ବସ୍ତୁର ଆବଶ୍ୟକତା ଦୃତ ଗତିରେ ହ୍ରାସ ଘଟିଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଭାରତୀୟ ସାମଗ୍ରୀର ବିକ୍ରି ୨୫% ବଢିଛି।