ପ୍ରମୂଖ ଖବର
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ଦ୍ୱିତୀୟ କ୍ଲାସିକାଲ ଗେମ୍‌ ଡ୍ର’, ଆଜି ଟାଇବ୍ରେକରେ ଫଳାଫଳ ନିର୍ଣ୍ଣୟ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

୯୨ ବର୍ଷ ବୟସରେ ନିର୍ବାଚନ ଲଢ଼ିବେ କ୍ୟାମେରୁନ୍‌ ରାଷ୍ଟ୍ରପତି, ୪୩ ବର୍ଷ ହେଲା ସମ୍ଭାଳୁଛନ୍ତି ଶାସନ ଭାର

Published By : Krishna Priya | July 27, 2025 8:47 AM

ନୂଆଦିଲ୍ଲୀ ୨୭/୦୭: ବିଶ୍ୱର ସବୁଠୁ ବୟସ୍କ ରାଷ୍ଟ୍ରପତି ଯିଏକି ବିଗତ ୪୩ ବର୍ଷ ହେଲା ଏହି ପଦବୀରେ ରହିଛନ୍ତି। ଏବେ ୯୨ ବର୍ଷ ବୟସରେ ୮ମ ଥର ରାଷ୍ଟ୍ରପତି ହେବାକୁ ପ୍ରସ୍ତୁତି ଚଳାଇଛନ୍ତି । ସେ ହେଉଛନ୍ତି କ୍ୟାମେରୁନ୍‌ର ରାଷ୍ଟ୍ରପତି ପଲ୍‌ ବିୟା । ୧୯୮୨ ମସିହାରେ ପଲ୍‌ ପ୍ରଥମ ଥର ଏହି ମଧ୍ୟ ଆଫ୍ରିକୀୟ ଦେଶର ରାଷ୍ଟ୍ରପତି ଭାବେ ଶାସନ ଭାର ବହନ କରିଥିଲେ । ସେବେଠୁ ସେ ନିର୍ବାଚନ ହାରିନାହାନ୍ତି । ବିଶ୍ୱର ସବୁଠୁ ବୟସ୍କ ରାଷ୍ଟ୍ରାଧ୍ୟକ୍ଷ ଭାବେ କ୍ୟାମେରୁନ ରାଷ୍ଟ୍ରପତି ପଲ୍‌ ଆସନ୍ତା ଅକ୍ଟୋବରରେ ପୁନଃ ନିର୍ବାଚନ ଲଢ଼ିବାକୁ ଦାବି କରିଛନ୍ତି । ଏହା ଜରିଆରେ ତାଙ୍କ ଶାସନ ଆଗକୁ ମଧ୍ୟ ଜାରି ରହିବ ।

୯୨ ବର୍ଷୀୟ ପଲ୍‌ କହନ୍ତି, ସେ ଆଗାମି ୭ ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍‌ ହାରାହାରି ୧୦୦ ବର୍ଷ ବୟସ ପର୍ଯ୍ୟନ୍ତ ରାଷ୍ଟ୍ରପତି ପଦରେ ରହିପାରିବେ । ପଲ୍‌ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସରେ ଘୋଷଣା କରିଛନ୍ତି, ଚଳିତ ବର୍ଷ ଅକ୍ଟୋବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ସେ ପ୍ରାର୍ଥୀ ହେବେ । ସେ କହିଛନ୍ତି, ୧୦ କ୍ୟାମେରୁନ୍‌ କ୍ଷେତ୍ର ଓ ପ୍ରବାସୀ ସମୁଦାୟରୁ ଅନେକ ଆଗ୍ରହପୂର୍ଣ୍ଣ ଆହ୍ୱାନ ପରେ ସେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଦୀର୍ଘ ୪ ଦଶନ୍ଧିର ଶାସନରେ ପଲ୍‌ଙ୍କୁ ଠକେଇ, ଜାଲିଆତି, ଭ୍ରଷ୍ଟାଚାର, କୁଶାସନ ଓ ଅସୁରକ୍ଷା ଭଳି ମୁଦ୍ଦାକୁ ନେଇ ସମାଲୋଚନାର ସାମ୍ନା କରିବାକୁ ପଡ଼ିଛି । ୨୦୦୮ରେ ଲୋକତାନ୍ତ୍ରିକ ପତନ ଯୋଗୁ କାର୍ଯ୍ୟକାଳ ସୀମା ସମାପ୍ତ କରି ଦିଆଯାଇଥିଲା । ଫଳରେ ତାଙ୍କୁ ଲତାତାର ପୁନଃ ନିର୍ବାଚିତ ହେବାର ସୁଯୋଗ ମିଳିଲା । 

ପଲ୍‌ଙ୍କ ସ୍ୱାସ୍ଥ୍ୟ ଓ ଶାସନ କରିବାର କ୍ଷମତାକୁ ନେଇ ମଧ୍ୟ ଚିନ୍ତା ବ୍ୟକ୍ତି କରାଯାଉଛି । ଗତ ବର୍ଷ ୬ ସପ୍ତାହ ଧରି ଜନତାଙ୍କ ନଜରରୁ ସେ ରହସ୍ୟମୟୀ ଢଙ୍ଗରେ ଦୂରେଇ ରହିଥିଲେ । ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ଉପରେ ଖୁବ୍‌ ଚର୍ଚ୍ଚା ହେଲା, ଯାହା ଉପରେ ଅଧିକାରୀମାନେ ପ୍ରତିବନ୍ଧକ ଲଗାଇଥିଲେ । ପଲ୍‌ ଦୀର୍ଘ ସମୟ ଧରି ବିଦେଶରେ ରହିବା ପାଇଁ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି । ୨୦୧୮ରେ ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ପରେ ପ୍ରଥମ ଥର ସେ କ୍ୟାବିନେଟ୍‌ ବୈଠକ କରିଥିଲେ । ସଂଗଠିତ ଅପରାଧ ଓ ଭ୍ରଷ୍ଟାଚାର ରିପୋର୍ଟିଂ ପ୍ରୋଜେକ୍ଟ ଦ୍ୱାରା ସମର୍ଥିତ ଏକ ଯାଞ୍ଚ୍‌ରୁ ଜଣାପଡ଼ିଥିଲା, ପଲ୍‌ ୨୦୦୬ରୁ ୨୦୦୯ ମଧ୍ୟରେ ବର୍ଷର ଏକ ତୃତୀୟାଂଶ ସମୟ ବିଦେଶରେ ବିତାଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.