ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

Campions Trophy Final; ଭାରତକୁ ବିପଦ ଭାରତୀୟ ! ଚିନ୍ତାରେ ପଡିପାରେ ରୋହିତ ସେନା

Published By : Ankita S | March 8, 2025 11:48 AM

ନୂଆଦିଲ୍ଲୀ,୦୮/୦୩ : ଆସନ୍ତାକାଲି (ରବିବାର) ଚାମ୍ପିଅନ୍ସ ଟ୍ରଫି ଫାଇନାଲ ମ୍ୟାଚ ଖେଳାଯିବ । ସୁପର ସନଡେରେ ହେବ ସୁପରଫାଇଟ୍ । ଚାମ୍ପିଅନ୍ସ ଟ୍ରଫି ଟକ୍କରରେ ଭେଟାଭେଟି ହେବେ ଭାରତ-ନ୍ୟୁଜିଲାଣ୍ଡ । ଦୁବାଇ ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯିବ । ଏହି ମ୍ୟାଚକୁ ଯେତିକି ହାଲୁକା ଭାବୁଛନ୍ତି ସେତିକି ବିଲକୁଲ ନୁହେଁ । ଭାରତ ଏକତରଫା ବାଜି ମାରିବ କିଛି ଟେନସନ ନାହିଁ ଭାବିବା ଭୁଲ ହେବ । ବ୍ଲାକକପକୁ ହଲୁକାରେ ନେବନି ଭାରତ । କାରଣ ଭାରତ ପାଇଁ ବିପଦ ଜଣେ ଭାରତୀୟ । ସେ ପ୍ଲେୟାର ଜଣଙ୍କ ହେଉଛନ୍ତି ରାଚିନ ରବିନ୍ଦ୍ର । ରାଚିନ୍ ଜଣେ ଭାରତୀୟ ବଂଶୋଦ୍ଭବ । ସେ ଯେଉଁ ଭଳି ଫର୍ମରେ ରହିଛନ୍ତି ଭାରତକୁ ଟେନସେନରେ ପକାଇ ପାରନ୍ତି କହିବା ଭୁଲ ହେବ ନାହିଁ ।

ଖାଲି ରାଚିନ୍ ନୁହଁନ୍ତି ଭାରତକୁ ଟେନସନ ଦେଇ ପାରନ୍ତି କେନ୍ ୱିଲିୟମସନ ଓ ମିଚେଲ୍ ସାଣ୍ଟନର । ମୋଟାମୋଟି ଭାବେ କହିବାକୁ ଗଲେ ରୋହିତ ସେନାଙ୍କୁ ଏହି ୩ ଖେଳାଳିଙ୍କ ପ୍ରତି ସତର୍କ ରହିବାକୁ ପଡିବ । ଫାଇନାଲ୍‌ ପୂର୍ବରୁ ଲିଗ୍‌ ରାଉଣ୍ଡ୍‌ରେ ପରସ୍ପରକୁ ଭେଟି ସାରିଛନ୍ତି ଦୁଇ ଦଳ । ପରସ୍ପର ଶକ୍ତି ଓ ଦୁର୍ବଳତା ସହ ବେଶ୍  ପରିଚିତ । ରାଚିନ ରବୀନ୍ଦ୍ର, ୱିଲିୟମସନ ଯେଉଁ ଫର୍ମରେ ଅଛନ୍ତି ତାହା ଭାରତକୁ ଟେନସନରେ ପକାଇପାରେ ।

ଆଇସିସି ଫାଇନାଲ ଇତିହାସରେ ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଦୁଇଥର ଭେଟିଛନ୍ତି । ଭାରତ ଦୁଇଟି ଯାକ ମ୍ୟାଚରେ ପରାସ୍ତ ହୋଇଛି । ଚଳିତ ଚାମ୍ପିଅନ୍ସ ଟ୍ରଫି ସେମିରେ କିୱି ଦଳ ଯେଉଁଭଳି ଦକ୍ଷିଣ ଆଫ୍ରିକାକୁ ୫୦ ରନରେ ହରାଇଲା ତାହା ଚିନ୍ତାଜନକ । ରାଚିନ ରବିନ୍ଦ୍ର ଓ କେନ୍ ୱିଲିୟମସନଙ୍କ ପାୱାରଫୁଲ ପ୍ରଦର୍ଶନ ଟିମ୍ ଇଣ୍ଡିଆକୁ ଟେନସନରେ ପକାଇପାରେ । ରାଚିନ୍ ୩ଟି ଇନିଂସରେ ୨୨୬ରନ କରିଛନ୍ତି । ସେଥିରେ ୨ଟି ଶତକ ରହିଛି । ୱିଲିୟମସନ ମଧ୍ୟ ଫୁଲ ପର୍ମରେ ଅଛନ୍ତି । ସେମି ଫାଇନାଲରେ ଦକ୍ଷିଣଆଫ୍ରିକାର ଫାଇନାଲ ସ୍ବପ୍ନ ଧୂଳିସାତ କରିଥିଲେ ଦୁଇ ଖେଳାଳି । ଏହି ମ୍ୟାଚରେ ରାଚିନ ଓ ୱିଲିୟମସନ ଶତକୀୟ ପାଳି ଖେଳିଥିଲେ । ୫୦ରନରେ ଜିତି ତୃତୀୟ ଥର ଫାଇନାଲରେ ଏଣ୍ଟ୍ରି କରିଥିଲା ବ୍ଲାକକପ୍ସ । ଅଧିନାୟକ ତଥା ବାମ ହାତି ସ୍ପିନର ମିଚେଲ ସାଣ୍ଟନର ଘାତକ ସାବ୍ୟସ୍ତ ହୋଇପାରନ୍ତି । ଭାରତ ବିପକ୍ଷରେ ତାଙ୍କର ସର୍ବଦା ଚମତ୍କାର ପ୍ରଦର୍ଶନ ରହିଛି । ତେଣୁ ନ୍ୟୁଜିଲାଣ୍ଡକୁ ହାଲୁକା ଭାବେ ନେବା  ଭାରି ପଡ଼ିପାରେ ।

ଅଧିକ ପଢନ୍ତୁ...Campions Trophy Final ; ବର୍ଷା ହେଲେ କାହାର ହେବ ଟ୍ରଫି ? ଜାଣନ୍ତୁ ଆଇସିସି ନିୟମ


ଫାଇନାଲ ଫାଇଟ ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି ଦୁଇ ଟିମ୍ । ୪ ସ୍ପିନରଙ୍କୁ ନେଇ ମୈଦାନକୁ ଓହ୍ଲାଇବ ରୋହିତ ସେନା । ସେହିପରି ୫ ସ୍ପିନରଙ୍କୁ ଖେଳିବ କିୱି ଦଳ । ଲିଗ୍‌ ରାଉଣ୍ଡ୍‌ରେ ଭାରତକୁ କଡ଼ା ଟକ୍କର ଦେଇଥିଲା ନ୍ୟୁଜିଲାଣ୍ଡ । ଭାରତକୁ ୨୪୯ ରନ୍‌ରେ ସୀମିତ ରଖିବା ବଡ଼ ସଫଳତା କହିଲେ ଭୁଲ ହେବ ନାହିଁ । ଜବାବରେ କେନ ୱିଲିୟମସନ ଦମଦାର ବ୍ୟାଟିଂ କରି ବିଜୟ ଆଶା ଉଜ୍ଜୀବିତ ରଖିଥିଲେ । କେବଳ ବରୁଣ ଚକ୍ରବର୍ତ୍ତୀଙ୍କ ଯାଦୁକରୀ ସ୍ପିନ୍‌ ବୋଲିଂର ମୁକାବିଲା କରି ନପାରି ନ୍ୟୁଜିଲାଣ୍ଡ ଲୟ ହରାଇଥିଲା । ୱିଲିୟମସନ କ୍ରିଜରେ ଥିବା ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ନିୟନ୍ତ୍ରଣରେ ମ୍ୟାଚ୍‌ ରହିଥିଲା । ସେ ୮୧ ରନର ପାଳି ଖେଳିଥିଲେ । ଲିଗ୍ ମ୍ୟାଚରେ ୪୪ରନରେ ଜିତିଥିଲା ରୋହିତ ବ୍ରିଗେଡ ।  ଟ୍ରଫି ହାତେଇବାକୁ ହେଲେ ଭାରତକୁ କିଛି ତ୍ରୁଟି ସୁଧାରିବାକୁ ହେବ । ରୋହିତ-ଗିଲଙ୍କୁ ବଡ ସ୍କୋର କରିବାକୁ ହେବ । କୂଳଦୀପ ଯାଦବଙ୍କୁ ୱିକେଟ ହାସଲ କରିବାକୁ ହେବ । ବିଶେଷ କରି ରାଚିନ୍, ୱିଲିୟମସନଙ୍କ ବ୍ୟାଟିଂରେ ବ୍ରେକ୍ ଲଗାଇବାକୁ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.