ପ୍ରମୂଖ ଖବର
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ମଣିଷ ଭଳି ପଶୁମାନେ ହୋଇଥାନ୍ତି ମୁକ-ବଧିର, ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ

Published By : Krishna Priya | January 26, 2025 10:45 AM

ନୂଆଦିଲ୍ଲୀ ୨୬/୦୧: ସମସ୍ତ ମଣିଷର ଶରୀର, ଅଙ୍ଗଭଙ୍ଗୀ ଏବଂ ରଙ୍ଗରୂପ ଭିନ୍ନ ହୋଇଥାଏ। ଏମାନଙ୍କ ମଧ୍ୟରୁ କେତେକ ମଣିଷ ବିଭିନ୍ନ କାରଣରୁ ମୂକ, ବଧିର ଏବଂ ଅନ୍ଧ ହୋଇଥାନ୍ତି। ତେବେ କ’ଣ ମଣିଷ ପରି ପଶୁମାନେ ମଧ୍ୟ ମୂକ-ବଧିର ହୋଇଥାନ୍ତି। ଆସନ୍ତୁ ଜାଣିବା ସେ ବିଷୟରେ...

ପୃଥିବୀରେ ଅସଂଖ୍ୟ ପ୍ରାଣୀ ଅଛନ୍ତି। ସମସ୍ତ ପ୍ରାଣୀମାନଙ୍କର ପ୍ରକୃତି ଏବଂ ସାମର୍ଥ୍ୟ ମଧ୍ୟ ଭିନ୍ନ ହୋଇଥାଏ। ଯେପରି କିଛି ପ୍ରାଣୀ ଶାକାହାରୀ ହୋଇଥିବା ବେଳେ ଆଉ କିଛି ମାଂଶାସୀ ହୋଇଥାନ୍ତି। ସେହିଭଳି, କେତେକ ପଶୁ ଜନ୍ମବେଳରୁ ଅନ୍ଧ, ମୂକ, ବଧିର ହୋଇଥାନ୍ତି। କେବଳ ଏତିକି ନୁହେଁ, ଗବେଷଣା ଅନୁଯାୟୀ ଅନେକ ପଶୁଙ୍କର ମଧ୍ୟ ମନୁଷ୍ୟ ଭଳି ଭାବନା ଥାଏ।  

ବିଶେଷଜ୍ଞଙ୍କ ଅନୁଯାୟୀ, କେତେକ ପ୍ରାଣୀ ଜନ୍ମରୁ ମୁକ ବଧିର ହୋଇଥାନ୍ତି। ପଶୁମାନଙ୍କରେ ବଧିର ହେବାର ଅନେକ କାରଣ ହୋଇପାରେ। ଯେପରିକି ଜନ୍ମଗତ ରୋଗ, କାନ ସଂକ୍ରମଣ କିମ୍ବା ଆଘାତ ହେବା। ଏହା ବ୍ୟତୀତ ଅଧିକ ବୟସ ହେତୁ ଅନେକ ପ୍ରାଣୀଙ୍କଠାରେ ମଧ୍ୟ ଏହି ସମସ୍ୟା ଦେଖାଦିଏ।  ତେବେ ଜନ୍ମ ସମୟରେ ଗୁଣ୍ଡୁଚିମୁଷା ବଧିର ହୋଇଥାନ୍ତି। ଜନ୍ମ ପରେ ସେମାନଙ୍କର ଅବଶିଷ୍ଟ ଇନ୍ଦ୍ରିୟଗୁଡ଼ିକ ବିକଶିତ ହୁଏ।  ଜାଗୁଆର ଛୁଆମାନେ ମଧ୍ୟ ଜନ୍ମ ସମୟରେ ବଧିର ଏବଂ ଅନ୍ଧ ହୋଇଥାନ୍ତି। ସେହିପରି ଗଧିଆମାନେ ମଧ୍ୟ ଜନ୍ମ ସମୟରେ ବଧିର ଏବଂ ଅନ୍ଧ ହୋଇଥାନ୍ତି। 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.