ନୂଆଦିଲ୍ଲୀ,୧୦।୧୧: ଜାତୀୟ ଗୀତ ବନ୍ଦେ ମାତରମ୍ର ରଚନାକୁ ଦେଢ ଶହ ବର୍ଷ ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ଏହି କଥା ଉପରେ ଜୋର ଦେଉଛନ୍ତି ଯେ, ‘ବନ୍ଦେ ମାତରମ୍’ ଗୀତକୁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ କରାଯାଉ। ଏଥିରେ ଥିବା ଯେଉଁ ଅଂଶକୁ ହଟାଯାଇଥିଲା, ଏବେ ତାକୁ ସାମିଲ କରାଯାଉ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଏହି କଥା ଦେଶର ମୁସଲମାନ ଜନପ୍ରତିନିଧି ଓ ଉଲେମାଙ୍କୁ ପସନ୍ଦ ଆସିନାହିଁ। ସେମାନେ ଏହାକୁ ନେଇ ଆପତ୍ତି ପ୍ରକାଶ କରିଛନ୍ତି। ପୂର୍ବରୁ ବହୁ ଜନପ୍ରତିନିଧି ମହମ୍ମଦ ଆଜମ୍ ଖାନ୍, ଶଫିକୁର ରହମାନ ଓ୍ବାର୍କ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଶିଦ ମସୁଦ ସଂସଦରେ ଏହାକୁ ଗାଇବା ନେଇ ବିରୋଧ ପ୍ରକାଶ କରିସାରିଛନ୍ତି। ଏବେ ପୁଣିଥରେ ଏହି ପ୍ରସଙ୍ଗ ଚର୍ଚ୍ଚାରେ ରହିଛି।
ଏହା ଭିତରେ ପୂର୍ବତନ ସାଂସଦ ଦାରୁଲ ଉଲୁମ୍ର ମଜଲିସ୍-ଇ-ଶୁରାର ସଦସ୍ୟ ଏବଂ ଜମିୟତ ଉଲମାଏ ହିନ୍ଦର ଅଧ୍ୟକ୍ଷ ମୌଲାନା ମେହମ୍ମଦୁ ମଦନୀ କହିଛନ୍ତି, ବନ୍ଦେ ମାତରମ୍ରେ ମୁସଲମାନଙ୍କ ପାଇଁ ଗ୍ରହଣୀୟ ନୁହେଁ ।ଏଥିରେ ଏଭଳି କିଛି ପଙ୍କକ୍ତି ଅଛି, ଯେଉଁଥିରେ ମାତୃଭୂମିକୁ ଦେବୀ ଦୁର୍ଗାଙ୍କ ରୂପରେ ଉପସ୍ଥାପିତ କରି ତାଙ୍କର ପୂଜା, ବନ୍ଦନାର ଶବ୍ଦ ବ୍ୟବହାର କରାଯାଇଛି। ସେ କହିଛନ୍ତି, ମୁସଲମାନଙ୍କ ପାଇଁ ଇଶ୍ବର ଜଣେ, ଏହାକୁ ଆମେ ବିଶ୍ବାସ କରୁ। ତେଣୁ ଅନ୍ୟ ଦେବା-ଦେବୀଙ୍କୁ ପୂଜା କରିବା ଧାର୍ମିକ ବିଶ୍ବାସ ବିରୋଧି।
ମଦାନୀ କହିଛନ୍ତି, ସମ୍ବିଧାନର ଧାରା ୨୫ ନାଗରିକଙ୍କୁ ଧାର୍ମିକ ସ୍ବତନ୍ତ୍ରତା ପ୍ରଦାନ କରିଥାଏ। ଅନୁଚ୍ଛେଦ ୧୯ ଅଭିବ୍ୟକ୍ତିର ସ୍ବାଧୀନତା ଦେଇଥାଏ। ଏଭଳି ସ୍ଥିତିରେ ମୁସଲମାନଭ୍କୁ ପୁରା ବନ୍ଦେମାତରମ ଗୀତକୁ ଗାଇବା ପାଇଁ ବାଧ୍ୟ କରିହେବନି। ସୁପ୍ରିମକୋର୍ଟ ମଧ୍ୟ ଏ ସମ୍ପର୍କରେ ନିଜର ରାୟ ଦେଇ ସାରିଛନ୍ତି। ମୌଲାନା ମହମ୍ମୁଦ ମଦନୀ କହିଛନ୍ତି, ୨୬ ଅକ୍ଟୋବର ୧୯୩୭ ରେ ଗୁରୁଦେବ ରବିନ୍ଦ୍ର ଟାଗୋର ପଣ୍ଡିତ ଜବାହର ଲାଲ ନେହରୁଙ୍କୁ ଲେଖିଥିବା ପତ୍ରରେ ଅନୁରୋଧ କରିଥିଲେ ଯେ, ବନ୍ଦେ ମାତରମ ଗୀତର ପ୍ରଥମ ଦୁଇଟି ପଙ୍କକ୍ତିକୁ ଜାତୀୟ ସଙ୍ଗୀତ ରୂପରେ ଗ୍ରହଣ କରାଯାଉଛି। ଏହା ୩ ଦିନରେ ପରେ କଂଗ୍ରେସ କାର୍ଯ୍ୟକମିଟି ଟାଗୋରଙ୍କ ପରାମର୍ଶକୁ ମାନ୍ୟତା ଦେଇଥିଲେ। ଯାହାକି ଏବେ ବି ଜାରି ରହିଛି। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କଥା ଉପରେ ଜୋର ଦେଉଛନ୍ତି ଯେ, ପୁରା ଗୀତକୁ ଗାନ କରାଯାଉ।