ନୂଆଦିଲ୍ଲୀ,୪।୧୧: କାନାଡାରେ ଖଲିସ୍ତାନୀ ସମର୍ଥକଙ୍କ ଶକ୍ତି ବଢିବାରେ ଲାଗିଛି। ଖୋଲାଖୋଲି ଭାବରେ ଭାରତ ବିରୋଧରେ ପ୍ରଦର୍ଶନ ଓ ନାରାବାଜି କରୁଛନ୍ତି। ଏପରିକି ହିନ୍ଦୁଙ୍କ ମନ୍ଦିର ଉପରେ ଆକ୍ରମଣ ମଧ୍ୟ କରୁଛନ୍ତି। ଏହା ଭିତରେ ଏବେ ହିନ୍ଦୁମାନେ ମଧ୍ୟ ଏକଜୁଟ ହୋଇଛନ୍ତି। ହିନ୍ଦୁମାନେ କାନାଡାରେ ‘ବଟୋଗେ ତୋ କଟୋଗେ’ ସ୍ଲୋଗାନ ଦେଇଛନ୍ତି ଓ ଏକତା ଦେଖାଇବାର ଅପିଲ୍ କରିଛନ୍ତି।
ରବିବାର ଖଲିସ୍ତାନ ସମର୍ଥକ ବ୍ରମ୍ପଟନ୍ରେ ହିନ୍ଦୁ ମନ୍ଦିରରେ ଭକ୍ତଙ୍କ ଏକ ଗୋଷ୍ଠୀକୁ ଟାର୍ଗେଟ କରିଛନ୍ତି। ଏହି ଘଟଣା ଦ୍ବାରା ହିନ୍ଦୁଙ୍କ ଭିତରେ ବଡ଼ ସ୍ତରରେ ଆକ୍ରୋଶ ସୃଷ୍ଟି ହୋଇଛି। ନିଜେ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ସାମନାକୁ ଆସି ଘଟଣାର ନିନ୍ଦା କରିଛନ୍ତି। ଟ୍ରୁଡୋ କହିଛନ୍ତି, ମନ୍ଦିରରେ ହିଂସା ଘଟରା ଅସ୍ବୀକାର୍ଯ୍ୟ କରିବ। ପ୍ରତ୍ୟେକ କାନାଡୀୟ ନିଜର ଧର୍ମର ସ୍ବିନ୍ତ୍ର ଓ ସୁରକ୍ଷିତ ଭାବରେ ପାଳନ କରିବାର ଅଧିକାର ରହିଛି। ସେ ଏହି ଘଟଣାର ଯାଞ୍ଚ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ଆଇନ ପ୍ରବର୍ତ୍ତନ ଏଜେନ୍ସିକୁ ଧନ୍ୟବାଦ ଜଣାଇଛନ୍ତି।
ଏହି ଘଟଣା ଦ୍ବାରା କାନାଡାର ହିନ୍ଦୁଙ୍କ ଭିତରେ ଲଗାତାର ଅସନ୍ତୋଷ ବଢିବାରେ ଲାଗିଛି। ଏବେ ବ୍ରମ୍ପଟନ୍ ମନ୍ଦିରର ପୂଜାରୀଙ୍କୁ ଏକତାର ପରିଚୟ ଦେବାକୁ ଆଡ୍ବାନ କରିଛନ୍ତି। ଏହା ସହ କହିଛନ୍ତି,‘ ‘ବଟୋଗେ ତୋ କଟୋଗେ’। ବ୍ରମ୍ପଟନ୍ ମନ୍ଦିରର ପୂଜାରୀ କହିଛନ୍ତି, ଏବେ ସମସ୍ତଙ୍କୁ ଏକ ହେବାକୁ ପଡିବ। କାନାଡାରେ ହିନ୍ଦୁଙ୍କୁ ଏକଜୁଟ୍ ହେବା ଦରକାର। ଆପଣ ଏକଜୁଟ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ।