ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପ୍ରଧାନମନ୍ତ୍ରୀ ଗାଦୀ ବଞ୍ଚାଇବାକୁ ଯାଇ ଭାରତ ସହିତ ବିବାଦ କରୁଛନ୍ତି ଟ୍ରୁଡୋ?

Published By : Soubhagya Ranjan | October 15, 2024 1:30 PM

Image souce: NBT

ନୂଆଦିଲ୍ଲୀ,୧୫/୧୦: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପୁଣି ଥରେ ଭାରତ ସହ ବିବାଦ ଆରମ୍ଭ କରିଛନ୍ତି। ସେ ଭାରତୀୟ ଅଧିକାରୀଙ୍କ ବିରୁଦ୍ଧରେ ହତ୍ୟା ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି। ଆତଙ୍କବାଦୀ ହରଦୀପ୍ ସିଂ ନିଜ୍ଜରଙ୍କ ହତ୍ୟାକୁ ନେଇ ଭାରତ ସରକାରଙ୍କୁ ଟାଣିବା ଟ୍ରୁଡୋଙ୍କ ଦ୍ୱାରା ନିର୍ବାଚନୀ ରଣନୀତୀ ହୋଇପାରେ। ଜାତୀୟ ଗଣମାଧ୍ୟମ ରିପୋର୍ଟରେ ଗୁଇନ୍ଦା ସୂତ୍ରରୁ ପ୍ରକାଶ ଯେ ଟ୍ରୁଡୋ କ୍ଷମତାରେ ରହିବା ପାଇଁ ଶିଖ୍‌ ମାନଙ୍କ ସମର୍ଥନ ଆଶା କରୁଛନ୍ତି। ସେ କହିଛନ୍ତି ଯେ ସେଥିପାଇଁ ଟ୍ରୁଡୋ କୂଟନୈତିକ ସମ୍ପର୍କ ପରିବର୍ତ୍ତେ କାନାଡା ନିର୍ବାଚନକୁ ଗୁରୁତ୍ୱ ଦେଉଛନ୍ତି।

ସୋମବାର ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ବିବାଦ ଏକ ନୂତନ ସ୍ତରରେ ପହଞ୍ଚିଛି। କାରଣ କାନାଡା ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୟ କୁମାର ବର୍ମାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି। ଦାବିଗୁଡିକର ଜବାବ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ତୀବ୍ର ବିବୃତ୍ତି ଜାରି କରିଛି। ବାରମ୍ବାର ଅନୁରୋଧ ସତ୍ତ୍ୱେ କାନାଡା ଭାରତକୁ ନିଜ୍ଜର ହତ୍ୟା ସହିତ ସଂଯୁକ୍ତ କରୁଥିବା କୌଣସି ପ୍ରମାଣ ସେୟାର କରିନାହିଁ ବୋଲି କହିଛନ୍ତି। ଅନୁସନ୍ଧାନ ନାଁରେ ରାଜନୈତିକ ଫାଇଦା ନେବାକୁ ଭାରତକୁ ବଦନାମ କରିବା ପାଇଁ ଏହା ଏକ ସୁଚିନ୍ତିତ ରଣନୀତି ବୋଲି ଭାରତ କହିଛି।

୧୮ ଜୁନ୍ ୨୦୨୩ ରେ କାନାଡାର ସୁରେର ଗୁରୁଦ୍ୱାର ବାହାରେ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ   ସିଂହ ନିଜ୍ଜରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଗତ ଏକ ବର୍ଷ ଧରି ଭାରତ ହତ୍ୟା ମାମଲାରେ ପ୍ରମାଣ ମାଗିଥିଲା, କିନ୍ତୁ କାନାଡାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ସେ କହିଛନ୍ତି ଯେ ଟ୍ରୁଡୋ ନିଜର ଶକ୍ତି ବଜାୟ ରଖିବା ପାଇଁ ଏନଡିପି ନେତା ଜଗମିତ ସିଂଙ୍କ ସମର୍ଥନ ଆବଶ୍ୟକ କରୁଛନ୍ତି। ଏକ ସଂଖ୍ୟାଲଘୁ ସରକାର ଚଳାଇବାକୁ ସେ କ୍ଷମତାରେ ରହିବାକୁ ଚାହୁଁଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.