ନୂଆଦିଲ୍ଲୀ,୧୦।୧୧: କାନାଡା ମନ୍ଦିର ଉପରେ ଆକ୍ରମଣ କରିବା ମାମଲାରେ ଚତୁର୍ଥ ଅଭିଯୁକ୍ତ ଗିରଫ। ଅଭିଯୁକ୍ତର ଚିହ୍ନଟ ବ୍ରାମ୍ପଟନ୍ର ୩୫ ବର୍ଷୀୟ ଇନ୍ଦ୍ରଜିତ ଗୋଁସାଲ ରୂପରେ ହୋଇଛି। ସେ ମନ୍ଦିର ଉପରେ ଆକ୍ରମଣ ମାମଲାର ମାଷ୍ଟରମାଇଣ୍ଡ ଥିଲା ଓ ଖଲିସ୍ତାନୀ ଆତଙ୍କବାଦୀ ଗୁରପନ୍ତଓ୍ବନ୍ତ ସିଂହ ପନ୍ନୁର ଖୁବ୍ ଘନିଷ୍ଠ। ଗ୍ରେଟର ଟୋରେଣ୍ଟୋରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣର ଯୋଜନା ଇନ୍ଦ୍ରଜିତ ପ୍ରସ୍ତୁତି କରିଥିଲା। ଗିରଫ ହେବା ପରେ ତାକୁ କୋର୍ଟରେ ହାଜର ହେବାର ନିର୍ଦେଶ ଦିଆଯାଇଥିଲା। ତେବେ ଏହାପରେ ତାକୁ ଛାଡି ଦିଆଯାଇଥିଲା। ପୂର୍ବରୁ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
ଇନ୍ଦ୍ରଜିତ ସିଖ୍ ଫର ଜଷ୍ଟିସ୍ର ମୁଖ୍ୟ ଗୁରପନ୍ତଓ୍ବନ୍ତ ସିଂହ ପନ୍ନୁର ଡାହଣ ହାତ ଥିଲା। ନିଜ୍ଜର ହତ୍ୟା ପରେ ସେଭଳି ରେଫରେଣ୍ଡମ୍ ସହ ଜଡିତ କାମକୁ ଦେଖୁଥିଲା ଇନ୍ଦ୍ରଜିତ। ପୋଲିସର କହିବା ଅନୁସାରେ, ତାକୁ ୮ ନଭେମ୍ବରରେ ଗିରଫ କରାଯାଇଥିଲା। ଏପରିକି ପରେ ଜାମିନରେ ଛାଡି ଦିଆଯାଇଥିଲା । କୁହାଯାଇଥିଲା ଧାର୍ଯ୍ୟ ତାରିଖରେ କୋର୍ଟରେ ହାଜର ହେବାର ଅଛି।
ଉଲ୍ଲେଖନୀୟ ଯେ, ୪ ନଭେମ୍ବରରେ ଖଲିସ୍ତାନୀମାନେ କାନାଡାରେ ବହୁ ମନ୍ଦିରକୁ ଟାର୍ଗେଟ କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରି କାନାଡାକୁ କଡା ବାର୍ତ୍ତା ଦେଇଥିଲେ। କାନାଡାରେ ହିନ୍ଦୁଙ୍କ ଉପରେ ଏଭଳି ଆକ୍ରମଣକୁ ନେଇ ଦୁନିଆର ବହୁ ଦେଶରେ ନିନ୍ଦା କରାଯାଇଥିଲା। ପୋଲିସ କହିଛି, ଘଟଣାର ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଦଳ ଗଟନ କରାଯାଇଛି। ଆକ୍ରମଣ ଅଭିଯୁକ୍ତଙ୍କ ଚିହ୍ନଟ ପାଇଁ ସସିଟିଭି ଫୁଟେଜ୍ ଖୋଜାଖୋଜି ଚାଲିଛି।