ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଜମ୍ମୁ-କାଶ୍ମୀରରେ ହିଂସାତ୍ମକ ବିକ୍ଷୋଭ ଓ ଆତଙ୍କବାଦର ବିପଦ , ଯାତ୍ରା ନେଇ ଆଡଭାଇଜରୀ ଜାରି କଲା କାନାଡା

Published By : Prameya | April 26, 2025 9:11 PM

ନୂଆଦିଲ୍ଲୀ : କାନାଡା ସରକାର ଭାରତ ପାଇଁ ନିଜର ଟ୍ରାଭେଲ ଆଡଭାଇଜରୀକୁ କରିଛି ଅପଡେଟ୍‌। ସେ ନିଜର ନାଗରିକଙ୍କୁ ଜମ୍ମୁ-କାଶ୍ମୀର , ପାକିସ୍ତାନ ସହ ସୀମାବର୍ତ୍ତୀ ଅଞ୍ଚଳର ଯାତ୍ରାରୁ ଦୂରେଇ ରହିବାକୁ କହିଛି। ଏହାସହ ଏହି ଚେତାବନୀ ଦେଇଛି ଯେ , ଅଟାରୀ –ୱାଘା ସୀମା ବର୍ତ୍ତମାନ ବନ୍ଦ ଅଛି। ଏହି ଅପଡେଟ୍‌ ଗତ ସପ୍ତାହ ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କୀ ହମଲା ପରେ ଜାରି କରାଯାଇଛି। ଆଡଭାଇଜରୀରେ କୁହାଯାଇଛି, ଜମ୍ମୁ ଓ କାଶ୍ମୀର କେନ୍ଦ୍ର ଶାସିତ ପ୍ରଦେଶରେ ସୁରକ୍ଷା ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ , ନାଗରିକ ଅଶାନ୍ତି ଓ ଆତଙ୍କବାଦ ଓ ଉଗ୍ରବାଦର ଖୁବ୍‌ ଗୁରୁତ୍ତ୍ୱପୂର୍ଣ୍ଣ ରହିଛି। ଏଥିରେ ଲଦ୍ଦାଖ କେନ୍ଦ୍ର ଶାସିତ ରାଜ୍ୟକୁ ଚେତାବନୀ ଠାରୁ ବାହାରେ ରଖାଯାଇଛି। 

ଆଡଭାଇଜରୀରେ କୁହାଯାଇଛି , ଉଗ୍ରବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ହିଂସାତ୍ମକ ବିବାଦ ନିୟମିତ ଭାବେ ହୋଇଥାଏ। ସୁରକ୍ଷା ବାହିନୀ ବିରୋଧରେ ଆତଙ୍କୀ ହମଲା କାରଣରୁ ନାଗରିକଙ୍କୁ ମଧ୍ୟ କ୍ଷତି ହୋଇଛି। ଆଗକୁ କୌଣସି ବି ସମୟରେ ହମଲା ହୋଇ ପାରେ। ଏହି ସ୍ଥିତିରେ ଆପଣ ନିଜକୁ ଭୁଲ ସମୟରେ ଭୁଲ୍‌ ସ୍ଥାନ ପାଇ ପାରନ୍ତି। ଏଥିରେ କୁହାଯାଇଛି ଯେ, ପାକିସ୍ତାନ ସହ ସୀମାରେ ସୁରକ୍ଷା ସ୍ଥିତି ଅସ୍ଥିର ରହିଛି। ବିଶେଷକରି ନିୟନ୍ତ୍ରଣ ରେଖାରେ , ଯାହା ଜମ୍ମୁ କାଶ୍ମୀର ଓ ଲଦ୍ଦାଖ କେନ୍ଦ୍ର ଶାସିତ ରାଜ୍ୟକୁ ପାକିସ୍ତାନ ପ୍ରଶାସିତ କାଶ୍ମୀର ଠାରୁ ଅଲଗା କରିଥାଏ।

କାନାଡା ସରକାରଙ୍କ ପକ୍ଷରୁ ଜାରି ଆଡଭାଇଜରୀରେ ଆହୁରି କୁହାଯାଇଛି, ନିୟନ୍ତ୍ରଣ ରେଖା ନିକଟରେ ସମୟାନୁସାରେ ଗୁଳିକାଣ୍ଡ ହେଉଛି। ଗୁଜରାଟ , ପଞ୍ଜାବ ଓ ରାଜସ୍ଥାନ ଭଳି ରାଜ୍ୟ ଗୁଡ଼ିକରେ ପାକିସ୍ତାନୀ ସୀମାରୁ ୧୦ କିଲୋ ମିଟରର ପରିସରରେ ଯାତ୍ରା ନକରିବାକୁ ପରାମର୍ଶ ଦିଆ ଯାଇ ଥାଏ, କାରଣ ସୁରକ୍ଷା ସ୍ଥିତି ଅନିଶ୍ଚିତ ରହିଛି। ଏଥିରେ କୁହାଯାଇଛି ଯେ କାନାଡୀୟ ନାଗରିକଙ୍କୁ ଭାରତରେ ଅତ୍ୟଧିକ ସାବଧାନତା ଅବଲମ୍ୱନ କରିବାର ଆବଶ୍ୟକତା ଅଛି। 

ଆଡଭାଇଜରୀ ମୁତାବିକ , ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସ୍ତର ହଠାତ୍‌ ବଦଳି ପାରେ। ଉଭୟ ଦେଶ ମଧ୍ୟରେ ଯାତ୍ରା ସମୟରେ ଆପଣଙ୍କୁ ମୁସ୍କିଲର ସାମ୍ନା କରିବାକୁ ପଡ଼ିପାରେ। ଯଦି କେଉଁ ଗୋଟିଏ ଦେଶର ଅଧିକାରୀଙ୍କୁ ଜଣାପଡ଼େ କି, ଆପଣ ନିକଟରେ ଅନ୍ୟ ଦେଶ ଯାତ୍ରା କରିଛନ୍ତି ତ ଆପଣଙ୍କର ଯାଞ୍ଚ ହୋଇପାରେ । ଏଥିପଇଁ ସଜାଗ ରହିବାର ଆବଶ୍ୟକତା ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.