ପ୍ରମୂଖ ଖବର
  • ପର୍ଯ୍ୟଟକଙ୍କ ପାଇଁ ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଖଣ୍ଡପଡ଼ା: ଶିକ୍ଷକଙ୍କ ମାଡ଼ରେ ଛାତ୍ରୀ ସଂଜ୍ଞାହୀନ ହେବା ଘଟଣା, ନିଲମ୍ବିତ ହେଲେ ସହକାରୀ ଶିକ୍ଷକ
  • ||
  • ସମ୍ବଲପୁର: କ୍ରିକେଟ ଖେଳିବା ବେଳେ ଅଘଟଣ, ଛାତିରେ ବଲ ବାଜି ଚାଲିଗଲା ଛାତ୍ରଙ୍କ ଜୀବନ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାହାଡା ଉଠା ମହାସ୍ନାନ, ଗର୍ଭଗୃହରେ ସୁଆର ବଡୁ ସେବକଙ୍କ ଗୋଡ ଖସି ଯାଇ ରକ୍ତ ପଡ଼ିବାରୁ ମହାସ୍ନାନ
  • ||
  • ଢେଙ୍କାନାଳ: ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଠକେଇ କରିଥିବା ଅଭିଯୁକ୍ତ ଗିରଫ, ଜମି ପାଇଁ ନେଇଥିଲେ ୨୫ ଲକ୍ଷ ଟଙ୍କା
  • ||
  • ପୂର୍ତ୍ତ ବିଭାଗ କାର୍ଯ୍ୟରେ AI ଆଧାରିତ ସଫ୍ଟୱେର୍‌ ବ୍ୟବହାର ହେବ, ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
  • ||
  • ଗଞ୍ଜାମ: ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ, ପୁଲିସ ଛାନ୍‌ଭିନ୍।
  • ||
  • ସୁନ୍ଦରଗଡ଼: ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର ସହକାରୀ ଯନ୍ତ୍ରୀ, ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ
  • ||
  • କାଉଡ଼ିଆ ଯାତ୍ରା ହେଲା ଶେଷଯାତ୍ରା ; ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୧୮ ମୃତ
  • ||
  • ବୁଧବାର ଶ୍ରୀବିଗ୍ରହଙ୍କ ହେବ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଚୀନର ରାଜଧାନୀ ବେଜିଂରେ ପ୍ରବଳ ବର୍ଷା, ଅତିକମ୍‌ର ୩୦ ମୃତ
  • ||
  • ବିଶ୍ୱ ବ୍ୟାଘ୍ର ଦିବସ, ବାଘ ବଂଶ ବିସ୍ତାର କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ପାଇଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ
  • ||
  • ଆଣ୍ଡାମାନ ନିକୋବର ଦ୍ବୀପରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୨ ରେକର୍ଡ,ମିଳିନି କ୍ଷୟକ୍ଷତି କୌଣସି ସୂଚନା
  • ||
  • କ୍ଷେତ ଖାଲି ହେଲେ ଧାନ ବିକିବାକୁ ପଞ୍ଜିକରଣ, ଲକ୍ଷେ ୮୧ ହଜାର ଚାଷୀଙ୍କୁ ନୋଟିସ୍, ସାଟେଲାଇଟ୍ ସର୍ଭେରେ ଧରାପଡିଲେ
  • ||
  • ଲୋକସଭା ପରେ ଆଜି ରାଜ୍ୟସଭାରେ ହେବ 'ଅପରେସନ୍ ସିନ୍ଦୂର' ବିତର୍କ, ଭାଗ ନେଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି
  • ||
  • ଭାରତର ପ୍ରଥମ ମହିଳା ଚେସ୍ ବିଶ୍ୱକପ୍ ଚମ୍ପିଆନ ଦିବ୍ୟା ଦେଶମୁଖ, ଟ୍ରାଇବ୍ରେକରରେ କୋନେରୁ ହମ୍ପିଙ୍କୁ ହରାଇଲେ
  • ||
  • ୟୁକ୍ରେନ ଯୁଦ୍ଧକୁ ନେଇ ଋଷ ରାଷ୍ଟ୍ରପତି ପୁଟିନଙ୍କ ଉପରେ ଟ୍ରମ୍ପଙ୍କ ଅସନ୍ତୋଷ, କହିଲେ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ହେବ
  • ||
  • ଏଏସ୍‌ଆଇକୁ କ’ଣ ଦଣ୍ଡ ମିଳିବ ? "ଏକ୍ସ’ରେ ଶ୍ରୀମନ୍ଦିର, ରତ୍ନଭଣ୍ଡାର ଫଟୋ ଅପଲୋଡ୍‌ ପରେ ଉଡ଼େଇ ଦେଲେ...
  • ||
  • ଆମେରିକାରେ ୫ ଜଣଙ୍କୁ ଗୁଳି କରି ହତ୍ୟା, ନ୍ୟୁୟର୍କର ମିଡଟାଉନ୍ ମାନହାଟନ୍‌ରେ ଫାୟାରିଂ
  • ||
  • ଭାରତର ବଡ଼ ବିଜୟ, ୟମେନରେ କେରଳ ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟଦଣ୍ଡ ପ୍ରତ୍ୟାହାର
  • ||
  • ମଙ୍ଗଳବାର କାଁ ଭାଁ ବର୍ଷା, ବୁଧବାରଠୁ ଶୁଖିଲା ପାଗ: ମୟୂରଭଞ୍ଜରେ ଅଧିକ ବର୍ଷା ଆଶଙ୍କା, ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

'ନିମିଷା ପ୍ରିୟାଙ୍କ ଫାଶୀଦଣ୍ଡ ପ୍ରତ୍ୟାହାର ଖବର ମିଛ'; ଦାବିକୁ ଭାରତ ସରକାରଙ୍କ ଖଣ୍ଡନ, କହିଲେ ନାହିଁ ସଠିକତା

Published By : Ankita S | July 29, 2025 9:34 AM

ନୂଆଦିଲ୍ଲୀ,୨୯/୦୭: କେରଳର ନର୍ସ ନିମିଷା ପ୍ରିୟାଙ୍କର ମୃତ୍ୟୁଦଣ୍ଡ ରଦ୍ଦ ହୋଇଥିବା ନେଇ ଆଜି ସକାଳୁ ସକାଳୁ ଖବର ପ୍ରକାଶ ପାଇଥିଲା । ପରିବାରରେ ଖୁସିର ମାହୋଲ ଥିଲା । ହେଲେ ନିମିଷକେ ସବୁ କିଛି ଉଭେଇଗଲା । ନର୍ସ ନିମିଷାଙ୍କ ମୃତ୍ୟୁଦଣ୍ଡ ପ୍ରତ୍ୟାହାର ଦାବିକୁ ଖଣ୍ଡନ କରିଛନ୍ତି ଭାରତ ସରକାର । ଖବରରେ କୌଣସି ସଠିକତା ନଥିବା କହିଛନ୍ତି ଭାରତର ବୈଦେଶିକ ମନ୍ତ୍ରଣାଳୟ । ଏ ନେଇ ବିଶେଷ ସୁତ୍ରରୁ ଖବର ପ୍ରକାଶ ପାଇଛି ।

ୟେମେନ ନାଗରିକଙ୍କୁ ହତ୍ୟା ଅଭିଯୋଗରେ ନିମିଷାଙ୍କୁ ଫାଶୀଦଣ୍ଡ ମିଳିଥିଲା । ପୂର୍ବରୁ ସ୍ଥାନୀୟ କୋର୍ଟ ଦଣ୍ଡାଦେଶକୁ ସ୍ଥଗିତ କରିଥିଲେ । ଆଜି 'ଗ୍ରାଣ୍ଡ ମୁଫତି ଅଫ ଇଣ୍ଡିଆ' କାନ୍ଥାପୁରମ ଏପି ଅବୁବାକର ମୁସଲିୟାରଙ୍କ କାର୍ଯ୍ୟାଳୟ ନିମିଷାଙ୍କ ଫାଶୀଦଣ୍ଡ ବାତିଲ୍ କରାଯାଇଥିବା ନେଇ ଖବର ପ୍ରକାଶ ପାଇଥିଲା । ମାତ୍ର ଏ ଖବରକୁ ଖଣ୍ଡନ କରିଛି ଭାରତର ବୈଦେଶିକ ମନ୍ତ୍ରଣାଳୟ । ୨୦୧୭ରେ ୟେମେନର ଜଣେ ନାଗରିକଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୟେମେନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଫାଶୀ ଦଣ୍ଡାଦେଶକୁ ସମ୍ପୂର୍ଣ୍ଣ ରଦ୍ଦ କରାଯାଇଛି ବୋଲି 'ଗ୍ରାଣ୍ଡ ମୁଫ୍‌ତି ଅଫ ଇଣ୍ଡିଆ' ପକ୍ଷରୁ  ଘୋଷଣା କରାଯାଇଥିଲା । ଏହା ମିଥ୍ୟା ହୋଇଥିବା ନେଇ ବିଶେଷ ସୁତ୍ରରୁ ପ୍ରକାଶ ପାଇଛି 

ଅଧିକ ପଢନ୍ତୁ...ଭାରତର ବଡ଼ ବିଜୟ; ୟେମେନରେ କେରଳ ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ପ୍ରତ୍ୟାହାର

କଣ ହୋଇଥିଲା ଦାବି- ଆଜି 'ଗ୍ରାଣ୍ଡ ମୁଫତି ଅଫ ଇଣ୍ଡିଆ' କାନ୍ଥାପୁରମ ଏପି ଅବୁବାକର ମୁସଲିୟାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା ହୋଇଥିଲା କି, ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡକୁ ଆନୁଷ୍ଠାନିକ ଭାବରେ ବାତିଲ୍‌ କରାଯାଇଛି । ପୂର୍ବରୁ ନର୍ସଙ୍କ ମୃତ୍ୟୁଦଣ୍ଡକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଥିଲା । କାର୍ଯ୍ୟାଳୟ ଉଲ୍ଲେଖ୍ୟ କରିଥିଲା କରି ଏ ନେଇ ୟେମେନ୍ ସରକାରଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ଲିଖିତ ଭାବେ ସ୍ପଷ୍ଟ କରାଯାଇନାହିଁ । ଭାରତର ବୈଦେଶିକ ମନ୍ତ୍ରଣାଳୟ ବର୍ତ୍ତମାନ ଏହି ଦାବିକୁ ଖଣ୍ଡନ କରିଛନ୍ତି ।

କେରଳ ପଲକ୍କଡ଼ ଜିଲ୍ଲାର ବାସିନ୍ଦା ନିମିଷା ୨୦୧୧ରେ ୟେମେନ ଯାଇଥିଲେ । ସେଠାରେ ବିଭିନ୍ନ ହସ୍ପିଟାଲରେ କାମ କରିବା ପରେ କ୍ଲିନିକ୍‌ ଖୋଲିବାକୁ ଉଦ୍ୟମ କରିଥିଲେ । ୟେମେନର ନିୟମ ଅନୁସାରେ, ସେଠାରେ ବ୍ୟବସାୟ କଲେ ସ୍ଥାନୀୟ ଲୋକଙ୍କ ଭାଗୀଦାରି ଆବଶ୍ୟକ । ଏହି କାରଣରୁ ନିମିଷା ୟେମେନ ନାଗରିକ ତଲାଲ ଅବ୍‌ଦୋଙ୍କ ସହ ମିଶି କାମ ଆରମ୍ଭ କରିଥିଲେ । କିନ୍ତୁ ଅବ୍‌ଦୋ ତାଙ୍କୁ ହଇରାଣ କରୁଥିବା ଓ ତାଙ୍କ ପାସପୋର୍ଟ ଫେରାଉ ନ ଥିବା ନିମିଷା ଅଭିଯୋଗ କରିଥିଲେ । ଏ ନେଇ ସେ ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । 

ପାସପୋର୍ଟ ଫେରି ପାଇବାକୁ ନିମିଷା ଅବ୍‌ଦୋଙ୍କୁ ଅଚେତ ଇଞ୍ଜେକ୍ସନ ଦେଇଥିଲେ । କିନ୍ତୁ ଓଭରଡୋଜ୍‌ କାରଣରୁ ଅବ୍‌ଦୋଙ୍କ ମୃତ୍ୟୁ ଘଟିଥିଲା । ପରେ ନିମିଷା ତାଙ୍କ ସହଯୋଗୀଙ୍କ ସହ ମିଶି ଅବ୍‌ଦୋଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି ପାଣି ଟାଙ୍କିରେ ଫିଙ୍ଗି ଦେଇଥିଲେ । ୩୭ ବର୍ଷୀୟା ନିମିଷା ଭାରତ ପଳାଇ ଆସିବାକୁ ଉଦ୍ୟମ କରୁଥିବାବେଳେ ଗିରଫ ହୋଇଥିଲେ । ୨୦୧୭ରେ ଦୋଷୀ ସାବ୍ୟସ୍ତ ପରେ ୟେମେନ କୋର୍ଟ ୨୦୨୦ରେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.