କୋଣାର୍କ, ୬।୯ : ମାନସିକ ପୂରଣ ପାଇଁ ମନ୍ଦିରରେ ଗୁହାରିଆ ପଡ଼ିଥିଲେ କର୍କଟ ରୋଗୀ। ଚାଲିଗଲା ଜୀବନ। କୋଣାର୍କ ନିକଟସ୍ଥ ବାଲିକପିଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ପୁରୀ ଚକ୍ରତୀର୍ଥ ରୋଡ୍ (ନୂଆସାହି)ର ଗୋବିନ୍ଦ ପରିଡା (୪୦ ବର୍ଷ) ବୋଲି ଜଣାପଡ଼ିଛି। 

ସୂଚନାନୁଯାୟୀ, ପୁରୀ ନୂଆସାହିର ଗୋବିନ୍ଦ ପରିଡା କର୍କଟ ରୋଗରେ ପୀଡ଼ିତ ଥିଲେ। ଗତ ୩ଦିନ ହେଲା ସେ ବାଲିକପିଳେଶ୍ୱର ବେଢାରେ ଗୁହାରିଆ ପଡ଼ିଥିଲେ। ଶନିବାର ଭୋର ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା। ଖବରପାଇ ରାମଚଣ୍ଡୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି