ଭୁବନେଶ୍ବର,୧୫।୭ : ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀ  ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ମାଷ୍ଟର  କ୍ୟାଣ୍ଟିନ ଛକ ରାସ୍ତାରେ ବସିଲା କଂଗ୍ରେସ । ହାତରେ କ୍ୟାଣ୍ଡେଲ ଧରି ଶୋଭାଯାତ୍ରା କରି ରାସ୍ତା ଅବରୋଧ କରିଛି କଂଗ୍ରେସ ମହିଳା ମୋର୍ଚ୍ଚା ।

କଂଗେସ ନେତ୍ରୀ ମୀନାକ୍ଷୀ  ବାହିନୀପତି ,  ବିଧାୟକ ତାରାପ୍ରସାଦ ବାହିନୀପତି , କଂଗ୍ରେସ ନେତା ସନ୍ତୋଷ ସାଲୁଜା ପ୍ରମୁଖ ଉପସ୍ଥିତ ରହିବା ସହ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲା।  ମାଷ୍ଟର  କ୍ୟାଣ୍ଟିନ ଛକ ରାସ୍ତାରେ କଂଗ୍ରେସ ନେତା ବସି ରହିଥିବାରୁ  ରାଜ ମହଲ ଛକରୁ ଆସୁଥିବା ଗାଡି ଗୁଡ଼ିକ କିଛି ସମୟ  ଅଟକି ରହିଥିଲା ।