ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବୌଦ୍ଧରେ ଅପରେସନ୍‌ ଗ୍ରୀନ୍‌ କ୍ଲିନ, ୨ ଦିନରେ ୨୦ କୋଟିର ଗଞ୍ଜେଇ ଗଛ ନଷ୍ଟ

Published By : Harapriya Sethi | December 12, 2024 8:48 AM

ବୌଦ୍ଧ, ୧୨/୧୨: ବୌଦ୍ଧ ଜିଲ୍ଲାରେ ଅପରେସନ ଗ୍ରୀନ କ୍ଲିନ୍ ଅଭିଯାନ କୁ ପୋଲିସ ପକ୍ଷରୁ ଜୋରଦାର କରାଯାଇଛି । ଏହି ଅଭିଯାନରେ ଲଗାତାର ଭାବେ ଦୁଇ ଦିନରେ ୨୦ କୋଟି ଟଙ୍କାର ଗଞ୍ଜେଇ ଗଛ ପୋଡ଼ି ନଷ୍ଟ କରିଛି ପୋଲିସ। ବୌଦ୍ଧ ଆଦର୍ଶ ଥାନା, ମନମୁଣ୍ଡା ଥାନା ଓ ଘଣ୍ଟାପଡ଼ା ଥାନା ଅଞ୍ଚଳରେ ଅପରେସନ ଗ୍ରୀନ କ୍ଲିନ୍ କରିଛି ପୋଲିସ । ତିନୋଟି ଥାନା ଅଞ୍ଚଳରୁ ପ୍ରାୟ ୧୯୭ ଏକର ଜମିରୁ ୨ ଲକ୍ଷରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛକୁ କାଟିବା ସହିତ ତାକୁ ସମ୍ପୂର୍ଣ୍ଣ ଭାବରେ ପୋଡ଼ି ନଷ୍ଟ କରିଛି ପୋଲିସ। 

ବୌଦ୍ଧ ଆଦର୍ଶ ଥାନା ପକ୍ଷରୁ ସାନବବଡା ଗ୍ରାମରୁ ୮୬ ଏକର ଜମିରେ ଚଢାଉ କରାଯାଇ ସେଠାରୁ ପ୍ରାୟ ୮୬ ହଜାରରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ କାଟି ଥିବା ବେଳେ, ଘଣ୍ଟାପଡ଼ା ଥାନା ଲଣ୍ଡା ପଦର ଗ୍ରାମ ସଂରକ୍ଷିତ ଜଙ୍ଗଲରେ ଚଢାଉ କରି ୭୦ ଏକର ଜମିରୁ ପ୍ରାୟ ୬୯ ହଜାର ଗଞ୍ଜେଇ ଗଛ କଟା ଯାଇଥିବା ପୋଲିସ ସୂଚନା ଦେଇଛି । ସେହିପରି ମନମୁଣ୍ଡା ଥାନା ପଲଝାରି ଗ୍ରାମ ନିକଟରେ ଚଢାଉ କରି ୪୫ ଏକର ଜମିରୁ ପ୍ରାୟ ୫୨ ହଜାରରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ କାଟି ତାକୁ ସମ୍ପୂର୍ଣ୍ଣ ଭାବେ ପୋଡ଼ି ନଷ୍ଟ କରାଯାଇଥିବା ସୂଚନା ମିଳିଛି। ତେବେ ଦୁଇ ଦିନରେ ନଷ୍ଟ ହୋଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କା ହେବା ନେଇ ଆକଳନ କରାଯାଇଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.