ଜି.ଉଦୟଗିରି, ୨୫/୦୯: ବେଲୁନ୍ ନାମକ ଏକ ଘରୋଇ ବସ୍‌ରେ ରାଇକିଆରୁ ଭୁବନେଶ୍ୱର ଚାଲାଣ ହେଉଥିଲା ଗଞ୍ଜେଇ । ଗଞ୍ଜେଇ ନେଉଥିବା ଅଭିଯୋଗରେ ରାଇକିଆ ପୁଲିସ ବସ୍‌ଟିକୁ ଜବତ କରିବା ସହ ବସ୍‌ କର୍ମଚାରୀଙ୍କୁ ଗିରଫ କରିଛି । ବସ୍‌ରୁ ମୋଟ ୨୦ କେଜି ୧୫୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି ।

ସୂଚନା ମୁତାବକ, ବେଲୁନ୍ ନାମକ ଏକ ଘରୋଇ ବସ୍‌ରେ ରାଇକିଆରୁ ଭୁବନେଶ୍ୱରକୁ ଗଞ୍ଜେଇ ​​​​ଚାଲାଣ ହେଉଥିଲା । ଏସମ୍ପର୍କରେ ଖବର ପାଇ ପୁଲିସ ଉକ୍ତ ବସ୍‌ଟିରୁ ଅଟକାଇଥିଲା । ଗଞ୍ଜେଇ ନେଉଥିବା ନେଇ କୌଣସି ଯାତ୍ରୀ ଧରା ପଡ଼ି ନଥିବାରୁ ପୁଲିସ ଗାଡ଼ିର କର୍ମଚାରୀଙ୍କୁ ଗିରଫ କରିଛି । ଖବର ପାଇ ଅତିରିକ୍ତ ତହସିଲଦାର ଦିଲ୍ଲୀପ ବେହେରା ଘଟଣା ସ୍ଥଳରେ ପହଞ୍ଚି ଗଞ୍ଜେଇକୁ ଜବତ କରିଥିଲେ । ​​​​​​​