ଭୁବନେଶ୍ୱର,୨୭/୦୬: ରାଜଧାନୀରେ ପୁଣି ଆମ ବସ୍ ଦୁର୍ଘଟଣା। ସ୍କୁଲରୁ ଫେରୁଥିବା ବେଳେ ବାପା-ଝିଅଙ୍କୁ ଧକ୍କା ଦେଲା ଆମ ବସ୍। ରଙ୍ଗ୍ ରୁଟ୍ ରେ ଆସି ଆମ ବସ୍ ଧକ୍କା ଦେଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ଝିଅର ଗୋଡ଼ରେ ଆଘାତ ଲାଗିଥିବା ବେଳେ ଗୁରୁତର ଅବସ୍ଥାରେ ବାପା-ଝିଅଙ୍କୁ ପିସିଆରରେ ମେଡିକାଲକୁ ପଠାଯାଇଥିଲା। ମଞ୍ଚେଶ୍ବର ଗାଡ଼କଣ ରେଲୱେ ଷ୍ଟାଡିୟମ୍ ଛକ ରାସ୍ତା ନିକଟରେ ଦୁର୍ଘଟଣା ଘଟିଛି ଥିବା ସୂଚନା ମିଳିଛି। କ୍ଷତି ପୂରଣ ଦାବି ନେଇ ସ୍ଥାନୀୟ ଲୋକେ ରାସ୍ତା ରୋକ୍ କରିଛନ୍ତି। ଏବେବି ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। କମିଶନରେଟ ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିବା ସହିତ ଆମ୍ ବସ୍ ଡ୍ରାଇଭରକୁ ଅଟକ ରଖିଛି। ସେଠାରେ ଶାନ୍ତି ଫେରାଇ ଆଣିବାକୁ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।
ଅତୀତରେ ଆମ ବସ୍ ଅନେକ ଦୁର୍ଘଟଣା ଘଟାଇଥିବା ବେଳେ ବାରମ୍ବାର ଏଭଳି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭୁବନେଶ୍ବର ବାସିନ୍ଦା। ପୂର୍ବରୁ ଏନେଇ ଅନେକ ଉତ୍ତେଜନାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି। ତଥାପି ଆମ ବସ୍ ଦୁର୍ଘଟଣାରେ ଲାଗୁନି ରୋକ। ବେଲଗାମ ଭାବେ ଗାଡ଼ି ଚଳାଉଛନ୍ତି ଆମବସ୍ ଚାଳକ। ପ୍ରତି ସପ୍ତାହରେ କେଉଁଠି ନା କେଉଁଠି ଆମ ବସ୍ ଦୁର୍ଘଟଣାର ଖବର ଆସୁଛି।