ଭୁବନେଶ୍ୱର,୧୩/୦୪: କ୍ୟାପିଟାଲ ହସ୍ପିଟାଲ ‘ଟ୍ରମାକେୟାର ସେଣ୍ଟର’ ନିର୍ମାଣ ୮ ମାସ ହେଲା ଶେଷ ହେଲାଣି ।ନୂଆ ବିଲ୍ଡିଂ ଠିଆ ହୋଇଛି । ମାତ୍ର କାର୍ଯ୍ୟକ୍ଷମ ହେଉନି । ଗ୍ରୀନଟ୍ରିବ୍ୟୁନାଲଙ୍କ ମଞ୍ଜୁରି ଓ ପ୍ଲଟକୁ ନେଇ ସୃଷ୍ଟି ହୋଇଥିବା କେଁରେ ଏହା ସେତେ ଯେମିତି କୋମାକୁ ଚାଲିଯାଇଛି । ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ଓ ସମନ୍ୱୟ ଅଭାବରୁ ଏହାରୋଗୀଙ୍କ ସେବାରେ ଆସିପାରୁନି । ଗୁରୁତର ରୋଗୀକଟକ ଏବଂ ଏମ୍‌ସ ରେଫର ହେଉଛନ୍ତି । ହେଲେ ଏହାକେବେ ଉଦ୍ଘାଟନ ହେବ କାହା ପାଖରେ ଖବର ନାହିଁ ।

ବିଲ୍ଡିଂରେ ବର୍ତ୍ତମାନ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲମଞ୍ଜୁରି ଏବଂ ଜିଏରେ ପ୍ଲଟ୍ ନମ୍ବର ନେଇ କେଁ ରହିଛି । ଯାହାଫଳରେ ବିଲ୍ଡିଂ ପ୍ଲାନ୍ ପାଇଁ ଅନୁମତି ମିଳୁନି ।ବିଏମ୍ସି ଓ ଜିଏ ପାଖରେ ଫାଇଲ ପଡ଼ିରହିଛି ।ଏପଟେ ରୋଗୀଙ୍କ ପାଇଁ ବିଲ୍ଡିଂରେ ପଡ଼ିରହିଥିବାଆସବାବପତ୍ର ଖତ ହେବାକୁ ବସିଲାଣି । ସ୍ୱାସ୍ଥ୍ୟ ବିଭାଗଅଧିକାରୀ କହୁଛନ୍ତି, ଆମକୁ ବିଲ୍ଡିଂ ହସ୍ତାନ୍ତର ହୋଇଛି । ଆମେ ଏହାକୁ ଚାଲୁ କରିବାକୁ ପଦକ୍ଷେପ ନେବୁ । ହେଲେ କେବେଠୁ ଚାଲୁ ହେବ ସେନେଇ କେହି କିଛିକହୁନାହାନ୍ତି । ୮ ମାସ ତଳେ କ୍ୟାପିଟାଲ ହସ୍ପିଟାଲ-ପିଜିଆଇଏମ୍ଇଆର ‘ଟ୍ରମା କେୟାର ସେଣ୍ଟର’ ନିର୍ମାଣକାର୍ଯ୍ୟ ଶେଷ ହୋଇଥିବା ନେଇ ପୂର୍ତ୍ତ ବିଭାଗ ଜଣାଇଥିଲା ।ଏହାପରେ ସ୍ୱାସ୍ଥ୍ୟ ବିଭାଗ ଏହାକୁ ପରିଚାଳନା ପାଇଁଆବଶ୍ୟକ ହେଉଥିବା ମାନବସମ୍ବଳ ଓ ଯନ୍ତ୍ରାଂଶ କିଣିବାନେଇ ପ୍ରକ୍ରିୟା ଆରମ୍ଭ କରିଥିଲା । ହେଲେ ପରିବେଶମଞ୍ଜୁରି ମିଳିନଥିବାରୁ ସ୍ୱାସ୍ଥ୍ୟ ବିଭାଗ ଆଗକୁ ବଢ଼ିପାରୁନି ।

ଅଧିକ ପଢ଼ନ୍ତୁ :-  ମହଙ୍ଗା ସହରରେ ବିଏମସି କଷୁଛି ୟୁଜର୍ସ ଫି, ଏଠି ଘରୁ ବାହାରିଲେ ପ୍ରଦୂଷଣ, ଟ୍ରାଫିକ୍ ଚାଲାଣ ଭୟ... ଏଇତ ଭୁବନେଶ୍ଵରିଆଙ୍କ ଜୀବନ

୨୦୨୨ରେ ୮୫ କୋଟି ଟଙ୍କା ବ୍ୟୟରେ ୫ ମହଲାବିଶିଷ୍ଟ ଲେବେଲ-୧ ଟ୍ରମା କେୟାର ସେଣ୍ଟରର ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ୨୦୦ ଶଯ୍ୟା ରହିଛି ।ଏହି ଟ୍ରମା କେୟାର ୟୁନିଟ୍ରେ ଅସ୍ଥିଶଲ୍ୟ, ସର୍ଜରୀ ବିଭାଗସହ ମଡ୍ୟୁଲାର ଓଟି, ପ୍ଲାଷ୍ଟିକ୍ ସର୍ଜରୀ, ନିଶ୍ଚେତକ ବିଭାଗଓ ବିଭିନ୍ନ ରୋଗୀ ୱାର୍ଡ ରହିଛି