ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଜନତା ମଇଦାନ ସମ୍ମୁଖରେ କାର୍‌ ଦୁର୍ଘଟଣାଗ୍ରସ୍ତ, ଏୟାରବ୍ୟାଗ୍‌ ବଞ୍ଚାଇଦେଲା ୨ ଜୀବନ

Published By : Harapriya Sethi | January 29, 2025 8:35 AM

ଭୁବନେଶ୍ୱର,୨୯/୦୧: ବିଳମ୍ବିତ ରାତିରେ ମଦ୍ୟପାନ କରି ବେପରୁଆ ଗାଡ଼ି ଚାଳନା । ଭୁବନେଶ୍ୱରର ଜନତା ମଇଦାନ ସମ୍ମୁଖରେ ଭରସାମ୍ୟ ହରାଇ ଖୁଣ୍ଟକୁ ପିଟିଲା କାର୍‌ । ଏୟାରବ୍ୟାଗ୍‌ ବଞ୍ଚାଇଦେଲା ୨ ଯୁବକଙ୍କ ଜୀବନ । ଘଟଣାସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ । ଭୁବନେଶ୍ୱରର ଜନତା ମଇଦାନ ସମ୍ମୁଖରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ମଙ୍ଗଳବାର ବିଳମ୍ୱିତ ରାତିରେ ୨ ଜଣ ଯୁବକ ଏକ କାର୍‌ରେ ଯାତ୍ରା କରୁଥିଲେ । ମଦ୍ୟପାନ କରି ବେପରୁଆ ହୋଇ ଗାଡ଼ି ଚଳାଉଥିଲେ । ଏହି ସମୟରେ ଭୁବନେଶ୍ୱରର ଜନତା ମଇଦାନ ସମ୍ମୁଖରେ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମର ସମସ୍ତ ପୋଷ୍ଟର ସହ ଲାଇଟ୍ ଲାଗିଥିଲା । ସେଠାରେ ଗାଡ଼ିଟି ଭାରସାମ୍ୟ ହରାଇ ଖୁଣ୍ଟକୁ ପିଟି ଦେଇଥିଲା । ଫଳରେ ଗାଡ଼ିରେ ଥିବାର ଏୟାରବ୍ୟାଗ୍‌ ଖୋଲି ଯାଇଥିଲା। ଯାହା ଫଳରେ ଯୁବକ ଦ୍ୱୟ ଏକ ବଡ଼ ଦୁର୍ଘଟଣା ହେବାରୁ ବଞ୍ଚି ଯାଇଥିଲେ । ଏହା ଦେଖି ତୁରନ୍ତ ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡ଼ିଟିକୁ ଜବତ କରିଛି । ଏହା ସହ ଘଟଣାର ତଦନ୍ତ ମଧ୍ୟ ଚଳାଇଛି ।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.