ଦିଗପହଣ୍ଡି,୨୬।୧୦ :  ଦିଗପହଣ୍ଡିର ଦୁଇଟି ସ୍ଥାନରେ ଦୁର୍ବୃତ୍ତଙ୍କ ବୋମାମାଡ଼ । ଦିଗପହଣ୍ଡି ବସ୍‌ଷ୍ଟାଣ୍ଡ ନିକଟ ଏକ  ବ୍ୟାଙ୍କ ଆଗରେ ଥିବା ଏକ ଥାର ଗାଡି ଉପରେ ବୋମା ମାଡ଼  କରିଛନ୍ତି। ସେହିପରି  ଏକ ବାଇକ ଉପ‌ରେ ବୋମା ମାଡ଼ କରିଛନ୍ତି। ଏଥିରେ ଜଣେ ଆହତ ହୋଇଛି। 

ଦୁର୍ବୃତ୍ତମାନେ ସ୍ବିଫ୍ଟ ଡିଜାଇର କାର୍ ଓ ବୁଲେଟରେ ଆସି ଦୁଇଟି ସ୍ଥାନରେ ବୋମାମାଡ଼  କରିଥିଲେ  । ପ୍ରଥମେ ଦିଗପହଣ୍ଡି   ପୁରୁଣା ବସ୍ ଷ୍ଟାଣ୍ଡ ନିକଟରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ନିକଟରେ ଥିବା ଏକ ଥାର  ଗାଡ଼ି ଉପରେ ବୋମା ମାଡ଼  କରିଥିଲେ। ପରେ  ପଦ୍ମନାଭପୁର ଶନି ମନ୍ଦିର ନିକଟରେ ଥିବା ବାଇକ୍ ଆରୋହୀ ଶତ୍ରୁଘନ ସେଠୀଙ୍କ ଉପରେ ଦୁର୍ବୃତ୍ତ ବୋମା ମାଡ଼ କରିଛନ୍ତି । ବୋମାମାଡ଼ ପରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।