କଣ୍ଟାମାଳ,୨୫।୫ : ଗଞ୍ଜେଇ ଚୋରା ଚାଲାଣ ବେଳେ ବୌଦ୍ଧ ଜ଼ିଲ୍ଲା ଘଣ୍ଟାପଡା ଥାନା ପୁଲିସ ଚଢାଉ କରି କାର ସହ ଗଞ୍ଜେଇ ଜବତ କରିଛି। ଏଥିସହ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବିହାର ରାଜ୍ୟ କ୍ରିଷ୍ଣାବଳରାମ ଥାନା ନୂଆନ ଗ୍ରାମର ବିକ୍ରାନ୍ତ ସିଂହ ।
ଘଣ୍ଟାପଡା ଥାନା ଆଭ୍ୟନ୍ତରିଣ ଦେଢ଼େନମାଲ ରାସ୍ତା ଦିଗକୁ ଆସୁଥିବା ଏକ କାରକୁ ସନ୍ଦେହରେ ଅମ୍ବଗାଁ ନିକଟରେ ଅଟକାଇ ଯାଞ୍ଚ କରିଥିଲେ l ଯାଞ୍ଚ ସମୟରେ ଗାଡ଼ିରୁ ଗଞ୍ଜେଇ ସହ ଦୁଇଟି ଅଜଣା ନମ୍ବର ପ୍ଲେଟ ମିଳିଥିଲା l ଜବତ ଗଞ୍ଜେଇକୁ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଓଜନ କରିବାରୁ ଏହାର ଓଜନ ୨୭କିଲୋ ଥିବା ଜଣାପଡିଥିଲା। ଗିରଫ ଗଞ୍ଜେଇ ମାଫିଆ ହେଲେ ବିହାର ରାଜ୍ୟ କ୍ରିଷ୍ଣାବଳରାମ ଥାନା ନୂଆନ ଗ୍ରାମର ବିକ୍ରାନ୍ତ ସିଂହ(୩୦) l ଏନେଇ ଘଣ୍ଟାପଡା ଥାନା ପୁଲିସ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଘଣ୍ଟାପଡା ଥାନାଧିକାରୀ ସୂଚନା ଦେଇଛନ୍ତି।