ପ୍ରମୂଖ ଖବର
  • ଇଷ୍ଟଦେବୀଙ୍କୁ ଲାଗି ହେଲା ନବାନ୍ନ, ସମ୍ବଲପୁର ଅଧିଷ୍ଠାତ୍ରୀ ମା ସମଲେଶ୍ବରୀଙ୍କୁ ଲାଗି ହେଲା ନବାନ୍ନ
  • ||
  • ଆସନ୍ତା ୩୦ରୁ ଭିତରକନିକାରେ ପକ୍ଷୀ ଗଣନା, ପ୍ରତି ଦଳରେ ୭ ଜଣ ସାମିଲ ହେବେ
  • ||
  • କନ୍ଧମାଳ: ଦୋକାନ ଭିତରକୁ ମାଡ଼ିଗଲା କାର୍‌; ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
  • ||
  • ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ
  • ||
  • LOC ନିକଟ ଗୁରେଜ ସେକ୍ଟରରେ ଏନକାଉଣ୍ଟର, ୨ ଆତଙ୍କୀ ନିହତ
  • ||
  • ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା, ଗାଁ ଖୁଇଲ୍‌ ଗହଗହ
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୩୦ ଯାଏ ବିକ୍ଷିପ୍ତ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଆଲର୍ଟ
  • ||

ବସ୍‌ ଧକ୍କାରେ ଭାଙ୍ଗିଲା ଏକାଧିକ ଗାଡି; ଜଣେ ମୃତ, ଜଣେ ଗୁରୁତର

Published By : Harapriya Sethi | August 28, 2025 9:31 AM

ଦାରିଙ୍ଗବାଡ଼ି,୨୮/୦୮: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା । ଗୋଟିଏ ଘରୋଇ ବସ୍‌ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛି। ବସ୍‌ ଧକ୍କାରେ ଅନେକ ଗାଡି ଭଙ୍ଗାରୁଜା ହେବା ସହ ଗୋଟିଏ ଦୋକାନ ମଧ୍ୟ ଭାଙ୍ଗି ଯାଇଛି। ମୃତକ ହେଲେ ବ୍ରାହ୍ମଣୀ ଗାଁ ସ୍ଥିତ ଧର୍ମସାହିର ବଣ୍ଡାସା ମାଝୀ ଓ ଗୁରୁତର ଜଣଙ୍କ ହେଲେ ବଣ୍ଡାଗୁଡି ମାଝୀ। ଘଟଣା ସ୍ଥଳରେ ବଣ୍ଡାସା ମାଝୀ ମୃତ୍ୟୁ ବରଣ କରିଥିବା ବେଳେ ବଣ୍ଡାଗୁଡ଼ି ମାଝୀଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଥିଲା। 

ସୂଚନା ମୁତାବକ, ବିକ୍ରାନ୍ତା ବସ୍‌କୁ ବ୍ରାହ୍ମଣୀ ଗାଁ ସ୍ଥିତ ମାଆ ଗୃହ କାର୍ଯ୍ୟାଳୟ ସାମ୍ନାରେ ପଦ୍ମାଳୟା ବସ୍‌ଟି ଓଭର ଟେକ୍‌ କରି ଯାଉଥିଲା । ଓଭର ଟେକ୍‌ କରିବା ବେଳେ ଗୋଟିଏ ବାଇକ୍‌, ଗୋଟିଏ କାର୍‌କୁ ପିଟିବା ସହ ଦୋକାନ ଉପରକୁ ଚଢି ଯାଇଥିଲା । ଉକ୍ତ ଦୋକାନରେ ବଣ୍ଡାସା ମାଝୀ ଓ ବଣ୍ଡାଗୁଡ଼ି ମାଝୀ ଚା ପିଉଥିଲେ। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଥିଲେ । କାର୍‌ରେ କେହି ନଥିବା ଯୋଗୁଁ ଅନ୍ୟ କାହାରି କୌଣସି କ୍ଷତି ହୋଇ ନାହିଁ । ଘଟଣାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଥିବା ବେଳେ କ୍ଷତି ପୂରଣ ଦାବି କରିଛନ୍ତି ଅଞ୍ଚଳବାସୀ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ସହ ବସ୍‌କୁ ଜବତ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.