ସାଲେଭଟା ,୨୩/୮ : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଳକ ସାଲେଭଟା- ମୁରସୁଣ୍ଢି ରାସ୍ତାରେ ସନ୍ଦେହଜନକ ଅବସ୍ଥାରେ ଥିବା ଏକ କାରକୁ ପୁଲିସ ଜବତ କରିଛି। ଡ୍ରାଇଭର ଫେରାର ହୋଇଯାଇଛି । ଏଥିରେ ଗଞ୍ଜେଇ ଚୋରାଚାଲଣ ହେଉଥିବା ସନ୍ଦେହ କରାଯାଉଛି ।
ବଲାଙ୍ଗିର-ବରଗଡ ୨୬ ନମ୍ବର ରାସ୍ତା ଦେଇ ସାଲେଭଟାରୁ ସୋନପୁରକୁ ସଂଯୋଗ କରୁଥିବା ରାସ୍ତାରେ ଏକ କାର ସନ୍ଦେହ ଜନକ ଭାବରେ ଆସୁଥିଲା । କୌଣସି ସୁତ୍ରରୁ ଲୋଇସିଂହା ଓ ସାଲେଭଟା ପୁଲିସ ଖବରପାଇ ତନାଘନା କରିଥିଲେ । ସାଲେଭଟାରୁ ମୁରସୁଣ୍ଡି ଯାଇଥିବା ରାସ୍ତା ଭୁତଳ ପୋଲ ନିକଟ ରେଳ ଧାରଣା ନିକଟରେ ସବୁପଟୁ ଘେରାବନ୍ଦୀ ହୋଇଥିବା ଖବର ପାଇ ସଂପୃକ୍ତ ଗାଡି ଛାଡି ଡ୍ରାଇଭର ଫେରାର ହୋଇଯାଇଥିଲା । ଏହି ଆଟିକା ଗାଡିରେ ଗଞ୍ଜେଇ ଥିବା ସନ୍ଦେହ କରାଯାଉଛି । ଉକ୍ତ ଗାଡିର ପଛପଟେ ଆଇନ୍ଜୀବୀ ଲଗାଉଥିବା ଲୋଗୋ ଲାଗିଥିବାଦେଖିବାକୁ ମିଳିଛି । ବୌଦ୍ଧ କଂଟାମାଲ ଅଂଚଳରୁ ସୋନପୁର ଦେଇ ବଲାଙ୍ଗିର ବୁର୍ଡାରାସ୍ତା, ସୋନପୁର ଲଛିପୁର ଦେଇ ଚେରୁପାଲି ଓ ସାଲେଭଟା କୁ ୨୬ନଂମ୍ବର ଜାତୀୟ ରାଜଥ ଦେଇ ଗଞ୍ଜେଇ ଚୋରାଚାଲଣ ହେଉଥିବା ଅଭିଯୋଗ ହୋଇ ଆସୁଛି ।