ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର୍‌; ୨ ଗୁରୁତର, ଦୀର୍ଘ ସମୟ ବିଦ୍ୟୁତ ସରବରାହ ବନ୍ଦ

Published By : Harapriya Sethi | August 4, 2025 10:48 AM

ଖଲ୍ଲିକୋଟ,୦୪/୦୮: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସହର ମଧ୍ୟରେ ସୋମବାର ଭୋରରୁ ଘଟିଛି ଦୁର୍ଘଟଣା । ଖଲ୍ଲିକୋଟ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ନିକଟରେ ବିଦ୍ୟୁତ୍ ଖୁଣ୍ଟକୁ ଏକ କାର୍‌ ଧକ୍କା ଦେଇଥିବା ବେଳେ କାର୍‌ରେ ଡ୍ରାଇଭର ସହ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ଦୁଇ ଗୁରୁତର ପୁରୁଷୋତ୍ତମପୁର ଅରଖପୁର ଗାଁର କାହ୍ନୁ ଚରଣ ନାୟକ ଓ ଖଲ୍ଲିକୋଟ ଖୋଜାପଲ୍ଲୀ ଗାଁର ଜୟରାମ ସ୍ୱାଇଁ ବୋଲି ଜଣାପଡିଛି । 

ସୂଚନା ଅନୁଯାୟୀ, ସୋମବାର ଭୋର ପ୍ରାୟ ୪ ଟା ସମୟରେ ଏକ କାର୍‌ କୋଦଳା ପଟୁ ଖଲ୍ଲିକୋଟ ଅଭିମୁଖେ ଆସୁଥିଲା । ଏହି ସମୟରେ ହଠାତ କାର୍‌ଟି ଭାରସାମ୍ୟ ହରାଇ ଖଲ୍ଲିକୋଟ ସ୍ଥିତ ଅରବିନ୍ଦ ସ୍କୁଲ ନିକଟରେ ରାସ୍ତା କଡ଼ରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଥିଲା । ଯାହା ଫଳରେ ବିଦ୍ୟୁତ ଖୁଣ୍ଟଟି ବଙ୍କା ହୋଇଯାଇଥିବା ବେଳେ କାର୍‌ଟିର ଅଗ୍ରଭାଗ କ୍ଷତିଗ୍ରସ୍ତ ହୋଇଛି । ଫଳରେ କାର୍‌ ଭିତରେ ଥିବା ଡ୍ରାଇଭର ସହ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ତୁରନ୍ତ ଦୁହିଁଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଜୟରାମଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ କାହ୍ନୁ ଖଲ୍ଲିକୋଟ ମେଡ଼ିକାଲରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି । ଏହି ଘଟଣା ସମ୍ପର୍କରେ ଖବର ପାଇ ଖଲ୍ଲିକୋଟ ଥାନା ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି କାର୍‌କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଦୁର୍ଘଟଣା ପରେ ଖଲ୍ଲିକୋଟ ସହରରେ ଦୀର୍ଘ ସମୟ ଧରି ବିଦ୍ୟୁତ ସରବରାହ ବନ୍ଦ ରହିଥିବାରୁ ପ୍ରବଳ ଗରମରେ ଲୋକମାନେ ଆଉଟୁ ପାଉଟୁ ହେଉଥିବା ଦେଖିବାକୁ ମିଳିଛି । ଅରବିନ୍ଦ ସ୍କୁଲ ଠାରୁ ଶ୍ରୀ ଜଗନ୍ନାଥ ମନ୍ଦିର ଛକ ପର୍ଯ୍ୟନ୍ତ ଆସିକା- ଭୁବନେଶ୍ୱର ରାସ୍ତା ଅଣ ଓସାରିଆ ହୋଇଥିବାରୁ ଏହି ରାସ୍ତାରେ ଏନେକ ଦୁର୍ଘଟଣା ଘଟୁଛି । ରାସ୍ତାକୁ ବିଦ୍ୟୁତ ଖୁଣ୍ଟ ଗୁଡିକ ଲାଗି ରହିଥିବାରୁ ବହୁବାର ଗାଡି ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଉଛି ଏବଂ ଦୀର୍ଘ ସମୟ ଧରି ବିଦ୍ୟୁତ ସରବରାହ ବନ୍ଦ ରହୁଛି । ଫଳରେ ଜନସାଧାରଣ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହି ରାସ୍ତାର ପ୍ରଶସ୍ତିକରଣ କରିବା ସହିତ ବିଦ୍ୟୁତ ଖୁଣ୍ଟ ଗୁଡିକ ରାସ୍ତାଠାରୁ ଦୁରେଇ ରଖିବା ପାଇଁ ସାଧାରଣରେ ଦାବି ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.