ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଭାରସାମ୍ୟ ହରାଇ ଖାଲକୁ ଖସି ପଡ଼ିଲା କାର୍‌: ଜଣେ ଗୁରୁତର, ୨ ଆହତ

Published By : Harapriya Sethi | April 3, 2025 8:13 AM

ଭୁବନେଶ୍ୱର,୦୩/୦୪: କଅଁରପାଳ ଗ୍ରାମ ନିକଟରେ ଏକ ବାଙ୍କରେ ଭାରସାମ୍ୟ ହରାଇ ରାସ୍ତା କଡ଼ ଖାଲକୁ ଓଲଟି ପଡିଥିଲା କାର୍‌ । ଦୁର୍ଘଟଣାରେ କାର୍‌ଟି ଚୁରମାର ହୋଇଯାଇଥିବା ବେଳେ ଜଣେ ଗୁରୁତର ଏବଂ ଆଉ ଦୁଇ ଜଣ ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା କଅଁରପାଳ ଗ୍ରାମରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତିରେ କଅଁରପାଳ ଅଞ୍ଚଳରୁ ଉଦଳା ଅଭିମୁଖେ ଏକ ହୋଣ୍ଡା ସିଟି ଗାଡ଼ିରେ ଆସୁଥିଲେ ସ୍ଥାନୀୟ ଅଞ୍ଚଳର ୪ ଜଣ ଯୁବକ। କଅଁରପାଳ ଗ୍ରାମ ନିକଟରେ ଏକ ବାଙ୍କରେ ଭାରସାମ୍ୟ ହରାଇ ରାସ୍ତା କଡ଼ ଖାଲକୁ ଓଲଟି ପଡିଥିଲା କାର୍‌ ।ଏହା ଦେଖି ସ୍ଥାନୀୟଲୋକେ ସେମାନଙ୍କୁ କାର୍‌ ଭିତରୁ ବାହାର କରିଥିଲେ । ଗାଡିରେ ଥିବା ୪ ଜଣଙ୍କ ମଧ୍ୟରୁ ଜଣଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବା ବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇଛନ୍ତି। ଗୁରୁତର ଯୁବକଙ୍କୁ ଉଦଳା ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ସ୍ଥାନୀୟ ଲୋକଙ୍କ ସହାୟତାରେ ଓଲଟି ପଡ଼ିଥିବା କାରକୁ ସିଧା କରାଯାଇଥିବା ବେଳେ ଦୁର୍ଘଟଣା ଏତେ ତୀବ୍ର ଥିଲା ଯେ ଦାମୀ ହୋଣ୍ଡା ସିଟି ଗାଡିର ସାମ୍ନା ଏବଂ ପଛ ପାଖ ଭାଙ୍ଗି ଚୁରମାର ହୋଇଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.