ବରଗଡ଼, ୧୭/୧୦ : ଡିଭାଇଡର୍‌ରେ ପିଟି ହୋଇ ଓଲଟିଲା କାର୍। ଚାଲିଗଲା ୩ ଜଣଙ୍କ ଜୀବନ। ଗୁରୁବାର ବିଳମ୍ଵିତ ରାତିରେ ବରଗଡ଼ ବାଇପାସ୍ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। 

ସୂଚନାନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୩ଟା ବେଳେ ଏକ କାର୍ ବରଗଡ଼ ବାଇପାସ୍ ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି। କାର୍‌ଟି ଡିଭାଇଡର୍‌ରେ ପିଟି ହୋଇ ଓଲଟି ପଡ଼ିଛି। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ବରଗଡ଼ ଟାଉନ ଥାନା ପୁଲିସ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ତଦନ୍ତ ଚଳାଇଛି। ମୃତକମାନେ ଡୁଙ୍ଗୁରିପାଲି ବେଦୁପାଲିର ଲୁସେନେରୀ ଦିସିରି, ଭୁବନେଶ୍ୱରର ଜ୍ଞାନ ରଞ୍ଜନ ସାହୁ, ବରଗଡ଼ର ସୌରଭ ଡାଲମିଆ ବୋଲି ଜଣାପଡ଼ିଛି। ଦ୍ରୁତ ଗତି ଯୋଗୁଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।