ମାଲକାନଗିରି /ଏମଭି ୭୯/କାଲିମେଳା,୧୪|୭(ଆପ୍ର ): ମାଲକାନଗିରି ଜିଲ୍ଲାରେ ଜଣେ ୱେବ୍ ସାମ୍ବାଦିକଙ୍କୁ ଦୁର୍ବୁତ୍ତ ହତ୍ୟା କରିବା ଘଟଣାର ତଦନ୍ତ ଜାରି ରହିଥିବା ବେଳେ ତାଙ୍କ ଠାରୁ ଛଡାଇ ନେଇଥିବା କାରଟି ଜଙ୍ଗଲରୁ ଉଦ୍ଧାର କରିଛି ପୁଲିସ। ହତ୍ୟାର ଦୁଇ ଦିନ ପରେ କାରଟିକୁ ୩୨୬ ନମ୍ବର ଜାତୀୟ ରାଜପଥର ମହାରାଜପଲ୍ଲୀ ରାସ୍ତା କଡ ଜଙ୍ଗଲରୁ ଠାବ କରିଛି ମୋଟୁ ଓ ଏମଭି-୭୯ ଥାନା ପୋଲିସ ।
ଗତ ଶନିବାର ସନ୍ଧ୍ୟା ସମୟରେ ମୁରଲୀଗୁଡା ଗ୍ରାମ ନିକଟରେ ୩ ଜଣ ସାମ୍ବାଦିକ ଓ ୨ ଜଣ ଯୁବକ ବାର୍ତ୍ତାଳାପ କଲା ବେଳେ ଦୁଇଟି ମୋଟର ସାଇକେଲରେ ୫ ଜଣ ଦୁର୍ବୁତ୍ତ ଆସି ହଠାତ ଖଣ୍ଡାରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଜଣେ ୱେବ ଚ୍ୟାନେଲର ସାମ୍ବାଦିକ ସି.ଏଚ ନରେଶଙ୍କ ମୃତ ଘଟିଥିଲା । ଘଟଣାସ୍ଥଳରୁ ସାମ୍ବାଦିକମାନଙ୍କ କାରକୁ ମଧ୍ୟ ଦୁର୍ବୃତ୍ତ ମାନେ ଛଡାଇ ନେଇଥିଲେ । ତେବେ ଦୁଇ ଦିନ ପରେ ଉକ୍ତ କାରଟିକୁ ମହାରାଜପଲ୍ଲୀ ରାସ୍ତା କଡରୁ ପୁଲିସ ଠାବ କରିବା ସହ ଅଧିକ ତଦନ୍ତ ଜାରି ରହିଥିବା ମୋଟୁ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।