ଭୁବନେଶ୍ୱର,୦୧/୧୦:  ସୋମବାର ରାତି ପ୍ରାୟ ୧୧ଟା  ବେଳେ ଭୁବନେଶ୍ୱର ଜାଭିଅର  ଛକରେ ସିରିଜ୍‌ ଦୁର୍ଘଟଣା ଘଟିଛି ।  ଗୋଟିଏ କାର ଡିଭାଇଡରକୁ ଧକ୍କା  ଦେଇ ଓଲଟି ପଡ଼ିଛି । ପଛକୁ  ପଛ ଅନ୍ୟ ୨ଟି କାର ମଧ୍ୟ ଧକ୍କା  ହୋଇଛି । ଏହି ଦୁର୍ଘଟଣାରେ ୩ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ  ମାନଙ୍କର ପରିଚୟ ମିଳିପାରିନାହିଁ । ସମସ୍ତଙ୍କୁ ହସ୍ପିଟାଲକୁ ନିଆଯାଇଛି । ମୈତ୍ରୀ  ବିହାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗସ୍ତ କାରଗୁଡ଼ିକୁ ଜବତ କରିଛି ।  ବେପରୁଆ ଗାଡ଼ି ଚଲାଇବାରୁ ଏଭଳି ଘଟିଥିବା କୁହାଯାଉଛି । ପ୍ରତ୍ୟକ୍ଷଦର୍ଶୀଙ୍କ  କହିବା କଥା, ରାତିରେ ଟ୍ରାଫିକ୍‌ ସିଗନାଲ ବନ୍ଦ ହୋଇଯିବା ପରେ ଯିଏ  ଯେଉଁପଟେ ଚାହିଁଲେ ଗାଡ଼ି ଚଳାଉଥିଲେ । ଏହି ସମୟରେ ୩ କାର୍‌ ଦ୍ରୁତଗତିରେ  ଜୟଦେବ ବିହାର ପଟୁ ନନ୍ଦନକାନନ ଆଡ଼କୁ ଯିବା ବେଳେ ଦୁର୍ଘଟଣା ଘଟିଥିଲା ।