କଟକ,୨୭ା୩(ବ୍ୟୁରୋ): ଭୁବନେଶ୍ୱରସ୍ଥ ିତ ଶ୍ରୀଲିଙ୍ଗରାଜ ମନ୍ଦିର ଉତ୍ତର ଦ୍ୱାରଠାରୁ ମାଉସୀ ମା’ ମନ୍ଦିର (ରାମେଶ୍ୱର ମନ୍ଦିର) ପର୍ଯ୍ୟନ୍ତ ରାସ୍ତାରେ ବେଆଇନ ପାକି ର୍ଂ ଉଚ୍ଛେଦକୁ ନେଇ ରୁଜୁ ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ଲାଗି ନୋଟିସ୍‌ ଜାରି କରିଛନ୍ତି । ଅନିନ୍ଦିତ ପୁରୋହିତଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ ଏବଂ ଜଷ୍ଟିସ୍‌ ଅରିନ୍ଦମ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଏପ୍ର ିଲ ୧୬ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଛି । ଆବେଦନକାରୀ ପିଟିସନ୍‌ରେ ଦର୍ଶାଇଛନ୍ତି, ରଥ ରାସ୍ତା କୁହାଯାଉଥିବା ଲିଙ୍ଗରାଜ ମନ୍ଦିରର ଉତ୍ତର ଦ୍ୱାରଠାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଜବରଦଖଲ କାରଣରୁ ସଂକୁଚିତ ହୋଇଯାଇଛି । ତେଣୁ ଯେଉଁମାନେ ଏହି ରାସ୍ତାରେ ବ୍ୟବସାୟ କରିବେ ସେମାନଙ୍କ ନିକଟରେ ପାର୍କ ିଂ ପାଇଁ ଯଥେଷ୍ଟ ସ୍ଥାନ ଥିଲେ ବ୍ୟବସାୟ ପାଇଁ ଲାଇସେନ୍ସ ଦିଆଯାଉ । ଦ୍ୱ ିତୀୟରେ ଏହି ରାସ୍ତାରୁ ବେଆଇନ ପାକି ର୍ଂ ହଟାଯିବା ସହ ସାଧାରଣ ଲୋକେ ଯେପରି ସୁବିଧାରେ ଯାତାୟାତ କରିପାରିବେ ସେ ଦିଗରେ ମଧ୍ୟ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଆବେଦନକାରୀ ପିଟିସନ୍‌ରେ ପ୍ରାର୍ଥନା କରିଥିଲେ । ହାଇକୋର୍ଟ ମାମଲାକୁ ବିଚାର ପାଇଁ ଗ୍ରହଣ କରି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏବଂ ଭୁବନେଶ୍ୱର ଉନ୍ନୟନ କତ୍ତୃ ର୍ପକ୍ଷ (ବିଡିଏ) କୁ ଜବାବ ଦାଖଲ ଲାଗି ନୋଟିସ୍‌ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପି.କେ. ପଟ୍ଟନାୟକ ଏବଂ ଆଇନଜୀବୀ ଏସ୍‌.କେ. ସ୍ୱାଇଁ ମାମଲା ପରିଚାଳନା କରୁଛନ୍ତି ।