ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଜାତି ଜନଗଣନାକୁ ନେଇ କେନ୍ଦ୍ରକୁ ଘେରିଲା କଂଗ୍ରେସ: କହିଲା - ରାହୁଲଙ୍କ କଥା ଶୁଣୁନଥିଲେ, ଏବେ କହିବେ ‘ମାଷ୍ଟରଷ୍ଟ୍ରୋକ୍’

Published By : Harapriya Biswal | April 30, 2025 7:47 PM

ନୂଆଦିଲ୍ଲୀ,୩୦।୪: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଜାତିଗତ ଜନଗଣନା କରିବାକୁ ଘୋଷଣା କରିଛନ୍ତି। କ୍ୟାବିନେଟ ବୈଠକରେ ନିଆଯାଇଥିବା ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଜାତି ଜନଗଣନା ବିଷୟରେ ପୂର୍ବରୁ କଂଗ୍ରେସ ଦାବି କରି ଆସୁଥିଲା। ଏପରିକି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସର୍ବଦା ଏହି ପ୍ରସଙ୍ଗ ଉଠାଇ ଆସୁଥିଲେ। କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏବଂ ପଚାରିଛନ୍ତି ଯେ ଏହା ‘ହେଡଲାଇନ୍ ମ୍ୟାନେଜମେଣ୍ଟ’ ନୁହେଁ ତ ?

କଂଗ୍ରେସ ମୁଖପାତ୍ର ପବନ ଖେଡା କହିଛନ୍ତି,  ସରକାର ରାହୁଲ ଗାନ୍ଧୀଙ୍କ ଉପରେ ଜାତି ଆଧାରରେ ସମାଜକୁ ବିଭାଜିତ କରିବାର ଅଭିଯୋଗ କରୁଥିଲେ। ତେବେ ସରକାର ଏବେ ଜାତି ଆଧାରରେ ସମାଜକୁ ବିଭାଜିତ କରିବେ କି? ସେ କହିଛନ୍ତି, ଯେଉଁମାନେ ରାହୁଲଙ୍କ ନାଁରେ ଜାତି ଆଧାରରେ ଲୋକଙ୍କୁ ବିଭାଜିତ କରିବାର ଅଭିଯୋଗ କରୁଥିଲେ, ସେମାନେ ଏବେ ଏହାକୁ ସରକାରଙ୍କ ‘ମାଷ୍ଟରଷ୍ଟ୍ରୋକ୍’ ବୋଲି କହିବେ।

ପବନ ଖେଡା କହିଛନ୍ତି, "ଯେତେବେଳେ ଆପଣଙ୍କୁ (ସରକାରଙ୍କୁ) ରାହୁଲ ଗାନ୍ଧୀଙ୍କ କଥାକୁ ଗ୍ରହଣ କହିବାକୁ ପଡିଲା, ତେବେ ଆଗରୁ କାହିଁକି ବିରୋଧ କରାଯାଉଥିଲା? ଏହା ଚତୁର୍ଥ-ପଞ୍ଚମ ଥର ଯେତେବେଳେ ସେମାନେ  ରାହୁଲ ଗାନ୍ଧୀଙ୍କ କଥାକୁ ବିରୋଧ କରିଥିଲେ ଏବଂ ତା'ପରେ ରାଜି ହୋଇଛନ୍ତି। ହୁଏତ ଏହି ଲୋକମାନେ ସରକାର ଚଲାଇବା ଜାଣନ୍ତି ନାହିଁ।   ସାମାଜିକ ନ୍ୟାୟ ପାଇଁ ପ୍ରଥମ ପଦକ୍ଷେପ ହେଉଛି ଜାତିଗତ ଜନଗଣନା, ଏବଂ ଏହା ସହିତ ଆହୁରି ଅନେକ ପଦକ୍ଷେପ ନେବାକୁ ପଡିବ, ଏବଂ ନିଆଯିବା ଉଚିତ। ଜାତି ଜନଗଣନା କଂଗ୍ରେସର କାର୍ଡ ନଥିଲା। ସାମାଜିକ ନ୍ୟାୟ ପ୍ରତି ଯାହା ଆମ ମନରେ ନିଷଠା ରହିଛି, ତାକୁ ଆମେ ମନେ ରଖୁ। ପୁରା ଦେଶକୁ ଜଣାପଡିଛି ଅସଲି ଓ ନକଲି କିଏ ? ସରକାରଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ କି ନାହିଁ ?

ସେପଟେ ଆରଜେଡି ନେତା ତେଜସ୍ବୀ ଯାଦବ କହିଛନ୍ତି, ଏହା ଆମର ୩୦ ବର୍ଷ ପୁରୁଣା ଦାବି ଥିଲା। ଏହା ଆମର ସମାଜବାଦୀ ଓ ଲାଲୁ ଯାଦବଙ୍କ ବିଜୟ। ଏହା ପୂର୍ବରୁ ବିହାରର ସବୁ ଦଳ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ, କିନ୍ତୁ ସେମାନେ ଆମର ଦାବିକୁ ଅସ୍ବୀକାର କରିଦେଇଥିଲେ। ବହୁ ମନ୍ତ୍ରୀ ଏହାକୁ ମନା କରିଥିଲେ, କିନ୍ତୁ ଏହା ଆମର ଶକ୍ତି ଯେ, ତାଙ୍କୁ  ଆମର ଏଜେଣ୍ଡାରେ କାମ କରିବାର ଅଛି।’

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.