ତଲସରା,୧୫/୦୭: ବଜ୍ରାଘାତରେ ଗାଈ ଚରାଳି ମୃତ । ସୁନ୍ଦରଗଡ଼ ଧରୁଆଡିହି ଥାନା ଅନ୍ତର୍ଗତ ତଲସରା ଗାଁ କଲୋନିପଡାରେ ଏହି ଅଘଟଣ ଘଟିଛି । ମୃତ ଗାଈଆଳ ହେଲେ ୪୮ ବର୍ଷୀୟ ଭଜମନ କାଲୋ ।
ସୂଚନା ମୁତାବକ, ଗାଁ ପାଖରେ ଭଜମନ କାଲୋ ଗାଈ ଚରାଉଥିଲେ। ସେହି ସମୟରେ ହଠାତ୍ ଭଜମନଙ୍କ ଉପରେ ବଜ୍ରପାତ ହୋଇଥିଲା। ବିଜୁଳି ମାରିବାରୁ ସେ ତଳେ ପଡି ଯାଇଥିଲେ। ଏହାଦେଖି ସ୍ଥାନୀୟ ଲୋକେ ଭଜମନଙ୍କୁ ଆମ୍ବୁଲାନ୍ସ ଯୋଗେ ମଝାପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଚେତ ଭଜମନଙ୍କୁ ମୃତ ଘୋଷଣା କରି ପୁଲିସକୁ ଖବର ଦେଇଥିଲେ । ପୁଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।