କରଞ୍ଜିଆ, ୦୧/୧୦: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଯାଇପାରିଲାନି ଗୋରୁ ବୋଝେଇ ଟ୍ରକ୍ । ଟ୍ରକ୍‌କୁ ଅଟକ ରଖି ୪୦ ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର କରି ଯଶିପୁର ପୋଲିସକୁ ହସ୍ତାନ୍ତର କରିଲେ ସ୍ଥାନୀୟଲୋକେ । ଯଶିପୁର ଥାନା ଟଙ୍ଗାବିଲା ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥର  ଓଭର ବ୍ରିଜ ଉପରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ଏକ ଟ୍ରକ୍‌ରେ ୪୦ ରୁ ଉର୍ଦ୍ଧ୍ୱ ଗୋରୁ ଚାଲାଣ ହେଉଥିଲା । ହେଲେ ୪୯ ନଂ ଜାତୀୟ ରାଜପଥ  ଓଭର ବ୍ରିଜ୍‌ ଉପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗାଡ଼ିଟି ଯାଇପାରି ନଥିଲା । ଯାହା ପରେ ସ୍ଥାନୀୟଲୋକେ ଗୋରୁ ବୋଝେଇ ଟ୍ରକ୍କୁ ଅଟକ ରଖିଥିଲେ । ଲୋକମାନଙ୍କୁ ଦେଖି ଗୋ ମାଫିଆ ମାନେ ଗାଡି ଛାଡି ଫେରାର ହୋଇ ଯାଇଥିଲେ । ଉକ୍ତ ଗାଡ଼ିରୁ ୪୦ ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ଉଦ୍ଧାର କରି ଯଶିପୁର ପୋଲିସକୁ ହସ୍ତାନ୍ତର କରିଛନ୍ତି । ଘଟଣା ସ୍ଥଳରେ କରଞ୍ଜିଆ SDPO ଯଶିପୁର ପୋଲିସର ପହଁଞ୍ଚି ତଦନ୍ତ ଜାରି ରଖିଛନ୍ତି ​​​​​​​