ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ପାଳରେ ଜନୈକ ନାବାଳକର ମୃତଦେହ ଉଦ୍ଧାର
  • ||
  • ମୋହନା ଥାନା ମଲ୍ଲିପଦର ଗାଁର ବ୍ରହ୍ମଣ ସିଂ ହତ୍ୟା ଘଟଣାରେ ୧୪ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ
  • ||
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

ସତ୍ୟପାଲ ମଲିକଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ସିବିଆଇ; ରହିଛି ସାଘାଂତିକ ଦୁର୍ନିତୀ ମାମଲା

Published By : Bijay Swain | May 22, 2025 6:41 PM

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ବିରୋଧରେ ଗୁରୁବାର ଚାର୍ଜସିଟ ଫାଇଲ କରିଛି ସେଣ୍ଟ୍ରାସ ବ୍ୟୁରୋ ଅଫ ଇନଭେଷ୍ଟିଗେସନ(ସିବିଆଇ)। କିରୁ ହାଇଡ୍ରୋ ଇଲେକ୍ଟ୍ରିକ ପାୱାର ପ୍ରୋଜେକ୍ଟରେ ଅର୍ଥ ହେରଫେର ମାମଲାରେ ସାମିଲ ଥିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଥିବା ଜଣାପଡିଛି। ଜମ୍ମୁର କିସ୍ତୱର ଅଞ୍ଚଳରେ କାର୍ଯ୍ୟକାରୀ ହୋଇଥିବା ଏହି ପ୍ରୋଜେକ୍ଟରେ ହୋଇଥିବା ଟେଣ୍ଡର ପ୍ରୋସେସରେ ଅନିୟମିତତା ହୋଇଥିବା ନେଇ ମଧ୍ୟ ଅଭିଯୋଗ ରହିଛି।

ଆପଣଙ୍କୁ ଜଣାଇରଖୁ ଯେ, ମଲିକ ୨୦୧୮ ମସିହା ଅଗଷ୍ଟ ୨୩ ତାରିଖରୁ ୨୦୧୯ ମସିହା ଅକ୍ଟୋବର ୩୦ ତାରିଖ ଯାଏ ଜମ୍ମୁ ଓ କାଶ୍ମୀରର ରାଜ୍ୟପାଳ ପଦରେ ରହିଥିଲେ। ତେବେ ପୂର୍ବରୁ ମଧ୍ୟ ଦୁଇଟି ଫାଇଲ କ୍ଲିଅର କରିବା ଅଭିଯୋଗରେ ତାଙ୍କ ଉପରେ ୩୦୦ କୋଟି ଟଙ୍କା ଲାଞ୍ଚ ଦେବାର ସାର୍ବଜନୀନ ଅଭିଯୋଗ ମଧ୍ୟ ରହିଛି। ଏନେଇ ଗତ ବର୍ଷ ଫେବୃୟାରୀ ମାସରେ ସିବିଆଇ ତାଙ୍କ ଦିଲ୍ଲୀ ଓ ଜମ୍ମୁ କାଶ୍ମୀର ସ୍ଥିତ ବାସଭବନ ସହ ୩୦ରୁ ଅଧିକ ସ୍ଥାନରେ ଚଢାଉ କରିଥିଲା।  

ଏହି ଚଢାଉରେ ମଲିକଙ୍କ ସହଯୋଗୀ ଏବଂ କିରୁ ଜଳବିଦ୍ୟୁତ ପ୍ରକଳ୍ପର କାର୍ଯ୍ୟନିର୍ବାହୀ ସଂସ୍ଥା ଚେନାବ ଭ୍ୟାଲି ପାୱାର ପ୍ରୋଜେକ୍ଟ (ପ୍ରା) ଲିମିଟେଡ୍ (ସିଭିପିପିପିଏଲ୍) ସହିତ ଜଡିତ ଅଧିକାରୀମାନଙ୍କୁ ମଧ୍ୟ ଯାଞ୍ଚ କରାଯାଇଥିଲା। ଯେଉଁମାନଙ୍କ ମଧ୍ୟରେ ସିଭିପିପିପିଏଲ୍ ସଂସ୍ଥାର ଅଧ୍ୟକ୍ଷ ନବିନ କୁମାର ଚୌଧୁରୀ, ପୂର୍ବତନ ଅଧିକାରୀ ଏମଏସ ବାବୁ, ଏମକେ ମିତ୍ତଲ ଓ ଅରୁଣ କୁମାର ମିଶ୍ର ରହିଥିଲେ। ଏହାସହ ଏହି କଣ୍ଟ୍ରାକ୍ଟ ପାଇଁ ପ୍ରାୟ ୨,୨୦୦ କୋଟି ଟଙ୍କା ପୁରସ୍କାର ରାଶି ପାଇଥିବା ପଟେଲ ଇଞ୍ଜିନିୟରିଂ କମ୍ପାନୀ ମଧ୍ୟ ସିବାଆଇ ସ୍କାନରରେ ରହିଛି।

ଏନେଇ ସିବିଆଇ କହିଛି ଯେ, ସିଭିପିପିପିଏଲ୍ ର ୪୭ତମ ବୋର୍ଡ ମିଟିଂରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଇ-ଟେଣ୍ଡରିଂ ମାଧ୍ୟମରେ ରି-ଟେଣ୍ଡର ନହୋଇ ପଟେଲ ଇଞ୍ଜିନିୟରିଂ କମ୍ପାନୀକୁ ପୁଣି ଥରେ ଟେଣ୍ଡର ଦିଆ ଯାଇଥିଲା। ଯେଉଁଥିରେ ଘୋର ଅନିୟମିତତା ହୋଇଥିବା ନେଇ ସନ୍ଦେହ ପ୍ରକାଶ କରାଯାଉଛି। 

ତେବେ ମଲିକ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଉଦ୍ଦେଶ୍ୟମୂଳକ ଭାବେ ମତେ ଟାର୍ଗେଟ କରାଯାଉଛି ବୋଲି କହିଛନ୍ତି। ସେ ସାମାଜିକ ଗଣମାଧ୍ୟମ ଏକ୍ସରେ ସୂଚନା ଦେଇ ଲେଖିଛନ୍ତି ଯେ “ଦୀର୍ଘ ତିନି ଚାରି ଦିନ ହେବ ମୋ ଦେହ ଭଲନାହିଁ। ମୁଁ ଡାକ୍ତରଖାନରେ ଚିକିତ୍ସିତ ହେଉଛି। ଏହା ମଧ୍ୟରେ ମୋ ଘର ଉପରେ ଚଢାଉ ହୋଇସାରିଲାଣି। ମୋ ଗାଡି ଚାଳକ ଓ ସହାୟକଙ୍କୁ ମଧ୍ୟ ଏଥିରେ ସାମିଲ ଥିବା କହି ଯାଞ୍ଚ କରୁଛନ୍ତି। ତେବେ ମୁଁ ଜଣେ କୃଷକଙ୍କ ପୁଅ। ଏହି ଚଢାଉ ମତେ ଆଦୌ ଡରାଇ ପାରିବ ନାହିଁ। ମୁଁ ସବୁବେଳେ କୃଷକଙ୍କ ସହ ରହିଛି ଆଉ ରହିବି।”

ଲାଞ୍ଚ ପ୍ରସ୍ତାବ ସମ୍ପର୍କରେ ମଲିକଙ୍କ ସାର୍ବଜନୀନ ଅଭିଯୋଗ ପରେ ସିବିଆଇ ଏପ୍ରିଲ ୨୦୨୨ରେ ମାମଲା ପଞ୍ଜିକୃତ କରିଥିଲା। ସିବିଆଇର ତଦନ୍ତ ପରେ ଚୁକ୍ତିନାମା ପ୍ରଦାନରେ ଅବହେଳାର ପ୍ରମାଣ ମଧ୍ୟ ମିଳିଛି, ଯାହା ଫଳରେ ଚାର୍ଜସିଟ୍ ଦାଖଲ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.