ଭୁବନେଶ୍ୱର, ୧୯/୦୨: ଏମ୍‌ସରେ ସିବିଆଇ ରେଡ୍‌ । ବିଭିନ୍ନ ପଦବୀ ପାଇଁ ହୋଇଥିବା ନିଯୁକ୍ତିରେ ଘୋଟାଲାକୁ ନେଇ ରେଡ୍‌ କରୁଛି ସିବିଆଇ । ସ୍କାମ୍‌ କରିଥିବା ମାଷ୍ଟରମାଇଣ୍ଡ ସ୍ମୃତିରଞ୍ଜନ କରଙ୍କୁ ହେପାଜତକୁ ନେଇ ରେଡ୍‌ କରୁଛି ସିବିଆଇ ଟିମ୍‌ । ଏହି ରେଡ୍‌ରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ସିବିଆଇ । 

୭୭୫ଟି ପୋଷ୍ଟର ଜାଲ୍‌ ପ୍ରମାଣପତ୍ର ନେଇ ନିଯୁକ୍ତି କରାଯାଇଥିଲା । ଯାହାର ପ୍ରମାଣ ପାଇ ଚଢାଉ କରୁଛି ସିବିଆଇ । ଏନେଇ ବୁଧବାର ସିବିଆଇର ପକ୍ଷରୁ ୯ଜଣିଆ ଟିମ୍ ଭୁବନେଶ୍ୱର ଏମ୍‌ସରେ ପହଞ୍ଚି ଯାଞ୍ଚ ପ୍ରକ୍ରିୟା ଜାରି ରଖିଛନ୍ତି । ଏହି ଚଢାଉରେ ନିଯୁକ୍ତ ସ୍କାମ୍‌ର ମାଷ୍ଟରମାଇଣ୍ଡ ସ୍ମୁତିରଞ୍ଜନ କରଙ୍କୁ ହେପାଜତକୁ ନେଇଛି ସିବିଆଇ । ତେବେ ଏହି ସ୍କାମ୍‌ରେ ଆଉ କିଏ କିଏ ସାମିଲ ଅଛନ୍ତି, ସେନେଇ ମଧ୍ୟ ଛାନ୍‌ଭିନ୍‌ ଜାରି ରଖିଛି ସିବିଆଇ ।