ପ୍ରମୂଖ ଖବର
  • ସୁନ୍ଦରଗଡ଼ : ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ
  • ||
  • ସମ୍ୱଲପୁର : କଫ୍‌ ସିରପ୍‌ ଭର୍ତ୍ତି ବକ୍ସ ଚୋରି କରିବା ପଡ଼ିଲା ମହଙ୍ଗା, ସମ୍ବଲପୁର ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ
  • ||
  • ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'
  • ||
  • ଭୁବନେଶ୍ୱର : ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
  • ||
  • ମେ ୨୭ ନୁହେଁ, ୨୬ରେ ସାବିତ୍ରୀ ଛୁଟି ଘୋଷଣା କଲେ ସରକାର, ୨୭ରେ ଖୋଲା ରହିବ ସରକାରୀ ଅଫିସ୍
  • ||
  • ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡଇଲଗ ଦୋହରାଇଲେ ପାକ୍‌ ଜେନେରାଲ
  • ||
  • ସମ୍ବଲପୁର: ମାଲଖାନାରୁ କଫ୍‌ ସିରପ୍ ଚୋରି କରିଟାଉନ୍‌ ଥାନାରେ କାର୍ଯ୍ୟରତ ASI ବିଦ୍ୟୁତ୍ ପଣ୍ଡା ନିଲମ୍ବିତ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

CBSE Result: ଶୁକ୍ରବାର ଜାରି ହେବନାହିଁ ସିବିଏସଇ ରେଜଲ୍ଟ; ଭୁଲ ଖବରକୁ ଖଣ୍ଡନ କଲା ବୋର୍ଡ

Published By : Bijay Swain | May 1, 2025 6:08 PM

Image courtesy: indiatoday

ନୂଆଦିଲ୍ଲୀ: ଆଜି ସିବିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀର ରେଜଲ୍ଟ ପ୍ରକାଶ ହେବା ଖବରକୁ ଖଣ୍ଡନ କରିଛି ସିବିଏସଇ ବୋର୍ଡ। ଖବର ମୁତାବକ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ପୋଷ୍ଟ ଓ ଗଣମାଧ୍ୟମର ରିପୋର୍ଟରେ ଆସନ୍ତାକାଲି ରେଜଲ୍ଟ ପ୍ରକାଶ ପାଇବ ବୋଲି ପୋଷ୍ଟ ଭାଇରାଲ ହେବାରେ ଲାଗିଥିଲା। ଏନେଇ ସିବିଏସଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ରେଜଲ୍ଟ ପ୍ରକାଶ ହେବାର ଦିନାଙ୍କ ଏଯାଏ ସ୍ଥିର ହୋଇନାହିଁ। ଏଯାଏ ସିବିଏସଇ ଆଧିକରିକ ସ୍ତରରେ କୈଣସି ଘୋଷଣା ମଧ୍ୟ କରିନାହିଁ। ତେଣୁ ଆପଣମାନେ ଏଭଳି ମିଛ ଖବର ଠୁ ଦୁରେଇ ରୁହନ୍ତୁ। 

ପରିକ୍ଷା ଦେଇଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି ଯେ “ଦୟାକରି ଆପଣମାନେ ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। ରେଜଲ୍ଟ ନେଇ ଯାହାବି ଅପଡେଟ ଆସିବା ତାହା କେବଳ ସିବିଏସଇର ଅଫିସିଆଲ ୱେବସାଇଟ cbse.gov.in, cbseresults.nic.in ଓ results.cbse.nic.in ରେ ଉପଲବ୍ଧ ହେବ। ତେଣୁ ଆପଣମାନେ କେବଳ ଆଧିକାରିକ ୱେବସାଇଟର ଯାଞ୍ଚ କରନ୍ତୁ।”

ଆପଣଙ୍କୁ ଜଣାଇରଖୁ ଯେ, ପୂର୍ବରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଓ ଦ୍ୱାଦଶ ଶ୍ରେଣୀର ରେଜଲ୍ଟ ପ୍ରତିବର୍ଷ ମେ ମାସ ଦ୍ୱିତୀୟ ସପ୍ତାହରେ ରିଲିଜ କରିଥାଏ। ୨୦୨୪ ମସିହାରେ ମେ ମାସ ୧୩ ତାରିଖ ଦିନ ଆଧିକାରୀକ ସ୍ତରରେ ରେଜଲ୍ଟ ପ୍ରକାଶ କରାଯାଇଥିଲା। ତେଣୁ ନିକଟରେ ଭାଇରାଲ ହେଉଥିବା ପୋଷ୍ଠରେ ମେ ମାସ ୨ ତାରିଖ ଦିନ ରେଜଲ୍ଟ ପ୍ରକାଶ ନେଇ ଭାଇରାଲ ହେଉଥିବା ପୋଷ୍ଟର କୌଣସି ସତ୍ୟାସତ୍ୟ ନଥିବା ଜଣାପଡିଛି।

ଚଳିତ ବର୍ଷ ପ୍ରାୟ ୪୪ ଲକ୍ଷରୁ ଅଧିକ ଛାତ୍ର ସିବିଏସଇ ଅଧିନରେ ପରିକ୍ଷା ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଦଶମ ଶ୍ରେଣୀରେ ପାଖାପାଖି ୨୪.୧୨ ଲକ୍ଷ ଛାତ୍ର ପରିକ୍ଷା ଦେଇଥିବା ବେଳେ ଦ୍ୱାଦଶ ଶ୍ରେଣୀରେ ୧୭.୮୮ ଲକ୍ଷ ଛାତ୍ର ଏହି ପରିକ୍ଷା ଦେଇଛନ୍ତି। ତେବେ ସିବିଏସଇ ପକ୍ଷରୁ କୌଣସି ଆଧିକାରିକ ଘୋଷଣା ଜାରି ହୋଇଥିବା ବେଳେ ଚଳିତ ମାସ ଦ୍ୱିତୀୟ କିମ୍ନା ତୃତୀୟ ସପ୍ତାହରେ ରେଜଲେଟ ଘୋଷଣା କରାଯିବ ବୋଲି ଆଶା କରାଯାଉଛି। 

ରେଜଲ୍ଟ ଘୋଷଣା ହେଲା ପରେ ଛାତ୍ରଛାତ୍ରୀମାନେ ସେମାନଙ୍କ ରୋଲ ନମ୍ୱର, ସ୍କୁଲ ନମ୍ବର ଓ ଜନ୍ମ ତାରିଖ ବ୍ୟବହାର କରି ସେମାନଙ୍କ ପ୍ରୋଭିଜନାଲ ମାର୍କସିଟ ଡାଉନଲୋଡ କରିପାରିବେ। ତେବେ ଅସଲି ମାର୍କସିଟ ରେଜଲ୍ଟ ବାହାରିବାର ମାସକ ମଧ୍ୟରେ ଛାତ୍ରଛାତ୍ରୀ ମାନେ ପଢୁଥିବା ସ୍କୁଲରେ ଉପଲବ୍ଧ ହେବ। ଯେଉଁଠୁ ସେମାନେ ଯାଇ ସିଧାସଳଖ ଏହାକୁ ଗ୍ରହଣ କରିପାରିବେ। 

ଛାତ୍ରଛାତ୍ରୀମାନଙ୍କୁ CBSE ଦ୍ୱାରା ରେଜଲ୍ଟ ବାହାରିବାର ସୂଚନା ଜାରି ହେବାଯାଏ ଅପେକ୍ଷା କରିବାକୁ ଅନୁରୋଧ କରାଯାଇଛି। ଓ ବିଭିନ୍ନ ସୋସିଆଲ ମିଡିଆ କିମ୍ବା ଅନ୍ୟାନ୍ୟ ଅଣଆନୁଷ୍ଠାନିକ ପ୍ଲାଟଫର୍ମରେ ପ୍ରସାରିତ ହେଉଥିବା ଭୁଲ ଖବରରେ ପଡ଼ିବାରୁ ଯଥାସମ୍ଭବ ଏଡାଇବାକୁ ଅନୁରୋଧ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.