ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଆମାଜନ, ଫ୍ଲିପ୍‌କାର୍ଟ ବିରୋଧରେ ସୁପ୍ରିମ୍‌କୋର୍ଟ ଗଲା ସିସିଆଇ

Published By : Prameya | December 10, 2024 1:13 PM

ନୂଆଦିଲ୍ଲୀ,୧୦/୧୨: ଭାରତୀୟ ପ୍ରତିସ୍ଫର୍ଦ୍ଧା ଆୟୋଗ(ସିସିଆଇ) ଆମାଜନ  ଏବଂ ଫ୍ଲିପ୍‌କାର୍ଟ ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ  ଦ୍ୱାରସ୍ଥ ହୋଇଛି। ଅସ୍ୱଚ୍ଛ ବ୍ୟବସାୟିକ  କାର୍ଯ୍ୟକଳାପ ପାଇଁ ଉଭୟ  କମ୍ପାନିଙ୍କ ବିରୋଧରେ ଯାଞ୍ଚ  ଚାଲିଛି । ତେବେ ଯାଞ୍ଚ ପ୍ରକ୍ରିୟାରେ  ଆଇନଗତ ଚ୍ୟାଲେଞ୍ଜ୍‌ଗୁଡ଼ିକ  ଉପରେ ଶୁଣାଣି କରିବା ପାଇଁ  ଅନୁରୋଧ କରିଛି ସିସିଆଇ । ଏହା ପ୍ରକାଶ  କରିଛି ଯେ, ସାମ୍‌ସଙ୍ଗ୍‌, ଭିଭୋ ଏବଂ ଅନ୍ୟ କମ୍ପାନିଗୁଡ଼ିକ ଉଚ୍ଚ ନ୍ୟାୟାଳୟଙ୍କ ଯାଞ୍ଚକୁ  ରୋକିବା ଉଦ୍ଦେଶ୍ୟରେ ଭିନ୍ନ ଭିନ୍ନ କୋର୍ଟରେ  ଚ୍ୟାଲେଞ୍ଜ୍‌ କରୁଛନ୍ତି । ସିସିଆଇ ଡିସେମ୍ବର ୩ରେ କୋର୍ଟରେ ଫାଇଲିଂ ଦାଏର୍‌ କରିଥିଲା, ଯାହାକୁ  ସାର୍ବଜନୀନ କରାଯାଇ ନ ଥିଲା । ଭାରତୀୟ  ପ୍ରତିସ୍ଫର୍ଦ୍ଧା ଆୟୋଗ କୋର୍ଟ  ଆଗରେ ଅନୁରୋଧ କରିଛି  ଯେ, ସାମ୍‌ସଙ୍ଗ୍‌, ଭିଭୋ,  ଆମାଜନ ଏବଂ ଫ୍ଲିପ୍‌କାର୍ଟ  ବିରୋଧରେ ଭେଣ୍ଡର୍‌ମାନଙ୍କ  ୨୩ଟି ଅଭିଯୋଗ ଉପରେ ଶୁଣାଣି ହେଉ ।  ଏହା ଦ୍ୱାରା ମାମଲାରେ ଶୀଘ୍ର ଶୁଣାଣି  ହୋଇପାରିବ ବୋଲି ଏହା ପ୍ରକାଶ କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.