ନୂଆଦିଲ୍ଲୀ,୧୦/୧୨: ଭାରତୀୟ ପ୍ରତିସ୍ଫର୍ଦ୍ଧା ଆୟୋଗ(ସିସିଆଇ) ଆମାଜନ  ଏବଂ ଫ୍ଲିପ୍‌କାର୍ଟ ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ  ଦ୍ୱାରସ୍ଥ ହୋଇଛି। ଅସ୍ୱଚ୍ଛ ବ୍ୟବସାୟିକ  କାର୍ଯ୍ୟକଳାପ ପାଇଁ ଉଭୟ  କମ୍ପାନିଙ୍କ ବିରୋଧରେ ଯାଞ୍ଚ  ଚାଲିଛି । ତେବେ ଯାଞ୍ଚ ପ୍ରକ୍ରିୟାରେ  ଆଇନଗତ ଚ୍ୟାଲେଞ୍ଜ୍‌ଗୁଡ଼ିକ  ଉପରେ ଶୁଣାଣି କରିବା ପାଇଁ  ଅନୁରୋଧ କରିଛି ସିସିଆଇ । ଏହା ପ୍ରକାଶ  କରିଛି ଯେ, ସାମ୍‌ସଙ୍ଗ୍‌, ଭିଭୋ ଏବଂ ଅନ୍ୟ କମ୍ପାନିଗୁଡ଼ିକ ଉଚ୍ଚ ନ୍ୟାୟାଳୟଙ୍କ ଯାଞ୍ଚକୁ  ରୋକିବା ଉଦ୍ଦେଶ୍ୟରେ ଭିନ୍ନ ଭିନ୍ନ କୋର୍ଟରେ  ଚ୍ୟାଲେଞ୍ଜ୍‌ କରୁଛନ୍ତି । ସିସିଆଇ ଡିସେମ୍ବର ୩ରେ କୋର୍ଟରେ ଫାଇଲିଂ ଦାଏର୍‌ କରିଥିଲା, ଯାହାକୁ  ସାର୍ବଜନୀନ କରାଯାଇ ନ ଥିଲା । ଭାରତୀୟ  ପ୍ରତିସ୍ଫର୍ଦ୍ଧା ଆୟୋଗ କୋର୍ଟ  ଆଗରେ ଅନୁରୋଧ କରିଛି  ଯେ, ସାମ୍‌ସଙ୍ଗ୍‌, ଭିଭୋ,  ଆମାଜନ ଏବଂ ଫ୍ଲିପ୍‌କାର୍ଟ  ବିରୋଧରେ ଭେଣ୍ଡର୍‌ମାନଙ୍କ  ୨୩ଟି ଅଭିଯୋଗ ଉପରେ ଶୁଣାଣି ହେଉ ।  ଏହା ଦ୍ୱାରା ମାମଲାରେ ଶୀଘ୍ର ଶୁଣାଣି  ହୋଇପାରିବ ବୋଲି ଏହା ପ୍ରକାଶ କରିଛି ।