ପ୍ରମୂଖ ଖବର
  • ଶେଖ୍ ହସିନା ଦେଇଥିଲେ ନରସଂହାର ଆଦେଶ ! ବାଂଲାଦେଶୀ ଟ୍ରିବ୍ୟୁନାଲରେ ଶୁଣାଣି, ହୋଇପାରେ ମୃତ୍ୟୁ ଦଣ୍ଡାଦେଶ
  • ||
  • ସମ୍ବଲପୁର: ସମ୍ବଲପୁର ‘କୃଷି ଭବନ’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ, କୃଷି କ୍ଷେତ୍ରକୁ ନୂଆ ପରିଚୟ ଦେବ କୃଷି ଭବନ
  • ||
  • ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ପୁଣି ଭାଇରାଲ୍‌, ଚୁନରା ସେବକଙ୍କ ସମ୍ପୃକ୍ତି ନେଇ ସନ୍ଦେହ
  • ||
  • ଭୁବନେଶ୍ୱର: ରାଜ୍ୟରେ ପୁଣି ବ୍ୟାପିଲାଣି କରୋନା, ୧୧ରେ ପହଞ୍ଚିଲା ଆକ୍ରାନ୍ତ ସଂଖ୍ୟା
  • ||
  • ସୁନ୍ଦରଗଡ଼ : ଆଇଇଡି ବିସ୍ଫୋରଣରେ ଯୁବକ ଆହତ
  • ||
  • ଭୁବନେଶ୍ୱର : ରାଜଧାନୀରେ ସିରିଜ୍‌ ଦୁର୍ଘଟଣା: ପଛକୁ ପଛ ପିଟିହେଲା ୪ ଗାଡ଼ି, ଏକାଧିକ ଆହତ
  • ||
  • ପାକ୍ ଗୁପ୍ତଚର ମାମଲାରେ NIAର ବଡ଼ କାର୍ଯ୍ୟାନୁଷ୍ଠାନ, ୮ଟି ରାଜ୍ୟର ୧୫ଟି ସ୍ଥାନରେ ରେଡ୍
  • ||
  • ଅନୁଗୁଳ : ମସୁଣିହତା ଗାଁରେ ଯୁବକଙ୍କୁ ଗଳା କାଟି ହତ୍ୟା, ଅଭିଯୁକ୍ତ ଗିରଫ
  • ||
  • ସୁପର୍ ସନ୍‌ଡେ'ରେ ଦ୍ୱିତୀୟ କ୍ୱାଲିଫାୟର: ପ୍ରତିଶୋଧ ପାଇଁ ପ୍ରସ୍ତୁତ ମୁମ୍ବାଇ ଇଣ୍ଡିଆନ୍ସ, ଫାଇନାଲ୍‌ ଲକ୍ଷ୍ୟରେ ପଞ୍ଜାବ କିଙ୍ଗ୍‌ସ
  • ||
  • ନୟାଗଡ଼ : ଡାକ୍ତରଙ୍କ ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ, ଡାକ୍ତରଖାନାରେ ଚାପା ଉତ୍ତେଜନା
  • ||
  • ଭୟଙ୍କର ଟ୍ରେନ ଦୁର୍ଘଟଣା; ପୋଲ ଭାଙ୍ଗି ଟ୍ରାକରୁ ଖସିଲା ଟ୍ରେନ, ୭ ମୃୃତ ୩୦ ଆହତ
  • ||
  • କଳାହାଣ୍ଡି : ବନମାଳୀପୁର ରାସ୍ତାରୁ ବାଇକ୍‌ ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରୁଷ-ୟୁକ୍ରେନ୍ ସୀମା ନିକଟରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ୭ ମୃତ, ୩୦ ଆହତ,ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା
  • ||
  • ରାଜ୍ୟରେ ପ୍ରଥମ କୋଭିଡ୍‌ ମୃତ୍ୟୁ ଅଭିଯୋଗ, କୋଭିଡ୍‌ ସହ ବହୁବିଧ ରୋଗରେ ଆକ୍ରାନ୍ତ ଥିଲେ ମୃତକ ବୃଦ୍ଧ
  • ||
  • Miss World 2025: ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଲେ ଥାଇଲାଣ୍ଡର ଓପଲ ସୁଚାତା, ଭାଙ୍ଗିଲା ଭାରତର ନନ୍ଦିନୀ ଗୁପ୍ତାଙ୍କ ସ୍ୱପ୍ନ
  • ||
  • ଲୁଚକାଳି ଖେଳୁଛି ମୌସୁମୀ ! ରାଜ୍ୟରେ କମିଛି ବର୍ଷା, ୨ରୁ ୪ ଡିଗ୍ରୀ ବଢ଼ିପାରେ ତାତି
  • ||

‘ଅପରେସନ୍ ସିନ୍ଦୂର’ ବେଳେ ଗୁଜବ ସୃଷ୍ଟି କରିଥିଲା ପାକିସ୍ତାନ, ଫେକ୍ ନ୍ୟୁଜର ଜବାବ୍ ଦେବାକୁ ଲାଗି ଯାଇଥିଲା ୧୫% ସମୟ :ସିଡିଏସ୍

Published By : Harapriya Biswal | May 31, 2025 2:38 PM

ନୂଆଦିଲ୍ଲୀ,୩୧।୫: ‘ଅପରେସନ ସିନ୍ଦୂର’ ସମୟରେ, ଭାରତୀୟ ସେନା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ ଥିଲା, ତେଣୁ ପରମାଣୁ ଯୁଦ୍ଧର ପ୍ରଶ୍ନ ଉଠୁନାହିଁ। କାରଣ ଏକ ଅଘୋଷିତ ଯୁଦ୍ଧରେ ପରମାଣୁ ଯୁଦ୍ଧର କୌଣସି ଯୁକ୍ତି ନାହିଁ। ଏଭଳି କିଛି କହିଛନ୍ତି ଦେଶର ସିଡିଏସ୍ ଜେନେରାଲ ଅନିଲ ଚୌହାନ।

ଜେନେରାଲ ଚୌହାନଙ୍କ ବକ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷର ଅନ୍ତକୁ ପରମାଣୁ ଯୁଦ୍ଧ ସହିତ ଯୋଡ଼ିଛନ୍ତି। ସିଙ୍ଗାପୁରରେ 'ଶାଙ୍ଗ୍ରି-ଲା ଡାଏଲଗ୍' ସମୟରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ସାମରିକ କମାଣ୍ଡର ଏବଂ ଗ୍ଲୋବାଲ ଥିଙ୍କ-ଟ୍ୟାଙ୍କ ସଦସ୍ୟମାନଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି। ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍) ଜେନେରାଲ ଚୌହାନ କହିଛନ୍ତି,  ପାକିସ୍ତାନ ସହିତ ସାମରିକ ସଂଘର୍ଷ ସମୟରେ, ଭୂରାଜନୀତି ନିର୍ବିଶେଷରେ, ଭାରତୀୟ ସେନାସମ୍ପୂର୍ଣ୍ଣ ସ୍ପଷ୍ଟ ଏବଂ ସ୍ୱାଧୀନ ଥିଲା। ଅପରେସନ୍ ସିନ୍ଦୂର ନିକଟ ଭବିଷ୍ୟତର ଯୁଦ୍ଧକୁ ପ୍ରତିଫଳିତ କରେ।   ଆଧୁନିକ ଯୁଦ୍ଧରେ ସ୍ଥଳ, ବାୟୁ, ସାମୁଦ୍ରିକ, ସାଇବର ଏବଂ ମହାକାଶ ଭଳି କ୍ଷେତ୍ରର ଏକ 'ଜଟିଳ ସମନ୍ୱୟ' ସହିତ କୌଶଳଗତ ରଣନୀତି ଅନ୍ତର୍ଭୁକ୍ତ। ଏହି ଅଭିଭାଷଣର ବିଷୟବସ୍ତୁ ଥିଲା ‘ଫ୍ୟୁଚର ଓ୍ବାରର୍ସ ଆଣ୍ଡ ଓ୍ବାରଫେୟାର’। 

ସିଡିଏସ୍ କହିଛନ୍ତି ଯେ ଅପରେସନ୍ ସିନ୍ଦୂର ଏକ ‘ନନ୍ –କଣ୍ଟାଣ୍ଟ’ ମଲ୍ଟି ଡୋମେନ୍‌ ମିଶନ" ଥିଲା। ଯେଉଁଥିରେ ସାଇବର ଆକ୍ରମଣ ଓ ନାରେଟିଭ ବିରୋଧରେ ଅଭିଯାନ, ଗୁଇନ୍ଦା କ୍ଷମତାର ପ୍ରଦର୍ଶନ ଭଳି ଦିଗ ସାମିଳ ଥିଲା। ଅପରେସନ୍ ସିନ୍ଦୂର ବେଳେ ଆମର ୧୫% ସମୟ କେବଳ ଫେକ୍ ନ୍ୟୁଜ୍‌କୁ ମୁକାବିଲା କରିବାରେ ଲାଗିଥିଲା। ଆମର ରଣନୀତି ତଥ୍ୟ ଆଧାରିତ ସଞ୍ଚାର ଉପରେ ଜୋର ଦେଇଥିଲା।  

ଜେନେରାଲ ଚୌହାନ କହିଛନ୍ତି ଯେ ଅପରେସନ ଆରମ୍ଭରେ  ଦୁଇଜଣ ମହିଳା ଅଧିକାରୀ (କର୍ଣ୍ଣେଲ ସୋଫିଆ କୁରେଶୀ ଏବଂ ୱିଙ୍ଗ କମାଣ୍ଡର ୱୋମିକା ସିଂହ) ମୁଖପାତ୍ର ଭାବରେ କାର୍ଯ୍ୟ କରିଥିଲେ। ମେ ୧୦ ପରେ ହିଁ ଡିଜିଏମଓ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଚୀନ୍‌ର କମର୍ସିଆଲ ସାଟେଲାଇଟର ସାହାଯ୍ୟ ନେଇଥିଲା ପାକିସତାନ। ତେବେ  କୌଣସି ପ୍ରମାଣ ଦେଖିବାକୁ ମିଳିନି ଚୀନ୍‌ର ରିୟଲ-ଟାଇମ୍‌ ( ଡ୍ରୋନ୍ ଓ ମିସାଇଲ)ଆକ୍ରମଣରେ ପାକିସ୍ତାନକୁ କିଛି ସାହାଯ୍ୟ ମିଳିଛି। ତେବେ ଭାରତ ସମ୍ପୂର୍ଣ୍ଣ ଭାବରେ ସ୍ବଦେଶର ଅସ୍ତ୍ର ଆକାଶ ଉପରେ ନିର୍ଭରଶୀଳ ଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.