ନୂଆଦିଲ୍ଲୀ,୧୬/୦୬: ଆଜି ଜନଗଣନା ନେଇ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇବ ଗେଜେଟ ବିଜ୍ଞପ୍ତି। ଦେଶରେ ଜନଗଣନା  ଦୁଇଟି ପର୍ଯ୍ୟାୟରେ କରାଯିବ । ପ୍ରଥମ ପର୍ଯ୍ୟାୟରେ ଗୃହ ତାଲିକା ଅଭିଯାନ ବା  ହାଉସ୍‌ ଲିଷ୍ଟିଂ ଅପରେସନ (ଏଚ୍‌ଏଲ୍‌ଓ)  କରାଯିବ । ଯେଉଁଥିରେ ପ୍ରତିଟି ପରିବାରର  ଘରର ସ୍ଥିତି, ସମ୍ପତ୍ତି ଓ ଅନ୍ୟାନ୍ୟ ସୁଖ  ସୁବିଧାର ଯାଞ୍ଚ ହେବ । ସେହିଭଳି ଦ୍ୱିତୀୟ  ପର୍ଯ୍ୟାୟରେ ଜନସଂଖ୍ୟା ସୂଚୀ (ପିଇ)  ସଂଗ୍ରହ କରାଯିବ। ରବିବାର କେନ୍ଦ୍ର  ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ  ଶାହ  ନୂଆଦିଲ୍ଲୀରେ ଦେଶରେ  ଆଗାମୀ ଦିନରେ ହେବାକୁ ଥିବା ଜାତିଗତ  ଜନଗଣନା ଉପରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ ।  ବୈଠକରେ ସ୍ୱରାଷ୍ଟ୍ର ସଚିବ, ଆରଜି ଓ  ସିସିଆଇ (ରେଜିଷ୍ଟ୍ରାର ଜେନେରାଲ ଆଣ୍ଡ  ସେନ୍‌ସସ କମିଶନର ଅଫ୍‌ ଇଣ୍ଡିଆ)  ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ । 

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ତଥ୍ୟ  ଅନୁସାରେ ଦେଶରେ ଜନଗଣନା  ଦୁଇଟି ପର୍ଯ୍ୟାୟରେ କରାଯିବ । ପ୍ରଥମ  ପର୍ଯ୍ୟାୟରେ ଗୃହ ତାଲିକା ଅଭିଯାନ ବା  ହାଉସ୍‌ ଲିଷ୍ଟିଂ ଅପରେସନ (ଏଚ୍‌ଏଲ୍‌ଓ)  କରାଯିବ । ଯେଉଁଥିରେ ପ୍ରତିଟି ପରିବାରର  ଘରର ସ୍ଥିତି, ସମ୍ପତ୍ତି ଓ ଅନ୍ୟାନ୍ୟ ସୁଖ  ସୁବିଧାର ଯାଞ୍ଚ ହେବ । ସେହିଭଳି ଦ୍ୱିତୀୟ  ପର୍ଯ୍ୟାୟରେ ଜନସଂଖ୍ୟା ସୂଚୀ (ପିଇ)  ସଂଗ୍ରହ କରାଯିବ । ଯେଉଁଥିରେ ପ୍ରତ୍ୟେକ  ପରିବାରର ପ୍ରତିଟି ବ୍ୟକ୍ତିଙ୍କ ସଂଖ୍ୟା,  ସାମାଜିକ-ଆର୍ଥିକ, ସାଂସ୍କୃତିକ ଓ ଅନ୍ୟାନ୍ୟ  ସବିଶେଷ ତଥ୍ୟ ସଂଗ୍ରହ କରାଯିବ ।  ଏହି ସମୟରେ ଜାତିଗତ ଜନଗଣନା  ମଧ୍ୟ ପ୍ରସ୍ତୁତ କରାଯିବ । ଜନସଂଖ୍ୟା ଓ  ପରିବାରର ତଥ୍ୟ ସଂଗ୍ରହ ଲାଗି ୩୪  ଲକ୍ଷ ଗଣନାକାର ତଥା ସୁପରଭାଇଜର  ଏବଂ ୧.୩ ଲକ୍ଷ ଜନଗଣନା କାର୍ଯ୍ୟକର୍ତ୍ତାଙ୍କୁ  ନିଯୁକ୍ତ କରାଯିବ । ଦେଶ ଆରମ୍ଭରୁ ଏହା  ୧୬ତମ ତଥା ୧୯୪୭ରେ ସ୍ୱାଧୀନତା ଲାଭ  କରିବା ପରେ ଏହା ଅଷ୍ଟମ ଜନଗଣନା  ହେବ । ମୋବାଇଲ ଆପ୍‌ ଜରିଆରେ ସମ୍ପୂର୍ଣ୍ଣ  ଡିଜିଟାଲ ପ୍ରକ୍ରିୟାରେ ଏହି ଜନଗଣନା  କରାଯିବ । ସେହିଭଳି ଜନଗଣନା  ସମୟରେ ଲୋକମାନଙ୍କ ତଥ୍ୟକୁ  ଯେଭଳି ଗୋପନୀୟ ତଥା ସୁରକ୍ଷିତ  ରଖାଯାଇପାରିବ ସେଥିଲାଗି ଆବଶ୍ୟକ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ।