ଭୁବନେଶ୍ବର, ୨୨।୪ : ଜନଗଣନା ବେଳେ ଅଧିକାରୀଙ୍କ ସମସ୍ୟାକୁ ନେଇ ରାଜସ୍ବ ସଚିବ ଓ ଜନ ଗଣନା ଅଧିକାରୀଙ୍କ ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବୈଠକ କରିଥିଲେ। ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ପୂର୍ବାହ୍ନ ୧୧ ଟାରୁ ୩ ଟା ଜନଗଣନା କରିବେନି ଅଧିକାରୀ। ୧୧ଟା ରୁ ୩ଟା ଜନ ଗଣନା ସ୍ଥଗିତ ରଖିବା ପାଇଁ ଜିଲ୍ଲପାଳଙ୍କୁ ନିର୍ଦେଶ ଦିଆଯାଇଛି।

ଯେଉଁମାନେ ଏହି କାମରେ ନିୟୋଜିତ ହୋଇଛନ୍ତି ସେମାନଙ୍କ ପ୍ରାଥମିକ ଆବଶ୍ୟକତା ମନିଟରିଂ କରିବେ ଜିଲ୍ଲପାଳ। ଜନଗଣନା ଅଧିକାରୀଙ୍କ ସୁରକ୍ଷା ପାଇଁ ଗୃହ ବିଭାଗ ସହ ଆଲୋଚନା ହୋଇଛି ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ। ଯେଉଁ ଶିକ୍ଷକ ଏହି କାମରେ ନିୟୋଜିତ ଅଛନ୍ତି ସ୍କୁଲରେ ଶିକ୍ଷା ଦାନ ଓ ମିଡ଼ ମିଲ ପ୍ରଭାବିତ ହେବ ନାହିଁ ଧ୍ୟାନ ଦେବେ। ଏହି କାର୍ଯ୍ୟରେ ୩୧୨ ଜଣ ଚାର୍ଜ ଅଫିସ ସହ ଏକ ଲକ୍ଷ ଅଧିକାରୀ ଜନ ଗଣନା ରେ ନିୟୋଜିତ ଅଛନ୍ତି | ଅଧିକାଂଶ ଶିକ୍ଷକ ଜନଗଣନା କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ସୁବର୍ଣ୍ଣପୁରରେ ଯେଉଁ ବ୍ୟକ୍ତିଙ୍କର ଜନଗଣନା କାର୍ଯ୍ୟରେ ଦେହାନ୍ତ ଖବର ଆସିଛି ତାଙ୍କ ଘର ଲୋକ ପୋଷ୍ଟ ମର୍ଟମ କରିନାହାନ୍ତି । ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଛୁ  ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି। ସେହିଭଳି କାମାକ୍ଷାନଗରରେ ଜନଗଣନା ଅଧିକାରୀଙ୍କୁ ମାଡ଼ ଘଟଣାରେ ଏସପିଙ୍କ ସହ  ରାଜସ୍ୱ ମନ୍ତ୍ରୀ କଥା ହୋଇଛନ୍ତି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଲେ ରାଜସ ମନ୍ତ୍ରୀ ।