ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଦୋଷୀ ସାଂସଦଙ୍କ ଉପରେ ଆଜୀବନ ପ୍ରତିବନ୍ଧକ ଲଗାଇବା ଉଚିତ୍ ନୁହେଁ, ସୁପ୍ରିମକୋର୍ଟରେ ଜବାବ ରଖିଲେ କେନ୍ଦ୍ର ସରକାର…

Published By : Ladu Kishor | February 26, 2025 7:22 PM

ନୂଆଦିଲ୍ଲୀ: ଦୋଷୀ ସାବ୍ୟସ୍ତ ହୋଇଥିବା ସାଂସଦ ଏବଂ ବିଧାୟକ ମାନଙ୍କୁ ନିର୍ବାଚନ ଲଢ଼ିବା ଉପରେ ସ୍ଥାୟୀ ପ୍ରତିବନ୍ଧକ ଲଗାଇବା ପାଇଁ ଦାବି କରାଯାଇଥିବା ଆବେଦନ ଉପରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଜବାବ ରଖିଛନ୍ତି । ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର କୋର୍ଟକୁ କହିଛନ୍ତି ଯେ, ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ରାଜନେତାଙ୍କ ଉପରେ ଆଜୀବନ ପ୍ରତିବନ୍ଧକ କଠୋର ହେବ। ତେବେ କେନ୍ଦ୍ର ସରକାର ବର୍ତମାନର ଆଇନକୁ ସମର୍ଥନ କରିଛନ୍ତି ଏବଂ ଏହାକୁ ଜାରି ରଖିବେ ବୋଲି କହିଛନ୍ତି।

ପ୍ରଚଳିତ ଆଇନ ଅନୁଯାୟୀ, ଯଦି କୌଣସି ବ୍ୟକ୍ତିଙ୍କୁ ଦୁଇ ବର୍ଷରୁ ଅଧିକ ଜେଲଦଣ୍ଡ ଦିଆଯାଏ, ତେବେ ତାଙ୍କ ସଜା ପୂରଣ କରିବା ପରେ ତାଙ୍କୁ ଛଅ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବା ପାଇଁ ବାରଣ କରାଯାଏ। ଏହାର ଅର୍ଥ ହେଉଛି ଜଣେ ବ୍ୟକ୍ତି ତାଙ୍କ ଦଣ୍ଡର ଛଅ ବର୍ଷ ପୂରଣ କରିବା ପରେ ନିର୍ବାଚନ ଲଢ଼ିପାରିବେ। ଗତକାଲି (ମଙ୍ଗଳବାର) କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଦ୍ୱାରା ଦାଖଲ କରାଯାଇଥିବା ଏକ ସତ୍ୟପାଠରେ କୁହାଯାଇଛି, "ସଂସଦୀୟ ନୀତି ଅନୁଯାୟୀ, ଲାଗୁ ହୋଇଥିବା ଧାରା ଅନୁଯାୟୀ କରାଯାଇଥିବା ଅଯୋଗ୍ୟତା ସମୟ ମଧ୍ୟରେ ସୀମିତ। ଏହି ପ୍ରସଙ୍ଗରେ ଜୀବନବ୍ୟାପୀ ପ୍ରତିବନ୍ଧକ ଲଗାଇବା ଉପଯୁକ୍ତ ହେବ ନାହିଁ।

ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ୨୦୧୬ରେ ଜନହିତକର ଆବେଦନ ଲଗାଇଥିଲେ, ଯେଉଁଥିରେ ଜନପ୍ରତିନିଧିତ୍ୱ ଆଇନ,୧୯୫୧ର ଧାରା ୮ ଏବଂ ୯ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରାଯାଇଥିଲା । ସେ କହିଥିଲେ ଯେ ରାଜନୈତିକ ଦଳଗୁଡ଼ିକ କାହିଁକି ଭଲ ଭାବମୂର୍ତ୍ତି ଥିବା ଲୋକଙ୍କୁ ଖୋଜି ପାରୁନାହାଁନ୍ତି ତାହା ବୁଝାଇବା ଉଚିତ।

ଏହା ପରେ, ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ନିର୍ବାଚନ କମିଶନଙ୍କ ଠାରୁ ଉତ୍ତର ମାଗିଥିଲେ ଯେ ଯେତେବେଳେ ଜଣେ ସରକାରୀ କର୍ମଚାରୀ ଦୋଷୀ ସାବ୍ୟସ୍ତ ହୁଅନ୍ତି, ସେ ଜୀବନବ୍ୟାପୀ ଚାକିରିରୁ ବାହାର ହୋଇଯାଆନ୍ତି, ତେବେ ଏହି ସମୟରେ କେମିତି ଜଣେ ଦୋଷୀ ବ୍ୟକ୍ତି ପୁଣି ସଂସଦକୁ ଯାଇ ପାରିବେ ? କୋର୍ଟ ପଚାରିଥିଲେ ଯେ ଯେଉଁମାନେ ଆଇନ ଭାଙ୍ଗିବେ ସେମାନେ ଆଇନ ତିଆରି କରିବାର କାମ କିପରି କରି ପାରିବେ ? କେନ୍ଦ୍ର ସରକାର ତାଙ୍କ ସତ୍ୟପାଠରେ କହିଛନ୍ତି ଯେ ସାଂସଦଙ୍କ ଅଯୋଗ୍ୟତା ନିଷ୍ପତ୍ତି ନେବାର ଅଧିକାର ସମ୍ପୂର୍ଣ୍ଣ ଭାବରେ ସଂସଦର ଏବଂ ଏହା ନ୍ୟାୟିକ ସମୀକ୍ଷା ବାହାରେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.