ନୂଆଦିଲ୍ଲୀ,୧୭/୦୬; ଶତ୍ରୁ କରୁଛି ବଡ଼ ପ୍ଲାନ୍ । ସତର୍କ ଅଛି ଭାରତ । ବଡ଼ ବୈଠକ କରୁଛି ଗୃହମନ୍ତ୍ରଣାଳୟ । କେନ୍ଦ୍ର ସରକାର ଚେତାବନୀ ଦେଇଛନ୍ତି ଯେ, ଶତ୍ରୁପକ୍ଷର ଡ୍ରୋନ ସୀମାନ୍ତରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରିପାରେ । ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟର ସାମୁଦ୍ରିକ ସୁରକ୍ଷା ଶାଖା ସ୍ଥଳ ଏବଂ ସମୁଦ୍ର ସୀମା ନିକଟବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକ ଉପରେ ଡ୍ରୋନ ଆକ୍ରମଣ ନେଇ ସତର୍କତା ଜାରି କରା ଯାଇଛି। ଏହି ଚେତାବନୀ ପରେ, ସୁରକ୍ଷା ଏଜେନ୍ସିଗୁଡ଼ିକ ସାରା ଦେଶରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଡ୍ରୋନ୍ ପ୍ରତିରୋଧୀ ସିଷ୍ଟମ ମୁତୟନ କରିବା ଆରମ୍ଭ କରିଛନ୍ତି।
ଗୃହ ମନ୍ତ୍ରଣାଳୟ ସୀମା ସୁରକ୍ଷା ବଳ ମଧ୍ୟରେ ଏକ ସ୍ୱତନ୍ତ୍ର କମିଟି ମଧ୍ୟ ଗଠନ କରିଛି । ଏହି କମିଟିର କାର୍ଯ୍ୟ ହେଉଛି ଭାରତ ପାଇଁ ସର୍ବୋତ୍ତମ ଡ୍ରୋନ୍ ପ୍ରତିରୋଧୀ ପ୍ରଣାଳୀର ମୂଲ୍ୟାଙ୍କନ ଏବଂ ଅନୁମୋଦନ କରିବା। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ- CISF ମଧ୍ୟ ଏକ ଦଳ ଗଠନ କରିଛି, ଯେଉଁଥିରେ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ DRDO, ଗୁଇନ୍ଦା ବ୍ୟୁରୋ , ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଏବଂ BSF) ର ଅଧିକାରୀମାନେ ସାମିଲ ଅଛନ୍ତି, ଯେଉଁମାନେ ଦେଶର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପରିଦର୍ଶନ କରୁଛନ୍ତି । ଏହି ଟିମର ରିପୋର୍ଟ ଏବଂ ଗୃହ ମନ୍ତ୍ରଣାଳୟର ଅନୁମୋଦନ ପରେ ହିଁ କେଉଁ ସ୍ଥାନରେ କେଉଁ ଆଣ୍ଟି-ଡ୍ରୋନ୍ ସିଷ୍ଟମ୍ ସ୍ଥାପନ କରାଯିବ ତାହା ନିଷ୍ପତ୍ତି ନିଆଯିବ ।
ଏହା ବି ପଢନ୍ତୁ... Modi-Trump Meet: ଟ୍ରେଡ୍ ଡିଲ୍ରୁ ନେଇ ଏନର୍ଜି ସିକ୍ୟୁରିଟି ଯାଏ...ପ୍ରଧାନମନ୍ତ୍ରୀ ମୋଦି-ଟ୍ରମ୍ପ ମିଟିଂର କ'ଣ ରହିବ ଏଜେଣ୍ଡା
ଭାରତର ପ୍ରମୁଖ ଆଣ୍ଟି-ଡ୍ରୋନ୍ ସିଷ୍ଟମ୍
୧. ଡି-୪ ଆଣ୍ଟି ଡ୍ରୋନ୍ ସିଷ୍ଟମ (ଡିଆରଡିଓ)
୨.ଆକଶତୀର କାଉଣ୍ଟର-ୟୁଏଏସ ସିଷ୍ଟମ
୩. ଭାର୍ଗବାସ୍ତ୍ର ମାଇକ୍ରୋ-ମିସାଇଲ୍ ସିଷ୍ଟମ
୪. ଜେନ ଏଣ୍ଟି-ଡ୍ରୋନ୍ ସିଷ୍ଟମ୫.ବିଇଏଲ କାଉଣ୍ଟର-ଡ୍ରୋନ୍ ସିଷ୍ଟମ