ଗୋପାଳପୁର, ୨୯/୭ : ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆରେ ଲୁଟ୍। ମଙ୍ଗଳବାର ସକାଳେ ପ୍ରାତଃ ଭ୍ରମଣରୁ ଫେରୁଥିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ । ମହିଳା ଜଣଙ୍କ ହେଉଛନ୍ତି ଆମ୍ବପୁଆ ଅଞ୍ଚଳର ସରସ୍ଵତୀ ସାହୁ।
ସୂଚନାନୁଯାୟୀ, ଆମ୍ବପୁଆ ଛକରେ ରହୁଥିବା ସରସ୍ଵତୀ ଓ ତାଙ୍କ ସାଙ୍ଗମାନଙ୍କ ସହ ମିଶି ମଙ୍ଗଳବାର ସକାଳ ପ୍ରାୟ ୬ଟା ପ୍ରାତଃ ଭ୍ରମଣ ପାଇଁ ଯାଇଥିଲେ। ଆୟକର ବିଭାଗ ଅଫିସ୍ ପଟୁ ଘରକୁ ଫେରିବା ବେଳେ ଲୁଟ୍ର ଶିକାର ହୋଇଛନ୍ତି । ଏକ କଳା ରଙ୍ଗର ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ସରସ୍ଵତୀଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିଲେ। ଏନେଇ ସରସ୍ବତୀ ଥାନାରେ ଅଭିଯୋଗ କରିଛନ୍ତି । ଏତଲା ଆଧାରରେ ପୁଲିସ ତଦନ୍ତ କରୁଛି ।