ନୂଆଦିଲ୍ଲୀ : ଯେଉଁଠି ଲୋକେ ଟ୍ରାଫିକ୍‌ ନିୟମର ଉଲ୍ଲଙ୍ଘନ କରିବାରୁ ନିବୃତ୍ତ ରହୁଛନ୍ତି, ସେଠାରେ ବେଙ୍ଗାଲୁରୁର ଜଣେ ବ୍ୟକ୍ତି ଏତେ ଥର ଟ୍ରାଫିକ୍‌ ନିୟମର ମଜାକ୍‌ ଉଡ଼ାଇଛନ୍ତି, ତାଙ୍କର ଚାଲାଣ ତାଙ୍କ ସ୍କୁଟିର ଦାମ୍‌ ଠାରୁ ମଧ୍ୟ ଅଧିକ ଆସି ସାରିଛି। ସେ ପାଖାପାଖି ଲକ୍ଷେ ଟଙ୍କା ପାଖାପାଖି ସ୍କୁଟି କିଣି ଥିବେ। କିନ୍ତୁ ତାଙ୍କର ଚାଲାଣ ୧ଲକ୍ଷ ୬୧ହଜାର ଟଙ୍କା ଆସିଛି। ହେଲେ, ଏହା ସତ୍ତ୍ୱେ ମଧ୍ୟ ସେ ଅଭ୍ୟାସ ଗତ ଭାବେ ଟ୍ରାଫିକ୍ ନିୟମର ଉଲ୍ଲଙ୍ଘନ କରି ଚାଲିଛନ୍ତି। 

ଏକ୍ସ ୟୁଜର ବ୍ୟକ୍ତିଙ୍କ ଅନେକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ରେଡ୍‌ ଲାଇଟ୍‌ରେ ମଧ୍ୟ ବିନା ହେଲମେଟ୍‌ରେ ସ୍କୁଟି ଚଲାଉ ଥିବାର ନଜର ଆସୁଛି। ଯେଉଁଥି ପାଇଁ ତାଙ୍କର ଅନେକ ଚାଲାଣ କଟିଛି। ଏହା ସତ୍ତ୍ୱେ ମଧ୍ୟ ସେ ଅଭ୍ୟାସଗତ ଭାବେ ଏମିତି କରି ଚାଲିଛନ୍ତି। ୟୁଜର ଏକ୍ସରେ ୨୦୨୪ର ମଧ୍ୟ ଡାଟା ପୋଷ୍ଟ କରିଛନ୍ତି। ଯେଉଁଥିରେ ସେହି ବ୍ୟକ୍ତିଙ୍କର ୧ଲକ୍ଷ ୫ହଜାର , ୫୦୦ ଟଙ୍କାର ଚାଲାଣ ଆସି ଥିଲା। ଯାହା ଫେବ୍ରୁଆରୀ ୨୦୨୫ରେ ୫୫ ହଜାର ୫୦୦ରୁ ବଢି ୧ଲକ୍ଷ ୬୧ ହଜାର ଟଙ୍କା ହୋଇ ଯାଇଛି। 


୨୪ ଜାନୁଆରୀ ୨୦୨୪ ...

ଏକ୍ସରେ ଶିବମ୍‌ ନାମକ ଜଣେ ୟୁଜର ଗତ ବର୍ଷ ଜାନୁଆରୀ ମାସରେ ମଧ୍ୟ ଏହି ବ୍ୟକ୍ତିଙ୍କ ଫଟୋ ସହ ତାଙ୍କର ଗାଡ଼ିରେ ଆସିଥିବା ଚାଲାଣର ଡିଟେଲ ସେୟାର କରି ଥିଲେ। ସେତେବେଳେ ଏହି ଚାଲାଣ ୧ଲକ୍ଷ ୫ହଜାର ଓ ୫୦୦ ଟଙ୍କା ଥିଲା। କିନ୍ତୁ ଏବେ ଏହା ବୃଦ୍ଧି ପାଇ ଦେଢ ଲକ୍ଷ ଅତିକ୍ରମ କରି ସାରିଛି। ଏହି ସମୟ ଯାଏ ଏହି ସ୍କୁଟି ୨୦୪ ଥର ଟ୍ରାଫିକ୍‌ ନିୟମର ଉଲ୍ଲଙ୍ଘନ କରିଥିଲା। 

୨ ଫେବ୍ରୁଆରୀ ୨୦୨୫ ...

@HiShibanSarkar ଏକ୍ସରେ ନିଜର ପୁରୁଣା ପୋଷ୍ଟକୁ ରିପୋଷ୍ଟ କରି ୪ଟି ଫଟୋ ସେୟାର କରିଛି। ଯେଉଁଥିରେ ୩ଟି ଫଟୋରେ ସେ ବ୍ୟକ୍ତି ବିନା ହେଲମେଟ୍‌ର ରୋଡ୍‌ରେ ନଜର ଆସୁଛନ୍ତି। ସେପଟେ ୪ର୍ଥ ଫଟୋ ତାଙ୍କର ସ୍କୁଟର ଉପରେ ଆସିଥିବା ଚାଲାଣର। ଯେଉଁଥିରେ ମୋଟ ଜୋରିମନା ପରିମାଣ ୧ଲକ୍ଷ ୬୧ହଜାର ଟଙ୍କା ଲେଖା ହୋଇଛି। ବ୍ୟକ୍ତିଙ୍କ ସ୍କୁଟି ନମ୍ୱର କେଏ-୦୫-ଜେଏକ୍ସ-୧୩୪୪ ରହିଛି। ଏହି ପୋଷ୍ଟ ଭାଇରାଲ ହେବା ପରେ ୟୁଜର୍ସ କମେଣ୍ଟ ସେକ୍ସନରେ ମଜାଳିଆ ଟିପ୍ପଣୀ କରୁଛନ୍ତି। 


ଖବର ଲେଖା ହେବା ବେଳକୁ ଏହି ପୋଷ୍ଟ ପାଖାପାଖି ୧ଲକ୍ଷ ୪୦ହଜାରରୁ ଅଧିକ ଭ୍ୟୁଜ୍‌ ଓ ୭୦୦ରୁ ଅଧିକ ଲାଇକ୍ସ ମିଳି ସାରିଛି। ସେପଟେ ପୋଷ୍ଟ ଉପରେ ପଚାଶ କମେଣ୍ଟ ଆସିଛି।  

୧ଲକ୍ଷ ୬୧ହଜାରର ଚାଲାଣ ଦେଖି ଅଧିକାଂଶ ୟୁଜର ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ସେଠାରେ ଅନେକ ୟୁଜର୍ସ ମଜା ନେଇ ବ୍ୟକ୍ତିଙ୍କ ସ୍କୁଟିର ଦାମ୍‌ ଲଗେଇବାର ନଜର ଆସୁଛି। ଜଣେ ବ୍ୟକ୍ତି ଲେଖିଛନ୍ତି – ଏମିତି ଲାଗୁଛି, ତାଙ୍କର ନଜରରେ କୌଣସି ଜୋରିମନା ମ୍ୟାଟର କରୁନି। ଅନ୍ୟ ୟୁଜର କହିଛନ୍ତି କି ଏମିତି ଲାଗୁଛି କି, ପୁଲିସ ତାଙ୍କୁ ବହୁତ ପସନ୍ଦ କରନ୍ତି। ଆଉ ଜଣେ ୟୁଜର ଲେଖିଛନ୍ତି କି ଏହି ସ୍କୁଟରର ଦାମ୍‌ ମଧ୍ୟ ୨୫ ହଜାରରୁ ଅଧିକ ହେବ ନାହିଁ।