ପ୍ରମୂଖ ଖବର
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଚାମ୍ପିଅନ୍ସ ଟ୍ରଫି: ଆଜି ପ୍ରଥମ ସେମି ଫାଇନାଲ୍‌ ଏବଂ ଭାରତ ମ୍ୟାଚ୍‌ର ବଳକା ଟିକେଟ୍‌ ବିକ୍ରି

Published By : Prameya | February 17, 2025 8:58 AM

ଦୁବାଇ, ୧୭/୦୨: ଆଜି ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମି ଫାଇନାଲ୍‌ ଏବଂ ଭାରତର ୩ଟି  ଗ୍ରୁପ୍‌ ମ୍ୟାଚ୍‌ର ବଳକା ଟିକେଟ ବିକ୍ରି କରାଯିବ । ପ୍ରଶଂସକମାନେ ଭାରତୀୟ ସମୟ ୧.୩୦ରେ ଏହି ମ୍ୟାଚ୍‌ ଗୁଡ଼ିକର ଟିକେଟ୍‌ କିଣି  ପାରିବେ । 

ଆଇସିସି ପକ୍ଷରୁ କୁହାଯାଇଛି ଯେ, ଭାରତ ଆସନ୍ତା ୨୦ ତାରିଖରେ ପ୍ରଥମ ଗ୍ରୁପ୍‌-ବି’ ମ୍ୟାଚ୍‌ ବାଂଲାଦେଶ ସହ ଖେଳିବ । ଏହି  ମ୍ୟାଚ୍‌ର ଟିକେଟ୍‌ ଏବେବି ଉପଲବ୍ଧ ରହିଛି । ସେହିପରି ଭାରତ ୨୩ ତାରିଖରେ ପାରମ୍ପରିକ  ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଏବଂ ମାର୍ଚ୍ଚ ୨ ତାରିଖରେ ନ୍ୟୁଜିଲାଣ୍ଡକୁ ସାମ୍ନା କରିବ । ସୋମବାର ଏହି  ୩ଟି ମ୍ୟାଚ୍‌ର ବଳକା ଟିକେଟ୍‌ ବିକ୍ରି କରାଯିବ । ଭାରତ ଫାଇନାଲ୍‌କୁ ଗଲେ ପ୍ରଥମ ସେମି ଫାଇନାଲ୍‌  ଦୁବାଇରେ ଖେଳାଯିବ । ଏହି ମ୍ୟାଚ୍‌ର କିଛି ଟିକେଟ୍‌  ବଳକା ରହିଛି । ପ୍ରଶଂସକମାନେ ମଧ୍ୟ ପ୍ରଥମ ସେମି ଫାଇନାଲ୍‌ ପାଇଁ ଟିକେଟ୍‌ କିଣି ପାରିବେ । ପ୍ରଥମ ସେମି ଫାଇନାଲ୍‌ ଶେଷ ହେବା ପରେ  ଫାଇନାଲ୍‌ ମ୍ୟାଚ୍‌ ପାଇଁ ଟିକେଟ୍‌ ଉପଲବ୍ଧ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.