ଦୁବାଇ, ୧୭/୦୨: ଆଜି ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମି ଫାଇନାଲ୍‌ ଏବଂ ଭାରତର ୩ଟି  ଗ୍ରୁପ୍‌ ମ୍ୟାଚ୍‌ର ବଳକା ଟିକେଟ ବିକ୍ରି କରାଯିବ । ପ୍ରଶଂସକମାନେ ଭାରତୀୟ ସମୟ ୧.୩୦ରେ ଏହି ମ୍ୟାଚ୍‌ ଗୁଡ଼ିକର ଟିକେଟ୍‌ କିଣି  ପାରିବେ । 

ଆଇସିସି ପକ୍ଷରୁ କୁହାଯାଇଛି ଯେ, ଭାରତ ଆସନ୍ତା ୨୦ ତାରିଖରେ ପ୍ରଥମ ଗ୍ରୁପ୍‌-ବି’ ମ୍ୟାଚ୍‌ ବାଂଲାଦେଶ ସହ ଖେଳିବ । ଏହି  ମ୍ୟାଚ୍‌ର ଟିକେଟ୍‌ ଏବେବି ଉପଲବ୍ଧ ରହିଛି । ସେହିପରି ଭାରତ ୨୩ ତାରିଖରେ ପାରମ୍ପରିକ  ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଏବଂ ମାର୍ଚ୍ଚ ୨ ତାରିଖରେ ନ୍ୟୁଜିଲାଣ୍ଡକୁ ସାମ୍ନା କରିବ । ସୋମବାର ଏହି  ୩ଟି ମ୍ୟାଚ୍‌ର ବଳକା ଟିକେଟ୍‌ ବିକ୍ରି କରାଯିବ । ଭାରତ ଫାଇନାଲ୍‌କୁ ଗଲେ ପ୍ରଥମ ସେମି ଫାଇନାଲ୍‌  ଦୁବାଇରେ ଖେଳାଯିବ । ଏହି ମ୍ୟାଚ୍‌ର କିଛି ଟିକେଟ୍‌  ବଳକା ରହିଛି । ପ୍ରଶଂସକମାନେ ମଧ୍ୟ ପ୍ରଥମ ସେମି ଫାଇନାଲ୍‌ ପାଇଁ ଟିକେଟ୍‌ କିଣି ପାରିବେ । ପ୍ରଥମ ସେମି ଫାଇନାଲ୍‌ ଶେଷ ହେବା ପରେ  ଫାଇନାଲ୍‌ ମ୍ୟାଚ୍‌ ପାଇଁ ଟିକେଟ୍‌ ଉପଲବ୍ଧ ହେବ ।