ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଭାରତ- ନ୍ୟୁଜିଲାଣ୍ଡ ମହାମୁକାବିଲା: ଦୁବାଇରେ ସାରା ବିଶ୍ୱର ବୁକି ଏକାଠି, ବେଟିଂରେ ଡି’କମ୍ପାନୀ ଲିଙ୍କ୍‌

Published By : Prameya | March 9, 2025 9:48 AM

ଦୁବାଇ,୦୯/୦୩: ଆଜି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ । ସାରା ବିଶ୍ୱର କ୍ରିକେଟ୍‌ ପ୍ରେମୀ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ମହାମୁକାବିଲା ଦେଖିବାକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଆୟୋଜକ ପାକିସ୍ତାନ ସମେତ ଅଷ୍ଟ୍ରେଲିଆ,  ଇଂଲଣ୍ଡ ଭଳି ବଡ଼ ଦଳ ନାହାନ୍ତି ।  ତଥାପି ଦର୍ଶକରେ ପୁରି ଉଠୁଛି ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡ଼ିୟମ୍‌ ।  ଖାଲି ମ୍ୟାଚ୍‌ ଦେଖିବା ପାଇଁ ନୁହେଁ  ବେଟିଂ ପାଇଁ ମଧ୍ୟ ଦୁବାଇରେ ଭିଡ଼ ଜମୁଥିବା ଅନୁସନ୍ଧାନରୁ ଜଣାପଡ଼ିଛି ।  ସାରା ବିଶ୍ୱର ବୁକି ଦୁବାଇରେ ଏକତ୍ର  ହୋଇଛନ୍ତି । କେବଳ ଫାଇନାଲ୍‌ ମ୍ୟାଚ୍‌  ପାଇଁ ୫୦୦୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର  ବେଟିଂ ହୋଇଛି । ବେଟିଂରେ କୁଖ୍ୟାତ  ଅଣ୍ଡର ୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମର  ଡି’ କମ୍ପାନୀର ଲିଙ୍କ୍‌ ମଧ୍ୟ ରହିଛି । ଫାଇନାଲ୍‌ ମ୍ୟାଚ୍‌ରେ ଭାରତର  ବିଜୟ ପଛରେ ସର୍ବାଧିକ ଅର୍ଥ  ଲାଗିଥିବା ଜଣା ପଡ଼ିଛି । ଗତ  ଅଷ୍ଟ୍ରେଲିଆ ବିପକ୍ଷ ସେମି ଫାଇନାଲ୍‌  ମୁକାବିଲା ସମୟରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ  ୫ଜଣ ବୁକିଙ୍କୁ ଗିରଫ କରିବା ପରେ  ସବୁ ଖବର ପଦାକୁ ଆସିଛି । 

ପ୍ରବୀଣ କୋଚର ଓ ସଞ୍ଜୟ  କୁମାର ନାମକ ୨ ଜଣ ବୁକି  ଭାରତ-ଅଷ୍ଟ୍ରେଲିଆ ସେମି ମ୍ୟାଚ୍‌ରେ  ବେଟିଂ ଚଳାଇଥିବା ସମୟରେ ଧରା ପଡ଼ିଥିଲେ । ଉଭୟଙ୍କ ଠାରୁ କ୍ରାଇମବ୍ରାଞ୍ଚ  ପୁଲିସ୍‌ ସମସ୍ତ ଇଲେକଟ୍ରୋନିକ୍‌  ସରଞ୍ଜାମ ଜବତ କରିଛି । 

ତଦନ୍ତ ରିପୋର୍ଟ ଅନୁଯାୟୀ ପ୍ରବୀଣ ଏକ ବେଟିଂ ‘ଲକି ଡଟ୍‌-କମ୍‌’ ନାମକ  ୱେବ ସାଇଟ୍‌ରୁ ମାଷ୍ଟର ଆଇଡି କିଣିବା  ପରେ ଭିନ୍ନ ଭିନ୍ନ ବେଟିଂ ଆଇଡି ପ୍ରସ୍ତୁତ  କରି ବିକ୍ରି କରୁଥିଲା। ଏଥିପାଇଁ ସେ  ପ୍ରତି ବେଟିଂ ପଛରେ ୩% କମିଶନ  ନେଉଥିଲା । ଅଫ-ଲାଇନ୍‌ ବେଟିଂ ପାଇଁ ଟେଲିଫୋନ ବ୍ୟବହାର କରାଯାଉଥିଲା ।  ଗତ ୨ ବର୍ଷ ଧରି ପ୍ରବୀଣ ଦିଲ୍ଲୀରେ  ମାସିକ ୩୦,୦୦୦ ଟଙ୍କାର ଏକ ଘର  ଭଡ଼ା ନେଇ ବେଟିଂ କରୁଥିଲା । ପ୍ରତି ମ୍ୟାଚ୍‌ରେ ସେ ୪୦,୦୦୦ ଟଙ୍କା ଆୟ  କରୁଥିଲା । ସମସ୍ତ ବେଟିଂ ନେଟ୍‌ୱର୍କ  ଦୁବାଇରେ ନିୟନ୍ତ୍ରିତ ହେଉଥିବା ଜେରା  ସମୟରେ ପ୍ରବୀଣ ପ୍ରକାଶ କରିଛି । 

ସେହିପରି ପଶ୍ଚିମ ଦିଲ୍ଲୀର ବାସିନ୍ଦା  ଛୋଟୁ ବଂଶଲ କାନାଡ଼ାରେ ଏକ ବେଟିଂ  ଆପ ପ୍ରସ୍ତୁତ କରିଥିଲା । ବର୍ତ୍ତମାନ ସେ ଦୁବାଇରେ ରହୁଛି । ବୁକିମାନଙ୍କୁ ସେ ନିଜ  ଦ୍ୱାରା ପ୍ରସ୍ତୁତ ଆପ୍‌ ଭଡ଼ାରେ ଦେଉଛି ଓ  ଅର୍ଥ ରୋଜଗାର କରୁଛି । 

ବିନୟ ନାମକ ଦିଲ୍ଲୀର ମୋତି ନଗର ବାସିନ୍ଦା  ସମ୍ପ୍ରତି ଦୁବାଇରେ ରହି ସମସ୍ତ ମ୍ୟାଚ୍‌ ଦେଖୁଛି  ଓ କ୍ରିକେଟ୍‌ ଗ୍ରାଉଣ୍ଡ ଖବର ବୁକିଙ୍କ ନିକଟରେ ପହଞ୍ଚାଉଛି । ଗିରଫ ହୋଇଥିବା ଅନ୍ୟ ୩ ବୁକି  ମନୀଷ ସାହାଣୀ, ଯୋଗେଶ କୁକେଜା ଓ ସୂରଜଙ୍କର  ମଧ୍ୟ ଦୁବାଇ ଲିଙ୍କ୍‌ ରହିଛି । ସେମାନଙ୍କ ଠାରୁ ୨୨ଲକ୍ଷ  ଟଙ୍କା ଜବତ କରାଯାଇଛି । 

ସମ୍ପୂର୍ଣ୍ଣ ଗ୍ୟାଙ୍ଗ୍‌ର ମୁଖିଆ ମନୀଷ ଦିଲ୍ଲୀରେ  ବସି ବେଟିଂ ପରିଚାଳନା କରୁଥିଲା । ସେ ଲୋକଙ୍କ  କଥାବାର୍ତ୍ତା ରେକର୍ଡ କରୁଥିଲା । କୌଣସି ମଧ୍ୟସ୍ଥି ବିନା  ବ୍ୟାଙ୍କ ଓ ନଗଦ ଟଙ୍କା ନେଇ ବେଟ୍‌ ଲଗାଉଥିଲା  ବୋଲି ଜେରା ବେଳେ ସ୍ୱୀକାର କରିଛି । ଜେରା  ସମୟରେ ସେମାନେ ଆହୁରି ଅନେକ ବୁକିଙ୍କ ନାମ  ପ୍ରକାଶ କରିଛନ୍ତି । ମନୁ ମଟକା, ଅକ୍ଷୟ ଗେହଲତ,  ନିଶୁ, ରିଙ୍କୁ, ଅମନ ରାଜପୁତ ନାମକ କିଛି ବୁକି  ଭାରତ ବାହାରେ ‘ସଟ୍ଟା’ ନାମକ ଆପ ପ୍ରସ୍ତୁତ କରି  ବେଟିଂ କରୁଥିବା ସେମାନେ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.