ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ନ୍ୟୁଜିଲାଣ୍ଡ ଚାମ୍ପିଅନ୍ସ ଟ୍ରଫି ଦଳରୁ ସିୟର୍ସ ବାଦ୍‌, ଜାକବ ଡଫିଙ୍କୁ ଡାକରା

Published By : Prameya | February 15, 2025 1:50 PM

ୱେଲିଂଟନ୍‌,୧୫/୦୨: ଆଇସିସି ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ନ୍ୟୁଜିଲାଣ୍ଡ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଆହତ ଥିବା ପେସ୍‌ ବୋଲର ବେନ୍‌ ସିୟର୍ସ ବାଦ୍‌ ପଡ଼ିଥିବାବେଳେ  ତାଙ୍କ ସ୍ଥାନରେ ଜାକବ ଡଫିଙ୍କୁ ସାମିଲ କରାଯାଇଛି । 

ପାକିସ୍ତାନ  ବିପକ୍ଷ ତ୍ରି-ରାଷ୍ଟ୍ରୀୟ ଦିନିକିଆ ସିରିଜର ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ସିୟର୍ସ ଅଭ୍ୟାସ ବେଳେ ବାମ ଗୋଡ଼ ପଛପଟ ମାଂଶପେଶୀରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କ  ଆଘାତ ସ୍ଥାନରେ ସ୍କାନ କରାଯାଇଥିଲା । ରିପୋର୍ଟ ଆସିବା ପରେ ଟିମ୍‌ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍‌  ଦିଆଯାଇଥିଲା ଏବଂ ଡଫିଙ୍କୁ ବଦଳ ଖେଳାଳି ଭାବେ ସାମିଲ  କରାଯାଇଛି । ସିୟର୍ସଙ୍କୁ ଅତି କମ୍‌ରେ ଫିଟ୍‌ ହେବା ପାଇଁ  ୨ସପ୍ତାହ ଲାଗିବ । ଡଫି ଏବେ ନ୍ୟୁଜିଲାଣ୍ଡ ଦଳ ସହ ପାକିସ୍ତାନ  ଗସ୍ତରେ ଅଛନ୍ତି । ସେ ଇତିମଧ୍ୟରେ ୧୦ଟି ଦିନିକିଆ ଖେଳି  ୧୮ଟି ୱିକେଟ୍‌ ନେଇ ସାରିଛନ୍ତି । 

ଗତ ଶ୍ରୀଲଙ୍କା ବିପକ୍ଷ ଘରୋଇ ଦିନିକିଆ ସିରିଜରେ ୨ଟି ମ୍ୟାଚ୍‌ ଖେଳି ୪ଟି ୱିକେଟ୍‌ ଅକ୍ତିଆର  କରିଥିଲେ । ଆସନ୍ତା ୧୯ ତାରିଖରୁ ପାକିସ୍ତାନରେ ଚାମ୍ପିଅନ୍ସ  ଟ୍ରଫି ଆରମ୍ଭ ହେବ । ନ୍ୟୁଜିଲାଣ୍ଡ ଗ୍ରୁପ୍‌-ଏ’ରେ ସ୍ଥାନ ପାଇଛି ।  ଦଳ ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ ପାକିସ୍ତାନକୁ ଭେଟିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.