ପ୍ରମୂଖ ଖବର
  • ମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

Champions Trophy Final; କିଏ ହେବ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ? ଲିଷ୍ଟରେ ଅଛନ୍ତି ୧୦ ଦାବିଦାର

Published By : Ankita S | March 9, 2025 12:47 PM

ଦୁବାଇ,୦୯/୦୩: ଆଉ କିଛି ଘଣ୍ଟାର ଅପେକ୍ଷା । ଆଇସିସି ଚାମ୍ପିଅନ୍ସ ଟ୍ରଫି ଟକ୍କରରେ ମୁହାଁମୁହିଁ ହେବେ ଭାରତ ନ୍ୟୁଜିଲାଣ୍ଡ । କାହାର ହେବ ଚାମ୍ପିଅନ୍ସ ଟ୍ରଫି କିଏ ମାରିବ ବାଜି ? ଏହା ତ ଫଳାଫାଳ ପ୍ରଦର୍ଶନ ପରେ ଜଣାପଡିବ । ହେଲେ କିଏ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହେବ । ଏହି ତାଲିକାରେ ୧୦ ଜଣ ଟପ୍ ଦାବିଦାର ଅଛନ୍ତି । ଏ ନେଇ ଆଇସିସି ଘୋଷଣା କରିଛି ।  ଆସନ୍ତୁ ଜାଣିବା ।

ଆଇସିସି ତାର ଅଫିସିଆଲ ସାଇଟରେ ସୂଚନା ଦେଇ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଲିଷ୍ଟ ଜାରି କରିଛି । ଯେଉଁଥିଲେ ଭାରତର ୪ ଜଣ ପ୍ଲେୟାର ରହିଛନ୍ତି । ନ୍ୟୁଜିଲାଣ୍ଡର ମଧ୍ୟ ୫ ଜଣ ଲେଖାଏଁ ଖେଳାଳି ରହିଛନ୍ତି । ଭାରତର ଶ୍ରେୟସ ଆୟର, ବିରାଟ କୋହଲି, ବରୁଣ ଚର୍କ୍ରବର୍ତ୍ତୀ ଓ ମହମ୍ମଦ ସାମି ରହିଛନ୍ତି । ସେହିପରି ଏହି ଲିଷ୍ଟରେ ନ୍ୟୁଜିଲାଣ୍ଡର ରଚିନ ରବିନ୍ଦ୍ର, କେନ୍ ୱିଲିୟମସନ, ମେଟ୍ ହେନରୀ ଓ ମିଚେଲ ସାଣ୍ଟନର ରହିଛନ୍ତି । ଏହି ଲିଷ୍ଟରେ ଆଫଗାନିସ୍ତାନର ଜଣେ ପ୍ଲେୟାର ସାମିଲ ଅଛନ୍ତି ।

ପ୍ଲେୟାର ଅଫ୍ ଦି ମ୍ୟାଚ ଲିଷ୍ଟରେ ୧୦ ଦାବିଦାର

ରଚିନ ରବିନ୍ଦ୍ର- ୩ ମ୍ୟାଚ ୨୨୬ ରନ, ୨ ୱିକେଟ ୨ ଶତକ ଏବଂ ୪ କ୍ୟାଚ୍

ବିରାଟ କୋହଲି- ୪ ମ୍ୟାଚ ୨୧୭ ରନ, ଆଭରେଜ ୭୨.୩୩ ବେଷ୍ଟ ସ୍କୋର ୧୦୦, କ୍ୟାଚ ୭

ମେଟ୍ ହେନରୀ- ୪ ମ୍ୟାଚ ୧୦ ୱିକେଟ, ଆଭରେଜ ୧୬.୭୦, ବେଷ୍ଟ ବୋଲିଂ ୫/୪୨

ମିଚେଲ ସାଣ୍ଟନର- ୪ ମ୍ୟାଚ ୭ଟି ୱିକେଟ, ଆଭରେଜ ୨୭.୭୧ ବେଷ୍ଟ ସ୍କୋର ୩/୪୩

ଶ୍ରେୟସ ଆୟର- ୪ ମ୍ୟାଚ ୧୦୫ ରନ, ଆଭରେଜ ୪୮. ୭୫ ବେଷ୍ଟ ସ୍କୋର ୭୦୯ 

କେନ ୱିଲିୟମସନ- ୪ ମ୍ୟାଚ ୧୮୯ରନ୍, ଆଭରେଜ ୪୭.୨୫, ବେଷ୍ଟ ସ୍କୋର ୧୦୨ ସହ ୭ଟି କ୍ୟାଚ୍

ଗ୍ଲେନ ଫିଲିପ୍ସ- ୪  ମ୍ୟାଚ ୧୪୩ ରନ୍, ୨ ୱିକେଟ ୪ କ୍ୟାଚ୍

ଅଜମତୁଲ୍ଲାହ ଉମରଜୟୀ- ୩ ମ୍ୟାଚ ୧୨୬ ରନ, ୭ ୱିକେଟ, ବେଷ୍ଟ ବୋଲିଂ ୫/୫୮ ସହ ୨ଟି କ୍ୟାଚ୍

ବରୁଣ ଚର୍କ୍ରବର୍ତ୍ତୀ-  ୨ ମ୍ୟାଚ ୭ ୱିକେଟ, ଆଭରେଜ ୧୩, ବେଷ୍ଟ ୫/୪୨

ମହମ୍ମଦ ଶାମି- ୪ମ୍ୟାଚ ୮ ୱିକେଟ, ଆଭରେଜ ୧୯.୮୮, ବେଷ୍ଟ ୫/୫୩

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.