ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଆଇସିସି ଜାରି କଲା ଚାମ୍ପିୟନ୍ସ ଟ୍ରଫି ଟୁରର ନୂଆ ସିଡ୍ୟୁଲ, ଜାଣନ୍ତୁ ଭାରତ କେବେ ଆସିବ ଟ୍ରଫି

Published By : Gurupada Nath | November 16, 2024 6:06 PM

ନୂଆଦିଲ୍ଲୀ, ୧୬/୧୧ :  ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପୂର୍ବରୁ ଟ୍ରଫି ଟୁର୍ ଜାରି ହୋଇଛି । ଭାରତୀୟ କ୍ରିକେଟ କଣ୍ଟେ୍ରାଲ ବୋର୍ଡ଼ର ଆପତ୍ତି ପରେ ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନ ଅଧିକୃତ କଶ୍ମୀର ଯିବ ନାହିଁ । ଆଇସିସି ପିଓକେର ଯୋଜନା ପାକିସ୍ତାନରେ କ୍ୟାନ୍ସେଲ କରି ଦେଇଛି । ଚାମ୍ପିୟନ୍ସ ଟ୍ରଫିର ଟୁର୍ ୧୬ନଭେମ୍ବରରୁ ଇସଲାମାବାଦରୁ ଆରମ୍ଭ ହେବ । ସେହିଭଳି ଏହାର ଶେଷ ସିଡ୍ୟୁଲ ଭାରତ ଲାଗି ରଖାଯାଇଛି । ଏହାପରେ ଟ୍ରଫି ପୁଣି ଥରେ ପାକିସ୍ତାନ ଚାଲିଯିବ । 

ପାକିସ୍ତାନ କ୍ରିକେଟ ବୋର୍ଡ଼ ଚାମ୍ପିୟନ୍ସ ଟ୍ରଫିକୁ ପିଓକେରେ ବି ନେବାକୁ ଚାହୁଁଥିଲା । କିନ୍ତୁ ବିସିସିଆଇର ଆପତ୍ତି ପରେ ତା’ର ଏହି ଇଛାରେ ପାଣି ପଡ଼ିଯାଇଛି। ଏବେ ଆଇସିସି ଟ୍ରଫି ଟୁରର ନୂଆ ସିଡ୍ୟୁଲ ଜାରି କରିଛି । ଏହାର ଆରମ୍ଭ ୧୬ନଭେମ୍ବରରୁ ହେବ ଏବଂ ଏହା ୨୬ଜାନୁଆରୀ ପର୍ଯ୍ୟନ୍ତ ଚାଲିବ । ଟ୍ରଫି ୨୬ଜାନୁଆରୀ‌ରେ ଭାରତରେ ହିଁ ହେବ । ଭାରତ ଲାଗି ୨୬ଜାନୁଆରୀ ବହୁ ଗୁରୁତ୍ବପୂର୍ଣ୍ଣ ଅଟେ । ଏଠାରେ ଏହି ଦିନ ଗଣତନ୍ତ୍ର ଦିବସ ପାଳିତ ହୋଇଥାଏ ।

ଚାମ୍ପିୟନ୍ସ ଟ୍ରଫିର ଟୁର୍ ଭାରତ ଲାଗି ବି ଫିକ୍ସ ହୋଇଛି । ଏହା ଭାରତରେ ୧୫ଜାନୁଆରୀରେ ଆସିବ ଏବଂ ଏହା ୨୬ଜାନୁଆରୀ ପର୍ଯ୍ୟନ୍ତ ରହିବ । ଆଇସିସି ଏହାର ପୁରା ସିଡ୍ୟୁଲ ଜାରି କରିଛି । ଚାମ୍ପିୟନ୍ସ ଟ୍ରଫିର ଟୁର୍ ପାକିସ୍ତାନରେ ୧୬ନଭେମ୍ବରରୁ ୨୫ନଭେମ୍ବର ପର୍ଯ୍ୟନ୍ତ ଚାଲିବ । ଟ୍ରଫି ଇସଲାମବାଦ ପରେ ଏବଟାବାଦ, ମୁରୀ, ନଥିୟା ଗଳୀ ଏବଂ କରାଚୀରେ ଯିବ । ଏହାପରେ ଏହା ୨୬ରୁ ୨୮ନଭେମ୍ବର ପର୍ଯ୍ୟନ୍ତ ଆଫଗାନିସ୍ତାନରେ ରହିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.