ଭୁବନେଶ୍ବର,୨୮/୩ : ଆସନ୍ତା ୨୪ ଘଣ୍ଟାରେ ବର୍ଷା । ବିଜୁଳି ଘଡ଼ ଘଡ଼ି ସହ ବର୍ଷା ସମ୍ଭାବନା । ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର । କାଳବୈଶାଖୀ ପ୍ରଭାବ ସହ ଘଣ୍ଟା ପ୍ରତି ପବନର ବେଗ ୫୦-୬୦କିଲୋମିଟର ରହିବ । ଏ ନେଇ ୪ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଜିଲ୍ଲା ଗୁଡ଼ିକ ହେଲା ମୟୂରଭଞ୍ଜ, କେଉଁଝର, ବାଲେଶ୍ବର ଓ ଭଦ୍ରକ ।

ସେହିପରି ପ୍ରବଳ ବର୍ଷା ସହ କାଳବୈଶାଖୀ ଜନିତ ପ୍ରଭାବ ପାଇଁ ସୁନ୍ଦରଗଡ, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ନୟାଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏ ସମସ୍ତ ଜିଲ୍ଲାରେ ବିଜୁଳି ଘଡ ଘଡି ସହ ପବନର ବେଗ ଘଣ୍ଟା ପରି ୪୦-୫୦କିଲୋମିଟର ରହିବ । ଅନ୍ୟପଟେ କଟକ, ଜଗତସିଂପୁର, ପୁରୀ, ଖୋର୍ଦ୍ଧା, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାରେ ମଧ୍ଯ କାଳବୈଶାଖୀ ପ୍ରଭାବ ରହିବ ।

ପବନର ବେଗ ୩୦-୪୦କିଲୋମିଟର ରହିବ । ଏଭଳି ପାଗ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଜଣାପଡ଼ିଛି । ଏ ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଖାସ୍ କରି ଉତ୍ତର ଉପକୂଳ ଓଡ଼ିଶାରେ ବିଶେଷ ପ୍ରଭାଵ ଦେଖାଯିବା ସହ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଗଭୀର ମଧ୍ୟକୁ ଯିବାକୁ ବାରଣ ହୋଇଛି । ସେପଟେ ଗତ ୨୪ଘଂଟାରେ ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ର ୩୯.୫ଡିଗ୍ରୀ ସେଲସିୟସ ରେକର୍ଡ଼ ହୋଇଛି । ଆସନ୍ତା ୩ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ।