ନୂଆଦିଲ୍ଲୀ, ୧୧/୩ : କରାଚୀରୁ କ୍ୟାମେରା ପର୍ସନ... ସହ ଚାନ୍ଦ ନଓ୍ବାନଙ୍କ ରିପୋର୍ଟ.... ବଜରଙ୍ଗୀ ଭାଇଜାନ ଫିଲ୍ମରେ ରହିଥିବା ଏକ ସିନ୍ ଆପଣମାନେ ଦେଖିଥିବେ ନିଶ୍ଚୟ । ନଓ୍ବାଜଦିନ ସିଦ୍ଧିକଙ୍କ ରିପୋର୍ଟର ଭୂମିକା ଆପଣମାନେ ଦେଖିଥିବେ ନିଶ୍ଚୟ । ଯାହାକୁ ଦର୍ଶକେ ବେଶ ପସନ୍ଦ ମଧ୍ୟ କରିଥିଲେ । ତେବେ କିଛିବର୍ଷ ପୂର୍ବରୁ କରାଚିରୁ ଭାଇରାଲ ହୋଇଥିଲା ଏହାର ଅସଲ ଭିଡିଓ । ଯାହାକୁ ଫିଲ୍ମରେ ଏକ ସିନ ଭାବେ ରଖାଯାଇଥିଲା । ବାସ୍ତବରେ ଏହି ଏହି ଭାଇରାଲ ରିପୋର୍ଟର ହେଉଛନ୍ତି ଚାନ୍ଦ ନଓ୍ବାବ । ପାକିସ୍ତାନର ଏହି ସାମ୍ବାଦିକ ଜଣକ ବାରମ୍ବାର ଟେକ୍ ନେବାକୁ ନେଇ ଚର୍ଚ୍ଚାରେ ରହିଥିଲେ । ଆଉ ଏବେ ପାକିସ୍ତାନୀ ସୁପରଷ୍ଟାର ମାହିରା ଖାନ ତାଙ୍କ ଫ୍ୟାନ ହୋଇଛନ୍ତି । ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।

 
 
 
 
 
 
 
 
 
 
 
 
 
 
 

A post shared by Chand Nawab (@chandnawab976)

ଏକ ଫିଲ୍ମର ପ୍ରମୋସନ ସମୟରେ ରିପୋର୍ଟିଂ ଯାଇଥିବା ଚାନ୍ଦ ନଓ୍ବାବ । ସେଠାରେ ମାହିରା ତାଙ୍କୁ ଭେଟିଥିଲେ । ଆଉ ଦେଖିବା ମାତ୍ରେ ହସି ପକାଇଥିଲେ, କହିଥିଲେ ମୁଁ ତୁମର ଜଣେ ବଡ଼ ଫ୍ୟାନ୍ । ଯାହାର ଭିଡିଓକୁ ସେଠାରେ ଥିବା ଲୋକେ ଉଠାଇଥିଲେ । ଆଉ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ମାତ୍ରେ ଏହା ବେଶ ଭାଇରାଲ ହେବାରେ ଲାଗିଛି । ସେପଟେ ଅଭିନେତ୍ରୀ ଏଭଳି କହିବା ପରେ ସେଠାରେ ଉପସ୍ଥିତ ଥିବା ଲୋକେ ହସିଥିଲେ । କିନ୍ତୁ ମାହିରା ଏକ ସ୍ବତନ୍ତ୍ର ଟିକେଟ ତାଙ୍କ ଫିଲ୍ମ ଦେଖିବା ପାଇଁ ସମସ୍ତଙ୍କ ସାମ୍ନାରେ ଦେଇଥିବା ଦେଖିବାକୁ ମିଳିଥିଲା ।

ସେପଟେ ଚାନ୍ଦ ନଓ୍ବାବ ଇଦ ସମୟରେ ଭାଇରାଲ ହୋଇଥିଲେ । ଆଉ ସେ କହିଛନ୍ତି କି, ଏହି ଗୋଟିଏ ଭିଡିଓ ମୋତେ ବହୁତ ପରିଚିତ କରିଛି । କେବଳ ପାକିସ୍ତାନ ନୁହେଁ ଭାରତରୁ ମଧ୍ୟ ମୋତେ ବହୁତ ଭଲ ପାଇବା ମିଳିଛି । ଭାରତ ବହୁ ଲୋକେ ମୋତେ ଭଲ ପାଇବା ଦେବା ସହ ମୋତେ ପ୍ରଂଶସା କରନ୍ତି । ମୋର ପୁରୁଣା ଭିଡିଓକୁ ପଠାଇ କଥା ହୁଅନ୍ତି ।

ଏହାସହ ପଢ଼ନ୍ତୁ : ମୋନାଲିସାଙ୍କୁ ସନୋଜ ମିଶ୍ରାଙ୍କ ବଡ଼ ବୟାନ, କହିଲେ ସେ ବିକ୍ରି....