ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଚଣ୍ଡିଗଡ଼ ରେଷ୍ଟୁରାଣ୍ଟ ବ୍ଲାଷ୍ଟ କେସ୍‌ : ବୋମା ବିସ୍ଫୋରଣ କରିଥିବା ଗୋଲ୍ଡି ବରାରର ଦୁଇ ଗୁଣ୍ଡା ଏନକାଉଣ୍ଟର ପରେ ଗିରଫ

Published By : Prameya | November 29, 2024 10:19 PM

ନୂଆଦିଲ୍ଲୀ : ଚଣ୍ଡିଗଡ଼ରେ ରେଷ୍ଟୁରାଣ୍ଟରେ ବୋମା ବିସ୍ଫୋରଣ କରିଥିବା ୨ଜଣ ଗୁଣ୍ଡାଙ୍କୁ ପୁଲିସ ଓ ଏସଟିଏଫ୍‌ ଟିମ୍‌ ଏନକାଉଣ୍ଟର ପରେ ଗିରଫ କରିଛନ୍ତି। ଉଭୟ ଗୁଣ୍ଡା ଗୋଲ୍ଡି ବରାର ପାଇଁ କାମ କରନ୍ତି। ଉଭୟ ଗୁଣ୍ଡାଙ୍କୁ ଏନକାଉଣ୍ଟର ବେଳେ ଗୋଡ଼ରେ ଗୁଳି ବାଜିଛି। ଏବେ ଏହି ଦୁଇ ଗୁଣ୍ଡାଙ୍କୁ ପୋଲିସ ହେପାଜତରେ ହସ୍ପିଟାଲ ପଠାଯାଇଛି। 

ପୋଲିସ ଓ ଗୋଲ୍ଡି ବରାରର ଗୁଣ୍ଡାଙ୍କ ମଧ୍ୟରେ ଗୁଳି ଚାଳନା ହରିଆଣାର ହିସାରରେ ହୋଇଛି। ପୋଲିସ ମୁତାବିକ , ଏହା ହରିଆଣା ଏସଟିଏଫ ଓ ଚଣ୍ଡିଗଡ଼ ପୋଲିସର ଏକ ମିଳିତ ଅପରେସନ ଥିଲା। ଯେଉଁଥିରେ ଉଭୟ ଗୁଣ୍ଡାଙ୍କୁ ଏନକାଉଣ୍ଟର ପରେ ଗିରଫ କରାଯାଇଛି। ଚଣ୍ଡିଗଡ଼ରେ ବୋମା ବିସ୍ଫୋରଣ କରିଥିବା ଦୁଇ ଗୁଣ୍ଡାଙ୍କ ଗୋଡରେ ଗୁଳି ବାଜିଛି, ସେମାନଙ୍କୁ ପୋଲିସ ହେପାଜତରେ ହସ୍ପିଟାଲ ପଠାଯାଇଛି। ପୋଲିସ ଅନୁସାରେ, ଉଭୟ ଚଣ୍ଡିଗଡ଼ର ସେକ୍ଟର ୨୬ରେ ଥିବା ଏକ ରେଷ୍ଟୁରାଣ୍ଟରେ ବୋମା ବିସ୍ଫୋରଣ କରିଥିଲେ।

ଏନକାଉଣ୍ଟରରେ ଗୁଳି ବାଜିବା ପରେ ଧରାପଡ଼ି ଥିବା ଗୁଣ୍ଡାମାନେ ହେଲେ ଅଜିତ ଓ ବିନୟ। ଏହି ଦୁଇ ଜଣ ହିସାରରେ ରହୁଛନ୍ତି। ବୋମା ବିସ୍ଫୋରଣର ପୂର୍ବରୁ ଲଗାତାର ଏହି ଦୁଇଜଣ ଗୋଲ୍ଡି ବରାର ସହ କଥାବାର୍ତ୍ତା ହେଉଥିଲେ। ଗୋଲ୍ଡି ହି ଦୁହିଁଙ୍କୁ ବ୍ଲାଷ୍ଟ କରିବାକୁ କହିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.