ପ୍ରମୂଖ ଖବର
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଧନୀ ତାଲିକାର ଶୀର୍ଷରେ ଚନ୍ଦ୍ରବାବୁ ନାଇଡୁ, ସବୁଠାରୁ ତଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

Published By : Tapas Panda | December 30, 2024 10:28 PM

ନୂଆଦିଲ୍ଲୀ: ଭାରତର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ କିଏ ? ଦେଶର ୩୧ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ କିଏ ଧନୀ ଏବଂ କାହା ପାଖରେ କେତେ ସଂପତ୍ତି ରହିଛି ସେନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଆସୋସିଏସନ୍‌ ଫର ଡେମୋକ୍ରାଟିକ ରିଫର୍ମସ୍‌ (ଏଡିଆର) ରିପୋର୍ଟ ଅନୁସାରେ, ୩୧ ମଖ୍ୟମନ୍ତ୍ରୀଙ୍କ ମୋଟ ସଂପତ୍ତି ୧୬୩୦ କୋଟି ଟଙ୍କା । ସର୍ବାଧିକ ୯୩୧ କୋଟି ଟଙ୍କାର ସଂପତ୍ତି ସହ ତାଲିକାର ଶୀର୍ଷରେ ରହିଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । 

ତାଲିକାର ସବୁଠାରୁ ତଳେ ବା ଗରିବ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତାଙ୍କ ପାଖରେ ମାତ୍ର ୧୫ ଲକ୍ଷ ଟଙ୍କାର ସଂପତ୍ତି ରହିଛି ।  ଚନ୍ଦ୍ରବାବୁ ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ୩୩୨ କୋଟି ଟଙ୍କା ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।  ତାଙ୍କ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ପାଖରେ ୫୧ କେଟି ଟଙ୍କାର ସଂପତ୍ତି ରହିଛି ଏବଂ ସେ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । 

ଜାମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲାଙ୍କ ପାଖରେ ୫୫ ଲକ୍ଷ ଟଙ୍କା ସଂପତ୍ତି ଥିବା ବେଳେ ସେ ତାଲିକାର ଦ୍ବିତୀୟ ଗରିବ ମୁଖ୍ୟମନ୍ତ୍ରୀ । ସେପଟେ ମୁଖ୍ୟମନ୍ତ୍ରୀମାନଙ୍କ ଋଣ ମଧ୍ୟ କିଛି କମ୍‌ ନାହିଁ । ପେମା ଖଣ୍ଡୁ ସର୍ବାଧିକ ୧୮୦ କୋଟି ଟଙ୍କାର ଋଣ କରିଥିବା ବେଳେ ସିଦ୍ଦରମୈୟା ୨୩ କୋଟି ଏବଂ ଚନ୍ଦ୍ରବାବୁ ନାଇଡୁ ୧୦ କୋଟି ଟଙ୍କା ଋଣ କରିଛନ୍ତି । ଏଡିଆର ରିପୋର୍ଟ ଅନୁସାରେ,  ୪୨ ପ୍ରତିଶତ ବା ୧୩ ଜଣ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ୧୦ ଜଣଙ୍କ ବିରୋଧରେ ହତ୍ୟା, ଲାଞ୍ଚ, ଅପହରଣ ଭଳି ଗୁରୁତର ମାମଲା ରହିଛି ।  ୩୧ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦୁଇ ଜଣ ମମତା ବାନାର୍ଜୀ ଏବଂ ଆତିଶୀ ମହିଳା ମୁଖ୍ୟମନ୍ତ୍ରୀ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.